ରାସ୍ତା ନିର୍ମାଣ ଦାବି ନେଇ ରାସ୍ତା ଅବରୋଧ କଲେ କଲେଜ ଛାତ୍ରଛାତ୍ରୀ

ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅନ୍ତର୍ଗତ ମୋତେଲ ଗୁଡା ଛକ ନିକଟରେ ମୋଟେର-ମୁଖିଗୁଡା ପିଡ୍ବ୍ଳୁଡି ରାସ୍ତା ଅବରୋଧ କରିଛନ୍ତି ପତିତପାବନ କଲେଜର ଛାତ୍ରଛାତ୍ରୀ। ପ୍ରାପ୍ତ ସୁଚନା ଅନୁଯାୟୀ ମୋତେଲ ଗୁଡା ଛକ ଠାରୁ ଯାଇଥିବା ଅରେବେଡା ଆର୍ଡି ରାସ୍ତା ଦୀର୍ଘ ଦିନ ହେଲା ଶୋଚନୀୟ ହୋଇ ପଡିଛି। ଏହି ରାସ୍ତା ଦେଇ ଯିବା ଆସିବା କରୁଥିବା ପତିତପାବନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ହନ୍ତସନ୍ତ ହେଉଛନ୍ତି। ଅନ୍ୟପକ୍ଷରେ ଏହି ରାସ୍ତା ମଝିରେ ଥିବା ଏକ ବ୍ରିଜ ଭାଙ୍ଗି ଯାଇଥିବାରୁ ଲକ୍ଷ୍ମୀ ବସ ଚଳାଚଳ ମଧ୍ୟ ବନ୍ଦ ହୋଇଯାଇଛି। ଏହି ରାସ୍ତା ସମସ୍ୟା ନେଇ ଅନେକ ଦାବି ଓ ଅଭିଯୋଗ ହୋଇଥିଲେ ମଧ୍ୟ କୈାଣସି ସୁଫଳ ମିଳି ପାରିନାହିଁ। ତେଣୁ ଛାତ୍ରଛାତ୍ରୀମାନେ ବାଧ୍ୟ ହୋଇ ରାସ୍ତା ଅବରୋଧ କରିଥିବା ପ୍ରକାଶ କରିଛନ୍ତି। ଖବର ପାଇ ଜୟପାଟଣା ବିଡିଓ ଧର୍ମରାଜ ମାଝୀ ଏବଂ କଲମପୁର ଥାନା ଅଧିକାରୀ ଶିବ ଶଙ୍କର ମାହାନ୍ତି, ବଡକୁଟୃ ଫାଣ୍ଡି ଅଧିକାରୀ ଅସିତ୍ କୁମାର ପଣ୍ଡା ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ଛାତ୍ରଛାତ୍ରୀ ମାନଙ୍କ ସହିତ ଆଲେଚନା କରିଥିଲେ। ଏହି ରାସ୍ତାର ନିର୍ମାଣ ଦାଇତ୍ୱ ଆର୍.ଡି. ଅଧିନରେ ଥିବାରୁ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରି ତୁରନ୍ତ ରାସ୍ତା ମରାମତି ଆରମ୍ଭ ହେବା ନେଇ ଉପସ୍ଥିତ ଅଧିକାରୀମାନେ ପ୍ରତିଶୃତି ଦେଇଥିଲେ। ଏହାପରେ ଅପରାହ୍ନ ଏକ ଘଣ୍ଟା ସମୟରେ ରାସ୍ତା ଅବରୋଧ ପ୍ରତ୍ୟାହୃତ ହୋଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.