ପୋଡ଼ାପାଡ଼ି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିଶୁ ମହୋତ୍ସବ ‘ସୁରଭି’ ଅନୁଷ୍ଠିତ 

ଓଡ଼ିଆ ବାର୍ତ୍ତା/ ରାୟଗଡା (ପଦ୍ମନ ଭତ୍ରା): ଶିଶୁମାନଙ୍କ ନିଜର ଗୁଣ, କଳା ଓ ଦକ୍ଷତାକୁ ମଞ୍ଚ ଦେବା ଉଦ୍ଦେଶ୍ୟରେ ଆୟୋଜିତ ହୋଇଥିବା ଶିଶୁ ମହାଉତ୍ସବ ‘ସୁରଭି’ ଆଜି ପୋଡ଼ାପାଡ଼ି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । କାଶୀପୁର ବ୍ଲକର ୧୪ଟି ବିଭିନ୍ନ ସ୍କୁଲର ଛାତ୍ର ଛାତ୍ରୀମାନେ ଏହି ଅବସରରେ ଯୋଗଦେଇ ନାଚ, ଗୀତ, କବିତା, ନାଟକ ଓ ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମରେ ନିଜ ଦକ୍ଷତା ଦେଖାଇ ଦର୍ଶକମାନଙ୍କ ହୃଦୟ ଜିତିଥିଲେ । ଏହି ଅବସରରେ ଆଦିତ୍ୟ ଆଲୁମିନା ରିଫାଇନାରିର ସିଏସଆର (CSR) ବିଭାଗ ଓ ପ୍ରୋଜେଟ ମାନବ ସମ୍ପଦ (HR) ବିଭାଗ ର ପଦାଧିକାରୀ ବିଶେଷ ଅତିଥି ଭାବେ ଯୋଗଦେଇ ଥିଲେ । ଅତିଥିମାନଙ୍କ ମଧ୍ୟରେ ସିଏସଆର ଅତିରିକ୍ତ ଅଫିସର ବିଶ୍ୱମହେନି ମହାନ୍ତି, ସିଏସଆର ଅତିରିକ୍ତ ସାଧାରଣ ପ୍ରବନ୍ଧକ ବସନ୍ତ ପାଣିଗ୍ରାହୀ, ପ୍ରକଳ୍ପ ମାନବ ସମ୍ପଦ ( HR ) ପ୍ରଶାନ୍ତ ଗୁପ୍ତା ଉପସ୍ଥିତ ଥିଲେ । ସେମାନେ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରି ଶିକ୍ଷା, ସୁଚିତ ଓ ସାମାଜିକ ଦାୟିତ୍ୱ ଉପରେ ଉତ୍ସାହଦାୟକ ଅଭିଭାଷଣ ରଖିଥିଲେ । ଶେଷରେ ଆଦିତ୍ୟ ଆଲୁମିନା ପକ୍ଷରୁ ଦକ୍ଷ ଛାତ୍ରଛାତ୍ରୀମାନଙ୍କୁ ଟ୍ରଫି ଓ ପୁରସ୍କାର ଦେଇ ସମ୍ମାନିତ କରାଯାଇଥିଲା । ସେଥିସହ ଆଦିତ୍ୟ ଆଲୁମିନା ପକ୍ଷରୁ ଶିକ୍ଷା, କଳା ଓ ସଂସ୍କୃତି କ୍ଷେତ୍ରରେ ଆଗାମୀଦିନରେ ସ୍କୁଲଗୁଡ଼ିକୁ ସହଯୋଗ ଓ ପ୍ରୋତ୍ସାହନ ଜାରି ରହିବ ବୋଲି ଜଣାଇଥିଲେ । କାର୍ଯ୍ୟକ୍ରମରେ ଅନେକ ଶିକ୍ଷକ ଶିକ୍ଷୟତ୍ରୀ, ଅଭିଭାବକ ଓ ସ୍ଥାନୀୟ ବାସିନ୍ଦା ଉପସ୍ଥିତ ଥିଲେ । 

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.