ଭଟାଙ୍ଗପଦର କ୍ଲଷ୍ଟର ସ୍ତରୀୟ ସୁରଭି-୨୦୨୫ ପାଳିତ

ଶିକ୍ଷା ଓ ଶିକ୍ଷାୟତନର ଅନୁକୂଳ ବାତାବରଣ ପାଇଁ ସରକାରୀ ପ୍ରାଥମିକ ବିଦ୍ୟାଳୟ ସାନକାର୍ଲିକୁ ଶ୍ରେଷ୍ଠ ବିଦ୍ୟାଳୟ ଟ୍ରଫି

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ୍ ଭଟାଙ୍ଗପଦର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଠାରେ ଭଟାଙ୍ଗପଦର କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୫ ଅନୁଷ୍ଠିତ ହୋଇଯାଇଛି। ମହୋତ୍ସବରେ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ପ୍ରବନ୍ଧ ଲିଖନ, କୁଇଜ୍, ବିତର୍କ, ଚିତ୍ରାଙ୍କନ, ସୃଜନଶୀଳ ଲିଖନ, ସଙ୍ଗୀତ, ବକ୍ତୃତା, ଓଡ଼ିଆ ହସ୍ତାକ୍ଷର ଓ ଶୃତଲିଖନ, ପି.ଏମ ପୋଷଣ, ଚିତ୍ରାଙ୍କନ ଓ ଶିଳ୍ପକଳା, ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଛାତ୍ର ଛାତ୍ରୀ ଅଂଶଗ୍ରହଣ କରିଥିଲେ। ବିଜୟୀ ଛାତ୍ରଛାତ୍ରୀ ମାନଙ୍କୁ ଟ୍ରଫି ସହ ମାନପତ୍ର ପ୍ରଦାନ କରି ପୁରସ୍କୃତ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ପୁରସ୍କୃତ ପ୍ରଧାନଶିକ୍ଷକ ଆଦିତ୍ୟ କୁମାର ପଣ୍ଡାଙ୍କୁ ଉପଢୋକନ ଦେଇ ସମ୍ମାନିତ କରାଯାଇଥିଲା। ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ମନୋଜ କୁମାର ସାହୁଙ୍କ ଶିକ୍ଷା ଓ ଶିକ୍ଷାୟତନକୁ ପ୍ରୋତ୍ସାହନ ଉଦ୍ଦେଶ୍ୟରେ ବିଭିନ୍ନ ମାନଦଣ୍ଡକୁ ଆଧାର କରି କ୍ଲଷ୍ଟରର ସର୍ବୋତ୍ତମ ବିଦ୍ୟାଳୟ ଭାବେ ସରକାରୀ ପ୍ରାଥମିକ ବିଦ୍ୟାଳୟ ସାନକାର୍ଲିକୁ ଚୟନ କରିଥିଲେ। ଉପସ୍ଥିତ ମଞ୍ଚାସୀନ ସମସ୍ତ ଅତିଥିଙ୍କ ଦ୍ଵାରା ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରବୀଣ ତାଣ୍ଡି ଓ ସହଶିକ୍ଷକ ଦନାର୍ଦ୍ଦନ ମିଶ୍ରଙ୍କୁ ଉପଢୌକନ ସହ ମା ମାଣିକେଶ୍ଵରୀଙ୍କ ଫୋଟଚିତ୍ର ଓ ଟ୍ରଫି ପ୍ରଦାନ କରି ସମ୍ମାନିତ କରିଥିଲେ। ଭଟାଙ୍ଗପଦର୍ କ୍ଲଷ୍ଟର ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ମନୋଜ କୁମାର ସାହୁଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଲାଞ୍ଜିଗଡ଼ ବ୍ଲକ୍ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଋଷିଆ ମେହେର ଯୋଗଦାନ କରିଥିବାବେଳେ ସମ୍ମାନିତ ଅତିଥି ଭାବେ ଓ.ସେ.ପା ଭୁବନେଶ୍ୱର ବର୍ଣ୍ଣାଳୀ ମୁଖ୍ୟ ସ୍ୱାହା ଦାସ୍,ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁଢ଼ଳଦେବ ମୁଣ୍ଡ୍ , ଭଟାଙ୍ଗପଦର ଗ୍ରାମପଞ୍ଚାୟତ ସମିତି ସଭ୍ୟ ରୁପେନ୍ଦ୍ର ଛତ୍ରିଆ, ସରପଞ୍ଚ ଶ୍ରୀମତୀ ଦଶମୀ ମାଝୀ, ଭଟାଙ୍ଗପଦର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ଲିଳୀମା ମଞ୍ଜରୀ ସୁନାନୀ, ଗୁଣ୍ଡୁରୀ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଗୁଣନିଧି ସାହୁ ଏବଂ ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଶିକ୍ଷକ ଶିକ୍ଷୟତ୍ରୀ ଯୋଗଦାନ କରିଥିଲେ। ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶିବ ପ୍ରସାଦ ଦାଶ ଏବଂ ଭଟାଙ୍ଗପଦର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବରିଷ୍ଠ ଶିକ୍ଷୟତ୍ରୀ ସୁଶ୍ରୀ ପ୍ରଜ୍ଞା ପ୍ରିୟଦର୍ଶିନୀ ଶତପଥି ମଞ୍ଚ ପରିଚାଳନା କରିଥିବାବେଳେ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ମନୋଜ କୁମାର ସାହୁ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ ଏବଂ ଶିକ୍ଷକ କେଦାରନାଥ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଶିକ୍ଷକ ଦୂର୍ବାଦଳ ପଟେଲ, ହିମାଂଶୁ ଶେଖର ମେହେର, ତୁଲାରାମ ମାଝୀ ସମେତ ଉପସ୍ଥିତ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ସୁରଭି କାର୍ଯ୍ୟକ୍ରମକୁ ପରିଚାଳନାରେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.