ଓଡ଼ିଆ ବାର୍ତ୍ତା/ ଜୁନାଗଡ଼ (ସ୍ବାସ୍ତିଦୀପ ଆଦିତ୍ୟ): କଳାହାଣ୍ଡି ଜିଲ୍ଲା ଜୁନାଗଡ ବ୍ଳକ ଦାସି ଗାଁର ନୀରିହ ଆଦିବାସି ପରିବାରର ମଞ୍ଜୁରୀ ମାଝି ଗତ ସେପ୍ଟେମ୍ବର ୧ ତାରିଖ ଦିନ ମୃତ୍ୟୁବରଣ କରିଥିଲେ ଏବଂ ତାଙ୍କର ଦଶାହ ଦିନ ତାଙ୍କ ସ୍ଵାମୀ ମଙ୍ଗନିଆ ମାଝିଙ୍କ ଦେହାନ୍ତ ହୋଇଥିଲା। ତାଙ୍କର ଦୁଇ ଝିଅ ଏବଂ ଦୁଇ ପୁଅ ବର୍ତ୍ତମାନ ଅନାଥ ହୋଇ ଯାଇଛନ୍ତି। ଏମାନଙ୍କ ଜମି ବାଡ଼ି କିଛି ନାହିଁ, ରହିବାକୁ ଭଳ ଘର ଟିଏ ନାହିଁ। ଚାଲ ଘରେ ଏହି ଚାରିଜଣ ରହୁଛନ୍ତି। ଏହି ଘଟଣା ସୋସିଆଲ ମିଡିଆରେ ଜାଣିବା ପରେ ଆଜି ଅଲ୍ ଓଡ଼ିଶା ସିଡୁଲ୍ଡ କାଷ୍ଟ ଫେଡରେସନ ରାଜ୍ଯ ସଭାପତି ଧନଞ୍ଜୟ ଦୀପଙ୍କ ନେତୃତ୍ଵରେ ଏକ ଟିମ୍ ଗାଁରେ ପହଞ୍ଚି ଚାରିଟି ଅନାଥ ପୁଅ ଝିଅ ର ସମସ୍ତ ପାଠ ପଢା ଖର୍ଚ୍ଚ ସଂଘ ବୁଝିବା ପାଇଁ ନିଷ୍ପତ୍ତି ନେଇଛି। ତାସହ ସରକାରଙ୍କ ଯେତେ ଯୋଜନା ପାଇବା ଅଛି ସଂଘ କଳାହାଣ୍ଡି ପ୍ରଶାସନକୁ ଅନୁରୋଧ କରି ସବୁ ସୁବିଧା ଯୋଗାଇଦେବା ପାଇଁ ସଂଘ ଚିନ୍ତା କରୁଛି ବୋଲି ରାଜ୍ୟ ସଭାପତି ଶ୍ରୀ ଦୀପ କହିଛନ୍ତି। ଏହି ସମୟରେ ସଂଗଠନର ମହାସଚିବ ଶତ୍ରୁଘ୍ନ ନାଏକ, ବିପ୍ରବର ମହାନଦ, ବୃନ୍ଦାବନ ଦୁର୍ଗା ପ୍ରମୁଖ ଉପସ୍ଥିତ ଥିଲେ।