ଓଡ଼ିଆ ବାର୍ତ୍ତା/ ବଙ୍ଗୋମୁଣ୍ଡା: ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅଳଣ୍ଡା ପଞ୍ଚାୟତର ୨୧ତମ ଆଞ୍ଚଳିକ ଗିରିଗୋବର୍ଦ୍ଧନ ପୂଜା ପାଇଁ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏଥିପାଇଁଁ ମଙ୍ଗଳବାର ଦିନର ସଂଧ୍ୟାରେ ବୁଞ୍ଜିପଦର ଗାଁର ଟୋଙ୍ଗ ଜୋର୍ ରୁ କଳସରେ ପାଣି ବୋହି ମା’ ଭଉଣୀମାନେ ଗିରିଗୋବର୍ଦ୍ଧନ ପୂଜା ମଣ୍ଡପକୁ କଳସ ଯାତ୍ରା କରିଥିଲେ । ଏହି କଳସ ଯାତ୍ରାରେ ପୂଜା କର୍ତ୍ତା ଦାୟିତ୍ୱରେ ଥିବା ନରହରି ପୁଞ୍ଜି, ତାଙ୍କ ସ୍ତ୍ରୀ ପୁତୁନା ପୁଞ୍ଜି, ପୂଜକ ଟିକୁ ଦାଶ, ସଭାପତି ସୁରେଶ ନାଗ, ସମ୍ପାଦକ ଭୁଜ ବଗର୍ତ୍ତି, କର୍ନ୍ଧପ କାଣ୍ଡ, ପବିତ୍ର କାଣ୍ଡ, ଅନନ୍ତ ବାଗ, ପକ୍ଷୀରାଜ ବଗର୍ତ୍ତୀ, ଓକିଲ ବଗର୍ତ୍ତି, ପ୍ରଭାକର କାଣ୍ଡ, କପୁର ସାଏ ବଗର୍ତ୍ତି ତଥା ଅଲଣ୍ଡା ପଞ୍ଚାୟତର ସମସ୍ତ ଭକ୍ତ ସହଯୋଗ କରିଥିଲେ ।