ମହୁମାଛି ଆକ୍ରମଣରେ ୫ଜଣ ଗୁରୁତର ଆହତ

ଓଡ଼ିଆ ବାର୍ତ୍ତା/ କଲ୍ୟାଣସିଂହପୁର (ପଦ୍ମନ ଭତ୍ରା): ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସଦର ବନବିଭାଗ କାର୍ଯ୍ୟାଳୟ ନିକଟରେ ମହୁମାଛି ଦଂଶନରେ ୫ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଗୁରୁତର ଆହତମାନେ ହେଲେ କମଳୀ ହିକକା (୫୦), ତାଙ୍କ ଜ୍ବାଇଁ ଇଲିଗା କାଡ୍ରାକା (୩୦)ଙ୍କ ସମେତ ରାୟଗଡ଼ରୁ ଆସିଥିବା ବ୍ୟବସାୟୀ ଜି.ନାଗଭୂଷଣ ରାଓ(୬୨), ଜି.ତ୍ରିପତି ନାଇଡ଼ୁ, ଘନଶ୍ୟାମି ବିଡ଼ିକା। ପ୍ରାପ୍ତ ସୂଚନା ଅନୁସାରେ ସେମାନେ ଦୀପାବଳି ପାଇଁ ଜିନିଷ କିଣିବା ଲାଗି ସ୍ଥାନୀୟ ବଜାରକୁ ଆସୁଥିବା ସମୟରେ ମହୁମାଛି ଦଂଶନର ଶିକାର ହୋଇଥିଲେ। ସୂଚନା ଅନୁସାରେ କଲ୍ୟାଣସିଂହପୁର ଠାରୁ ପାର୍ଷାଲି ଓ ଥେରୁବାଲି ଯିବା ପାଇଁ ରହିଥିବା କଲ୍ୟାଣୀ ସେତୁ ତଳେ ବହୁ ଦିନ ଧରି ମହୁମାଛି ବସା ବାନ୍ଧି ରହିଛନ୍ତି। କୌଣସି କାରଣରୁ ମହୁମାଛି ବାହାରି ପୋଲ ଉପରେ ଯାତାୟାତ କରୁଥିବା ଲୋକଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିଲେ। ଯାହାଫଳରେ ଲୋକମାନେ ପ୍ରାଣ ବିକଳରେ ଧାଇଁ ଆସି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚିଥିଲେ। ସେଠାରେ ଡାକ୍ତର ପ୍ରମୋଦ କୁମାର ମିଶ୍ର ପ୍ରାଥମିକ ଚିକିତ୍ସା ଚଳାଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.