ଓଡ଼ିଆ ବାର୍ତ୍ତା/ ଟିକ୍ରାପଡ଼ା (ରମାକାନ୍ତ ରାଜପଲିଆ): ମୁରିବାହାଲ ବ୍ଲକ ଚଲକି ଛକ ଠାରେ ଚଲକି, ଇଚ୍ଛାପଡ଼ା ଓ ବାନ୍ଦୁପଲା ପଞ୍ଚାୟତ ଯାଦବ ସମାଜ ଆନୁକୂଲ୍ୟରେ ଗିରି ଗୋବର୍ଦ୍ଧନ ପୂଜା ଅବସରରେ ୨୫ ତାରିଖ ଯାଏ ନାମଯଜ୍ଞ ଅନୁଷ୍ଠିତ ହେବାକୁ ଥିବା ବେଳେ କଳସ ଯାତ୍ରା ଅନୁଷ୍ଠିତ ହୋଇଛି | ଡିଙ୍ଗରପ୍ରସାଦ ପାଢ଼ୀ, ନନ୍ଦକିଶୋର ପାଢ଼ୀ ପୂଜକ ଦାୟିତ୍ୱ ତୁଲାଉଛନ୍ତି | ଧୁବଲେଶ୍ଵର ବାଗ, ପାର୍ବତୀ ବାଗ କର୍ତ୍ତା ରହିଛନ୍ତି | ଭାଗିରଥି ଆଡ଼ଜୁଆଡ, ବିଜୁ ଖର୍ସେଲ, କପିଳ ଥପା, ବିକାଶ ପୋଢ଼, ଶତ୍ରୁଘ୍ନ ଥପା, ହାଡୁ ବାଗ, ଡମ୍ବରୁ ବାଗ, ବୈକୁଣ୍ଠ ବଗର୍ତ୍ତୀ, ଅରଛୁ ବାଗଙ୍କ ସମେତ ଶତାଧିକ ବାରପାଲି ଯାଦବ ସମାଜ ସଦସ୍ୟ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରୁଛନ୍ତି | ପ୍ରତି ରାତ୍ର ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେଉଥିବା ଆୟୋଜକ କମିଟି ସୂତ୍ରରୁ ପ୍ରକାଶ |