ମେଳବାହାଲିରେ ଜଙ୍ଗଲି ହାତୀ ଉପଦ୍ରବ: ଧାନ ଫସଲ ମାଡି କଲେ ନଷ୍ଟ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ଦକ୍ଷିଣ ବନଖଣ୍ଡ ବିଶ୍ୱନାଥପୁର ରେଞ୍ଜ ବିଜେପୁର ସେକ୍ସନ ମେଳବାହାଳି ଗାଁ ମାନପଟା ପଡ଼ାରେ ହାତୀ ଉପଦ୍ରବ ଦେଖିବାକୁ ମିଳିଛି। ନିକଟସ୍ଥ ସର୍ଗିଗୁଡା ଜଙ୍ଗଲରେ ୫ ଟିକିଆ ହାତୀପଲ ରହିଥିବା ବେଳେ ଗତ ରାତିରେ ଲାଞ୍ଜିଗଡ଼ ବ୍ଳକ ବିଜେପୁର ପଞ୍ଚାୟତର ମେଳବାହାଲି ଗାଁ ମାନପଟା ପଡ଼ାର ହରି ମାଝୀଙ୍କ ୧ ଏକରରୁ ଉର୍ଦ୍ଧ୍ବ ଧାନ ଫସଲକୁ ମାଡ଼ି ଚକଟି ନଷ୍ଟ କରି ଦେଇଛନ୍ତି।ଏମାନେ ବହୁ କଷ୍ଟରେ ଧାର ଉଧାର କରି ଧାନ ଚାଷ କରିଥିଲେ ହେଲେ ବର୍ତ୍ତମାନ ଏମାନଙ୍କ ଧାନ କ୍ଷେତକୁ ହାତୀ ମାଡି ଚକଟି ନଷ୍ଟ କରିଦେଇଥିବା ବେଳେ ବର୍ତ୍ତମାନ ହରି ମାଝୀଙ୍କ ପରିବାର ଚିନ୍ତାରେ ଭାଙ୍ଗି ପଡିଛନ୍ତି। ବର୍ତ୍ତମାନ ସର୍ଗିଗୁଡା ଜଙ୍ଗଲଠାରେ ହାତୀପଲ ରହିଥିବା ଜଣାପଡିଛି। ଏନେଇ ବିଜେପୁର ବନପାଳ ପଦ୍ମଲୋଚନ ଶବରଙ୍କୁ ପଚାରିବାରୁ ଏସମ୍ପର୍କରେ ମୁଁ ଜାଣି ନାହିଁ ବର୍ତମାନ ଏବେ ଆପଣଙ୍କ ଠାରୁ ଶୁଣୁଛି। ମୁଁ ଘଟଣା ସ୍ଥଳକୁ ଯାଇକି ତଦନ୍ତ କରିବି ଓ ଯାହା କ୍ଷୟକ୍ଷତି ହୋଇଛି ଆକଳନ କଲା ପରେ ସରକାରଙ୍କ ଯାହା ସୁବିଧା ମିଳିବା କଥା ଯୋଗାଇ ଦିଆଯିବ ବୋଲି ବିଜେପୁର ବନପାଳ ଶ୍ରୀ ଶବର ପ୍ରକାଶ କରିଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.