ବିପର୍ଯ୍ୟସ୍ତ ମହାନଦୀ ଘାଟ ଦେଖି ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଲେ ସୁବର୍ଣ୍ଣପୁର ଜିଲ୍ଲାପାଳ 

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସହରର ସର୍ବ ପୂରାତନ ମହାନଦୀ ତେନ୍ତୁଳିଘାଟ ତଥା ଫେରିଘାଟର ବିପର୍ଯ୍ୟସ୍ତ ସମସ୍ୟା ସମ୍ପର୍କରେ ସ୍ଥାନୀୟ ବୁଦ୍ଧିଜିବୀଙ୍କ ଠାରୁ ଅବଗତ ହୋଇ ସୁବର୍ଣ୍ଣପୁର ଜିଲ୍ଲାପାଳ ଡ. ନୃପରାଜ ସାହୁ ହଠାତ୍ ପରିଦର୍ଶନରେ ପହଞ୍ଚିଥିଲେ l ପ୍ରତିଦିନ ରାଜ୍ୟ ତଥା ଦେଶ ବିଦେଶର ଶହ ଶହ ପର୍ଯ୍ୟଟକ ଏହି ଘାଟ ଦେଇ ମେସିନ ବୋଟରେ ମହାନଦୀ ମଧ୍ୟ ଭାଗରେ ଥିବା ପ୍ରତ୍ୟକ୍ଷ ଦେବୀ ମା ଲଙ୍କେଶ୍ଵରୀଙ୍କୁ ଦର୍ଶନ ଓ ପିକନିକ ପାଇଁ ଆସୁଥିବା ବେଳେ ଘାଟର ଅଳିଆ ଆବର୍ଜ୍ଜନା ଓ ଦୂରବସ୍ଥା ଲାଗି ପର୍ଯ୍ୟଟକ ନାକ ଟେକୁଥିବା ବିଷୟ ଶୁଣି ଓ ନିଜେ ଅନୁଭଵ କରି ପୌର ପ୍ରଶାସନ ଉପରେ ଖୁବ୍ ବିରକ୍ତି ପ୍ରକାଶ କରିଥିଲେ l ଆଗକୁ କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଡଙ୍ଗା ଭସାଣୀ ପାଇଁ ଓ ରାଜ୍ୟ ସ୍ତରୀୟ ନୌକା ଚାଳନା ପ୍ରତିଯୋଗିତା ପାଇଁ ଘାଟରେ ପ୍ରବଳ ଜନସମାଗମ ହେବ l ବିଭିନ୍ନ ବିଭାଗର ଇଚ୍ଛା ଶକ୍ତି ଅଭାବରୁ ସାମାନ୍ୟ ଛୋଟ ଟିକେ ଟିକେ କାର୍ଯ୍ଯ ସବୁ ଅବହେଳିତ ହୋଇ ପଡିଥିବା ଯୋଗୁଁ ସାଧାରଣ ଲୋକେ ମୌଳିକ ସୁବିଧାରୁ ବଞ୍ଚିତ ହେଉଥିବାରୁ ଜିଲ୍ଲାପାଳଙ୍କୁ ଲଜ୍ଜିତ ହେବାକୁ ପଡୁଛି ବୋଲି କହିଥିଲେ l ଜିଲ୍ଲାପାଳ କାହାକୁ କିଛି ନ କହି ସ୍ଥିତି ଅନୁଧ୍ୟାନ କରିବା ପରେ ଚାଲିଯାଇଥିଲେ l କିନ୍ତୁ ତୁରନ୍ତ ଦୁଇ ଘଣ୍ଟା ଭିତରେ ଜିଲ୍ଲାପାଳ ଜେସିବି ପଠାଇ ପୌର ଅଧିକାରୀ ଋଷି ମାଝୀଙ୍କ ସହ ଘାଟରେ ପହଞ୍ଚି ଦେଢ଼ ଘଣ୍ଟା ବସି କାର୍ଯ୍ଯ ଆରମ୍ଭ କରି ନିଜେ ତଦାରଖ ମଧ୍ୟ କରିଥିଲେ l ପରେ ଏହା ଉପରେ ବାଲି ପକାଇ ଅସ୍ଥାୟୀ ଘାଟ କରାଯିବ l ଏହା ଦେଖି ସ୍ଥାନୀୟ ବାସିନ୍ଦା ଆଜି ହତବାକ ହୋଇଯାଇଥିଲେ ଏବଂ ଜିଲ୍ଲାପାଳ ହେବ ତ ଏମିତି, ବିଭିନ୍ନ ବିଭାଗର ସାମାନ୍ୟ କାର୍ଯ୍ଯ ହୋଇପାରେ ଲେଟ୍ କିନ୍ତୁ ନିଜେ ଜିଲ୍ଲାପାଳ ସେଠି ପହଞ୍ଚିବା ପରେ ସେ କାମ ହେଇ ଯାଉଛି ପୁରା ପର୍ଫେକ୍ଟ ବୋଲି ଆଜି ଲୋକେ କହୁଥିବା ଖବର ମିଳିଛି l ଘାଟର ଦୂରାବସ୍ଥା ଯୋଗୁଁ ଏହି ଘାଟକୁ ପ୍ରତ୍ୟହ ଗାଧୋଇବାକୁ ଆସୁଥିବା ହଜାର ହଜାର ମହିଳା ସ୍ଥାନୀୟ ଅଧିବାସୀ ବ୍ୟାପକ ଅସନ୍ତୋଷ ପ୍ରକାଶ କରୁଥିବା ବେଳେ ଜିଲ୍ଲାପାଳଙ୍କ ଆଜିର ଏହି ତୁରନ୍ତ ପଦକ୍ଷେପକୁ ନେଇ ଏ ଅଞ୍ଚଳ ର ଅଧିବାସୀ ଓ ବୁଦ୍ଧିଜୀବି ମହଲରେ ଖୁସି ପ୍ରକାଶ ପାଇଛି l ସୂଚନା ଯୋଗ୍ୟ ଯେ ବର୍ତ୍ତମାନ ପର୍ଯ୍ୟନ୍ତ ଅସମ୍ପୂର୍ଣ୍ଣ ଥିବା ରିଙ୍ଗ ରୋଡ ନିର୍ମାଣ ବେଳେ ସଂପୃକ୍ତ ନିର୍ମାଣକାରୀ ସଂସ୍ଥା ରାଜରଜୁଡ଼ା ଅମଳର ଘାଟର ପାହାଚ ସବୁ ଭାଙ୍ଗି ଚୁରମାର କରିଦେଇ ଛାଡ଼ି ଦେଇ ପଳେଇ ଥିବାବେଳେ ସହରବାସୀ ଅକଥନୀୟ ଦୁର୍ଦ୍ଦଶା ଭୋଗୁଛନ୍ତି l

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.