ବେଲଖଣ୍ଡି ଡିଗ୍ରୀ କଲେଜରେ ଆଲୋଚନା ଚକ୍ର ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କେସିଙ୍ଗା ବ୍ଲକ ଅନ୍ତର୍ଗତ ବେଲଖଣ୍ଡି ପଞ୍ଚାୟତ ଡିଗ୍ରୀ ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗୀୟ ମୁଖ୍ୟ ଦୁର୍ଯ୍ୟୋଧନ ଦାଶ ଙ୍କ ତତ୍ତ୍ୱାବଧାନତା ରେ ”ଆରିଷ୍ଟୋଟଲ, ରାଜନୀତି ବିଜ୍ଞାନର ଜନକ ” ଶୀର୍ଷକ ଉପରେ ରେ ଏକ ଆଲୋଚନା ପାଠ୍ୟଚକ୍ର ଅନୁଷ୍ଠିତ ହୋଇଥିଲା। ଜଗନ୍ନାଥ ଡିଗ୍ରୀ ରିଷିଡା କଲେଜର ରାଜନୀତି ବିଜ୍ଞାନ ବିଭାଗୀୟ ଘନଶ୍ୟାମ ସାହୁ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ପାଠ୍ୟଚକ୍ର ର ବିଷୟବସ୍ତୁ ଉପରେ ଆଲୋକପାତ କରିଥିଲେ l ମହାବିଦ୍ୟାଳୟର ବରିଷ୍ଠ ଅଧ୍ୟାପକ ଡ଼ଃ ମଦନ ମୋହନ ସାହୁ ଏବଂ ଦୁର୍ଯ୍ୟୋଧନ ବିଶୋଇ ଯୋଗଦାନ ଦେଇ ଏପରି ବିଭାଗୀୟ ପାଠ୍ୟଚକ୍ର ର ଗୁରୁତ୍ଵ ଉପରେ ନିଜର ମତାମତ ରଖିଥିଲେ। ବିଭାଗର ଶେଷ ବର୍ଷ ଛାତ୍ରୀ ଅଙ୍କିତା ପ୍ରୀୟଦର୍ଶିନି ଭୋଇ, ଦ୍ଵିତୀୟ ବର୍ଷ ଛାତ୍ରୀ ରେଖା ସାହୁ ଏବଂ ଛାତ୍ର ରଞ୍ଜନ କୁମାର ପଧାନ “ସେମିନାର ପେପର” ପାଠ କରିଥିଲେ। ଶେଷରେ ବିଭାଗୀୟ ମୁଖ୍ୟ ଏହି ପାଠ୍ୟଚକ୍ରରେ ଅଂଶଗ୍ରହଣ କରିଥିବା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.