ପୂର୍ଣ୍ଣାହୁତି ସହ ସମାପନ ହେଲା ଅଲଣ୍ଡା ଗିରି ଗୋବର୍ଦ୍ଧନ ପୂଜା 

ଓଡ଼ିଆ ବାର୍ତ୍ତା/ ସିନ୍ଧେକେଲା: ବଲାଙ୍ଗିର ଜିଲ୍ଲା ସିନ୍ଧେକେଲା ଅଞ୍ଚଳ ଅଲଣ୍ଡା ପଞ୍ଚାୟତର ୨୧ତମ ବର୍ଷର ଆଞ୍ଚଳିକ ଗିରିଗୋବର୍ଦ୍ଧନ ପୂଜା ପୂର୍ଣ୍ଣା ହୁତି ସହ ସମାପନ ହୋଇଯାଇଛି। ଏନେଇ ଗତ ବୁଧବାର ସକାଳ ୦୮:୩୦ ରୁ ଗିରିଗୋବର୍ଦ୍ଧନ  ପୂଜା ମଣ୍ଡପରେ ନାମଯଜ୍ଞ ଆରମ୍ଭ କରାଯାଇଥିଲା। ଏଥିରେ କର୍ତ୍ତା ଦାୟିତ୍ୱ ତୁଲାଇଥିଲେ ନରହରି ପୁଞ୍ଜି ଓ ତାଙ୍କ ସ୍ତ୍ରୀ ପୁତୁନା ପୁଞ୍ଜି। ପୂଜକ ଥିଲେ ଟିକୁ ଦାଶ ଓ ଜପକ ମିନିକେତନ ପଣ୍ଡା। ମୂଖ୍ୟ ଅତିଥି ଭାବେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ, ସମ୍ମାନିତ ଅତିଥି ଭାବେ ଉତ୍କଳ ଯାଦବ ମହାସଭା ସମାଜର ସାଧାରଣ ସମ୍ପାଦକ ମନୋଜ କୁମାର ହାତୀ,  ଓଡ଼ିଶା ୟୁନିଅନ ଅଫ୍ ଜର୍ଣାଲିଷ୍ଟର ବଲାଙ୍ଗିର ଜିଲ୍ଲା ଟ୍ରିବ୍ୟୁନାଲ ଅଧ୍ୟକ୍ଷ ଅନିଲ କୁମାର ତ୍ରିପାଠୀ, ଅଲଣ୍ଡା ସରପଞ୍ଚଙ୍କ ପ୍ରତିନିଧି ଯୁବରାଜ ବାଗ, ସିନ୍ଧେକେଲା ସମିତି ସଭ୍ୟ ଭୋଲାନାଥ ବେହେରା, ଅଲଣ୍ଡା ପଞ୍ଚାୟତର ପୂର୍ବତନ ସରପଞ୍ଚ ଅର୍ଜୁନ ଯାଦବ, ହେମନ୍ତ ସାହୁ ଯୋଗ ଦେଇଥିଲେ।  ଏହି ପୂଜା ଦେଖିବାକୁ ଶହ ଶହ ଲୋକଙ୍କ ସମାଗମ ଦେଖା ଦେଇଥିଲା। ରାତିରେ ଦର୍ଶକମାନଙ୍କ ମନୋରଞ୍ଜନ ପାଇଁ ସୁନାମୁଖୀ ଦଣ୍ଡ ନୃତ୍ୟ ପରିବେଷଣ କରାଯାଇଥିଲା। ଶେଷରେ ଗୁରୁବାର ଦିନ ସକାଳ ୮:୩୦ ରେ  ନାମଯଜ୍ଞ ଶେଷ ହୋଇଥିଲା। ଗିରିଗୋବର୍ଦ୍ଧନ ପୂଜାର ସଭାପତି ସୁରେଶ ନାଗ ଓ ସମ୍ପାଦକ ଭୁଜ ବଗର୍ତ୍ତିଙ୍କ ପ୍ରତକ୍ଷ୍ୟ ତତ୍ବାବଧାନରେ ପୂଜା କାର୍ଯ୍ୟ ସଂପାଦିତ ହୋଇଥିବାବେଳେ କର୍ନ୍ଧପ କାଣ୍ଡ, ଯଜ୍ଞ କାଣ୍ଡ, ପବିତ୍ର କାଣ୍ଡ, ପ୍ରଭାକର କାଣ୍ଡ, କ୍ଷିରସିନ୍ଧୁ ନାଗ, ଉଗ୍ରସେନ ନାଗ, କାଳିଆ ହଂସ, ଅଭି ବାଗ, ଅନନ୍ତ ବାଗ, ହରେଶ ବଗର୍ତ୍ତି, ଓକିଲ ବଗର୍ତ୍ତି ପ୍ରମୁଖ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.