ଜୟ ପ୍ରକାଶ ସାନ୍ଧ୍ୟ ଡିଗ୍ରୀ ମହାବିଦ୍ୟାଳୟରେ ଯୁବ ଉଦ୍ୟୋଗୀ ତାଲିମ ଶିବିର

ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା (ଅଲତାଫ ଅଲ୍ଲୀ ଖାଁ): ସ୍ଥାନୀୟ ଜୟ ପ୍ରକାଶ ସାନ୍ଧ୍ୟା ଡିଗ୍ରୀ ମହାବିଦ୍ୟାଳୟରେ ଯୁବ ଉଦ୍ୟୋଗୀ ସୃଷ୍ଟି କରିବା, ଉଦ୍ୟୋଗୀ ତାଲିମ ଦକ୍ଷତା ବୃଦ୍ଧି, ଉଦ୍ୟୋଗୀ ଜ୍ଞାନ ଓ କୌଶଳର ସଚେତନତା କାର୍ଯ୍ୟକ୍ରମ ଭାରତ ସରକାରଙ୍କ ଲଘୁ ଓ ଶିଳ୍ପ ଉଦ୍ୟୋଗ ବିଭାଗ କଳାହାଣ୍ଡି ଭବାନୀପାଟଣା ଶାଖାରୁ ସେଣ୍ଟ୍ରାଲ ଟୁଲ ରୁମ ଓ ଟ୍ରୋନିଂ ସେଣ୍ଟରର କାର୍ଯ୍ୟକର୍ତ୍ତା ଓ ତାଲିମଦାତା ମାନସ ରଞ୍ଜନ ମହନ୍ତ ଓ ସ୍ନେହା ସିଂହ ତାଲିମ ପ୍ରଦାନ କରିବା ସହ ସରକାରଙ୍କ ଉଦ୍ୟୋଗୀ ସୃଷ୍ଟି ବ୍ୟବସ୍ଥା ସୁବିଧା ଓ ଦକ୍ଷତା ବୃଦ୍ଧି ଦିଗରେ ବିଭିନ୍ନ ସୁବିଧା ବିଷୟରେ ଅବଗତ କରାଇଥିଲେ। ମହାବିଦ୍ୟାଳୟର ଅଧ୍ୟକ୍ଷ ପରମେଶ୍ୱର ମୁଣ୍ଡ ଯୁବ ଓ ଛାତ୍ରମାନଙ୍କୁ ଚାକିରୀ ପଛରେ ନ ଗୋଡାଇ ସଫଳ ଉଦ୍ୟୋଗୀ ହେବା ପାଇଁ ପ୍ରେରଣା ଦେଇଥିଲେ। ଏନ୍‌ଏସ୍‌ଏସ୍ ଅଧିକାରୀ ପ୍ରତାପ ଚନ୍ଦ୍ର ଦାଶ ଏହାର ପରିଚାଳନା କରିଥିବାବେଳେ ଅଧ୍ୟାପକ ଶୁଭେନ୍ଦୁ କୁମାର ପାଢୀ, ଶୁଶାନ୍ତ କୁମାର ଦାଶ, ଫାଲଗୁନୀ ପ୍ରଧାନୀ, ପୁରୀତ ରଣା, ମୀନକେତନ ସାହୁ, ଅଧ୍ୟାପିକା ମିକୁମିକ୍ସ ନିଆଲ, ମନ୍ଦାକିନୀ ପ୍ରଧାନ, ଦୀନବନ୍ଧୁ ନାଗ ଓ ସୁନୀଲ ଗହୀର ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.