ଓଡ଼ିଆ ବାର୍ତ୍ତା/ ଟିକ୍ରାପଡ଼ା (ରମାକାନ୍ତ ରାଜପଲିଆ): ବଙ୍ଗୋମୁଣ୍ଡା ସ୍ଥିତ ପଞ୍ଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବିଜ୍ଞାନାଗାର ଉଦଘାଟିତ ହୋଇଯାଇଛି | ଇଂରାଜୀ ଅଧ୍ୟାପକ ନୀଲେଶ କୁମାର ପରେଖଙ୍କ ସଭାପତିତ୍ବ ତଥା ପଦାର୍ଥ ବିଜ୍ଞାନ ଅଧ୍ୟାପକ ସାଗର ରଞ୍ଜନ ରଥଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ଅଧ୍ୟକ୍ଷ ଗରୁଡ଼ଧ୍ଵଜ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଏହାକୁ ଉଦ୍ଘାଟନ କରିଥିଲେ | ଇତିହାସ ଅଧ୍ୟାପକ ଅକ୍ଷୟ କୁମାର ପ୍ରଧାନ, ଓଡ଼ିଆ ଅଧ୍ୟାପିକା ମିନତୀ ରଥ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ | ଅନ୍ୟମାନଙ୍କ ମଧ୍ୟରେ ଆଇଟି ଅଧ୍ୟାପକ ଲକ୍ଷ୍ମଣ ବାରିକ, ଅର୍ଥଶାସ୍ତ୍ର ଅଧ୍ୟାପକ ବବିତା ଦାସ, ଇଂରାଜୀ ଅଧ୍ୟାପିକା ସୁନିତା ଦାସ, ବାଣିଜ୍ୟ ବିଭାଗ ଅଧ୍ୟାପକ ସଲମନ ଖାଁ, ସୁମନ୍ତ ବାଗ, ରସାୟନ ବିଜ୍ଞାନ ଅଧ୍ୟାପକ ମୁରଲୀଧର ମେହେର, ଗଣିତ ଅଧ୍ୟାପକ କ୍ଷୀରୋଦ୍ର ରଣା, ଶିକ୍ଷା ବିଭାଗ ଅଧ୍ୟାପିକା ଐଶ୍ୱର୍ଯ୍ୟା ବାରିକ, ଇତିହାସ ଅଧ୍ୟାପକ ଖଗେଶ୍ୱର ବେହେରା, ରାଜନୀତି ବିଜ୍ଞାନ ଅଧ୍ୟାପିକା ଅଭିଲିପ୍ସା ବହିଦାର, ଓଡ଼ିଆ ଅଧ୍ୟାପକ ରଶ୍ମିରଞ୍ଜନ ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହିଥିଲେ | ଶେଷରେ ଜୀବବିଜ୍ଞାନ ଅଧ୍ୟାପିକା ରେଶ୍ମା ନାଗ ଧନ୍ୟବାଦ ଅର୍ପଣ କରିଥିଲେ | ଯୁଗଳ କିଶୋର ବେହେରା, କଳ୍ପନା ମେହେର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ | ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ |





