ଚୋରମରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ତମାଖୁ ମୁକ୍ତ ଯୁବ ଅଭିଯାନ ପାଳିତ

ଓଡିଆ ବାର୍ତ୍ତା/ ଭୁତିଆରବାହାଲ (ପଞ୍ଚାନନ ଭୋଇ): ଦେଓଗାଁ ବ୍ଲକ ଅନ୍ତର୍ଗତ ଚୋରମରା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ତମାଖୁ ମୁକ୍ତ ଯୁବ ଅଭିଯାନ ପାଳିତ ହୋଇଛି।

ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ କୈଳାସ ଚନ୍ଦ୍ର ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ସୁପରଭାଇଜର ଖୁସିରାମ ମେହେର, ମୁଖ୍ୟ ବକ୍ତା ଭାବେ ଏଏନଏମ ଅନୁସୟା ଦୀପ, ସମ୍ମାନିତ ଅତିଥି ଭାବେ ଆଶାକର୍ମୀ ସବିତା ସୁନା ଯୋଗଦେଇ ତମାଖୁ ସେବନର କୁପ୍ରଭାବ ସମ୍ପର୍କରେ ମତ ପ୍ରଦାନ କରିଥିଲେ।

ଏହି ଅବସରରେ ସମସ୍ତ ଛାତ୍ରଛାତ୍ରୀ ତମାଖୁ ସେବନ ନ କରିବାକୁ ଶପଥ ପାଠ କରିଥିଲେ।

ଏହି ଅବସରରେ ବିଦ୍ୟାଳୟରେ ଏକ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ କରାଯାଇଥିଲା।

ଶେଷରେ ସହକାରୀ ଶିକ୍ଷକ ସୁଶାନ୍ତ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ସହକାରୀ ଶିକ୍ଷୟିତ୍ରୀ ମିକି ଭୋଇ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.