ଯୋର ଜମୁଛି ଦୋରାପଦର ବାତ୍ସଲ୍ୟ ଆଶ୍ରମର ଯଜ୍ଞ

ଆଜି ସକାଳୁ ଆରମ୍ଭ ହେଲା ନାମଯଜ୍ଞ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ମାଣ୍ଡେଲ ଗ୍ରାମ ପଞ୍ଚାୟତର ଦୋରାପଦର ଗ୍ରାମ ନିକଟସ୍ଥ ବାତ୍ସଲ୍ୟ ଆଶ୍ରମରେ ଛଅ ଦିନ ହେଲା ଚାଲିଛି ଯଜ୍ଞ। ବାତ୍ୟା ମୋନ୍ଥା ପ୍ରଭାବ ହିନ ହେବା ପରେ ଯଜ୍ଞ ଆହୁରି ଯୋର ଜମୁଛି। ଆଜି ଶେଷ ଦିନ।

ଆସନ୍ତା କାଲି ସକାଳ ୭ ଘଣ୍ଟା ସମୟରେ ଏହାର ପୂର୍ଣ୍ଣାହୂତି ପଡିବ। ଗତ ୫ ଦିନ ଧରି ଚାଲି ଆସୁଥିଲା ରୁଦ୍ର ମହାଯଜ୍ଞ ଓ ଶ୍ରୀମଦ ଦ୍ଭାଗବତ ପରାୟଣ କାର୍ଯ୍ୟକ୍ରମ। ଏନେଇ ଶୁକ୍ରବାର ଅପରାହ୍ନ ୪ ଟା ରେ ଭବ୍ୟ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା।

ଆରମ୍ଭରୁ ଗତ ୫ ଦିନ ଧରି ସୁନ୍ଦର ଭାବରେ ଭାବରେ ଚାଲିଥିଲା ରୁଦ୍ର ମହାଯଜ୍ଞ ଓ ଶ୍ରୀମଦ୍ ଭାଗବତ ପାରାୟଣ। ୨୫/୧୦ ଶନିବାର ରୁ ଆରମ୍ଭ ହୋଇଥିବା ଏହି ଯଜ୍ଞ ୩୧ ତାରିଖ ଶୁକ୍ରବାର ପୂର୍ଣ୍ଣାହୁତି ପଡିବ। ଆଜି ଗୁରୁବାର ସକାଳ ୭ ଘଣ୍ଟା ସମୟରେ ଆରମ୍ଭ ହେଲା ଅଷ୍ଟ ପ୍ରହର ନାମଯଜ୍ଞ। ଶ୍ରୀମଦ୍ ଭାଗବତ ପାରାୟଣ ଋଷଭ ବେଦବାଗ ପ୍ରବଚନ କଥାମୃତ କରିଥିଲେ। ବ୍ରହ୍ମଚାରୀ ଅନ୍ତର୍ଯ୍ୟାମୀ ରୁଦ୍ରଯଜ୍ଞ ପରିଚାଳନା କରିଥିଲେ।

ତନୟା ମାଝୀ ଓ ଗୋବର୍ଦ୍ଧନ ମାଝୀ, ସୁକାନ୍ତି ପଧାନ ଓ ଦୟା ପଧାନ, ସୌରୀ ପଧାନ ଓ ଜୟ ପ୍ରକାଶ ପଧାନ ତିନି ଯୋଡ଼ି ଦମ୍ପତି ରୁଦ୍ର ମହାଯଜ୍ଞ ରେ କର୍ତ୍ତା ଦାୟୀତ୍ୱ ନିର୍ବାହନ କରିଥିଲେ। ଆଜି ସକାଳେ ଆରମ୍ଭ ହୋଇଥିବା ନାମଯଜ୍ଞ ରେ ବିଜୟ ପଧାନ ଓ ଉକିଆ ପଧାନ ଦମ୍ପତି କର୍ତ୍ତା ଦାୟୀତ୍ୱ ନିର୍ବାହନ କରୁଛନ୍ତି।

ନାମଯଜ୍ଞ ପାଇଁ ଆଖାପାଖର ୬ ଗୋଟି ସଂକୀର୍ତ୍ତନ ମଣ୍ଡଳୀ ଏଥିରେ ଅଂଶ ଗ୍ରହଣ କରିଥିବା ଜଣାପଡ଼ିଛି। ପାଗ ଅନୁକୂଳ ରହିଥିବାରୁ ଯଜ୍ଞ ସ୍ଥଳରେ ହଜାର ହଜାର ଶ୍ରଦ୍ଧାଳୁ ଭକ୍ତଙ୍କ ସମାଗମ ଦେଖିବାକୁ ମିଳୁଛି।

ପରିଚାଳନା କମିଟିର ସଭାପତି ପଦ୍ମ ଚରଣ ନାଏକ, ସମ୍ପାଦକ ଗଣ୍ଡାଧର ନାଏକ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଯଜ୍ଞ ପରିଚାଳିତ ହେଉଥିବା ବେଳେ ଦହଲ, ଦୋରାପଦର, ମାଣ୍ଡେଲ, ସର୍ଗିଗୁଡା, ଅଶୃଗଡ, ଘଣ୍ଟମାଳ, ଆଡରିଂ ଓ ତିଲେଇମାଲର ଗ୍ରାମବାସୀ, ପ୍ରଦୀପ କୁମାର ନାଏକ, ଗୋବିନ୍ଦ ଗୌଡ, କନକ ମାଝୀ, ତୁଳସା ମାଝୀ, ଯଶୋବନ୍ତି ମାଝୀ, ଘଣ୍ଟମାଳ ସରପଞ୍ଚ ଦେବେନ୍ଦ୍ର ସା, ସୁରେଶ କୁମାର ନାଏକ, ବୈଲୋଚନ ମାଝୀ, ସତ୍ୟରାମ ମାଝୀ, ତନୁ ମାଝୀ, ପଙ୍କଜ ମାଝୀ, କାର୍ତ୍ତିକ ମାଝୀ, ଯତୀନ୍ଦ୍ର ନାଏକ, ରୁକଧର ମାଝୀ, ଗୋକୁଳ ମାଝୀ, ଦୁର୍ଯ୍ୟୋଧନ ପଧାନ ପ୍ରମୁଖ ଯଜ୍ଞ ପରିଚାଳନରେ ସହଯୋଗ କରୁଥିବା ଜଣାପଡ଼ିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.