ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଳକ ଅଧିନସ୍ଥ ସର୍ଗିଗୁଡାର ବିଶିଷ୍ଟ ସଙ୍ଗୀତ ଗୁରୁ ତଥା ବିଶିଷ୍ଟ ଶିକ୍ଷାବିତ ସ୍ଵର୍ଗତ ଲକ୍ଷ୍ମଣ ବାଗଙ୍କ ଆଜି (ଶୁକ୍ରବାର) ଦ୍ୱାଦଶହରେ ନର୍ଲା ବ୍ଲକ ଯାଦବ ସମାଜ ତରଫରୁ ଗାଁ ଦାଣ୍ଡରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। ଯାଦବ ସମାଜର ବ୍ଳକ ସଭାପତି ଲିଙ୍ଗରାଜ କରୁଆଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶ୍ରଦ୍ଧାଞ୍ଜଳି ସଭାରେ କଳାହାଣ୍ଡି ଜିଲ୍ଲା ଯାଦବ ମହାସଭା ଅଭ୍ୟର୍ଥନା କମିଟି ସଭାପତି ଗିରିଧାରୀ ଗୌଡ, ନର୍ଲା ବ୍ଳକ୍ ଯାଦବ ସମିତିର କୋଷାଧ୍ୟକ୍ଷ ଗିରିଧାରୀ ଗୌଡ (ଖ), ଅବସରପ୍ରାପ୍ତ ଶିକ୍ଷକ ତଥା ବିଶିଷ୍ଟ କଳାକାର ଲକ୍ଷ୍ମଣ ପରିଡା, ସଂସ୍କୃତିବିତ୍ ହରେକୃଷ୍ଣ ଭୋଇ ପ୍ରମୁଖ ମଞ୍ଚାସୀନ ରହି ସ୍ମୃତି ଚାରଣ କରିଥିଲେ। ଏହି ଶ୍ରଦ୍ଧାଞ୍ଜଳି ସଭାରେ ଅନେକ ବିଶିଷ୍ଟ ବ୍ୟକ୍ତି ଯୋଗଦାନ କରିଥିଲେ। ଯୁବ ନେତୃତ୍ବ ପ୍ରଦୀପ କୁମାର ନାଏକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ବିଶିଷ୍ଟ ବ୍ୟକ୍ତି ମାନଙ୍କ ମଧ୍ୟରେ ଉଗ୍ରସେନ ଗୌଡ, ଚକ୍ରଧର ସା, କୁମୁଦ ନାଏକ, ଭିକାରୀ ଚରଣ ପୋଢ଼, ତପନ କୁମାର ଭୋଇ, ପ୍ରମୋଦ ପରିଡ଼ା, ସରୋଜ କୁମାର ଜେନା, କଲ୍ୟାଣ କୁମାର ସାହୁ କ୍ଷୀର ସିନ୍ଧୁ ସାହୁ, ମହେନ୍ଦ୍ର ସାହୁ, ଅନାଦି ଚରଣ ଗିରି, ଶିକ୍ଷାବିତ ନିର୍ମଳ ଚନ୍ଦ୍ର ନାୟକ, ବିଶିଷ୍ଟ ଫୋକ୍ କଣ୍ଠ ଶିଳ୍ପୀ ସର୍ବେଶ୍ଵର ଭୋଇ, ରବୀନ୍ଦ୍ର ନାଥ ଦୋରା, ସଞ୍ଜୟ ନାଏକ, ଉଗ୍ରସେନ ଗଉଡ଼, ଅଜୟ ନନ୍ଦ, ସଂକୀର୍ତ୍ତନ ଗୁରୁ ଶଶିଦେବ ନାଗ, ତପନ ସାହୁ, ସୁବାଷ ଚନ୍ଦ୍ର ବରାଡ, ବିଶିଷ୍ଟ ବିକ୍ରମ ସାହୁ, ରତ୍ନାକର ପାଢୀ, ସାମ୍ୱାଦିକ ଅଭିରାମ ନନ୍ଦ, ହୃଷୀକେଶ ଭୋଇ, ଘନ ଭୋଇ, ପଙ୍କଜ ପଧାନ, କିଶୋର ନାଏକ, ସୁଧିର ନାଏକ, କଂହେଇ ଗଉଡ଼ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରଥମେ ତାଙ୍କ ଏକମାତ୍ର ପୁତ୍ର ଭବାନୀ, ସହଧର୍ମିଣୀ ଜନକ କୁମାରୀ, ତାଙ୍କ ପରିବାର ବର୍ଗ ସମସ୍ତେ ପୁଷ୍ପାଞ୍ଜଳି ଦେବାପରେ ଉପସ୍ଥିତ ଜନସାଧାରଣ ବନ୍ଧୁ ବର୍ଗ ପୁଷ୍ପାଞ୍ଜଳି ଦେବାପରେ ବିଶିଷ୍ଟ ବ୍ୟକ୍ତି ମାନେ ସ୍ମୃତି ଚରଣ କରିଥିଲେ। ଏହି ଶ୍ରଦ୍ଧାଞ୍ଜଳି ସଭାକୁ ଶିକ୍ଷାବିତ ତଥା ଭାଗବତିଆ କବି ମଧୁସୁଦନ ରାଉତ ଭାଗବତ ଛନ୍ଦରେ ମଞ୍ଚ ପରିଚାଳନା କରିଥିଲେ।







