ସମାଜବାଦୀ ପାର୍ଟି ପ୍ରାର୍ଥୀ ରମାକାନ୍ତ ହାତୀଙ୍କ ନିଆରା ପ୍ରଚାର

ସାଇକେଲରେ ଚଢ଼ି କରୁଛନ୍ତି ଭୋଟ ଭିକ୍ଷା 

ଓଡ଼ିଆ ବାର୍ତ୍ତା/ ନୂଆପଡ଼ା: ନୂଆପଡ଼ା ଉପନିର୍ବାଚନକୁ ନେଇ ରାଜନୈତିକ ପାଣିପାଗ ପୁରା ସରଗରମ ରହିଛି। ତିନି ପ୍ରମୁଖ ଦଳ କଂଗ୍ରେସ, ବିଜେପି ଓ ବିଜେଡ଼ିଙ୍କ ସମେତ ପଞ୍ଜିକୃତ ରାଜନୈତିକ ଦଳ ସମାଜବାଦୀ ପାର୍ଟି ଏବଂ ଓଡ଼ିଶା ଜନତା ପାର୍ଟି ଏପରି ପାଞ୍ଚୋଟି ରାଜନୈତିକ ଦଳର ପ୍ରାର୍ଥୀ ଏବଂ ୯ଜଣ ସ୍ବାଧିନ ପ୍ରାର୍ଥୀ ଏହିପରି ମୋଟ ୧୪ଜଣ ପ୍ରାର୍ଥୀ ରାଜନୈତିକ ମଇଦାନକୁ ଓହ୍ଲାଇଛନ୍ତି। ପ୍ରଚାର ମଧ୍ୟ ଜୋର ଧରିଛି। ଏହି କ୍ରମରେ ସମାଜବାଦୀ ପାର୍ଟିର ପ୍ରାର୍ଥୀ ରମାକାନ୍ତ ହାତୀ ନିଆରା ଢଙ୍ଗରେ ପ୍ରଚାର କରୁଛନ୍ତି। ସମାଜବାଦୀ ପାର୍ଟିର ନିର୍ବାଚନୀ ଚିହ୍ନ ସାଇକେଲ ହୋଇଥିବାବେଳେ ରମାକାନ୍ତ ସାଇକେଲ ଚଢ଼ି ଗାଁମାନଙ୍କରେ ଭୋଟ ଭିକ୍ଷା କରୁଥିବା ଦେଖିବାକୁ ମିଳିଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ନୂଆପଡ଼ା ଉପନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ, ବିଜେପି ପ୍ରାର୍ଥୀ ଜୟ ଢୋଲକିଆ, ବିଜେଡି ପ୍ରାର୍ଥୀନୀ ସ୍ନେହାଙ୍ଗିନୀ ଛୁରିଆ, ସମାଜବାଦୀ ପାର୍ଟି ପ୍ରାର୍ଥୀ ରମାକାନ୍ତ ହାତୀ, ଓଡ଼ିଶା ଜନତା ପାର୍ଟି ପ୍ରାର୍ଥୀ ଶୁକଧର ଦଣ୍ଡସେନା ଏବଂ ସ୍ବାଧୀନ ପ୍ରାର୍ଥୀ ଭାବେ ଆଶ୍ରୟ ମହାନନ୍ଦ, କିଶୋର କୁମାର ବାଗ, ଚକ୍ରାନ୍ତ ଜେନା, ନିତା ବାଗ, ଭକ୍ତବନ୍ଧୁ ଧରୁଆ, ଭୁବନଲାଲ ସାହୁ, ହେମନ୍ତ ତାଣ୍ଡି, ଲକ୍ଷ୍ମୀକାନ୍ତ ତାଣ୍ଡି ଓ ଲୋଚନ ସିଂ ମାଝୀ ଲଢେଇ କରୁଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.