ରାଷ୍ଟ୍ରୀୟ ଏକତା ଦିବସରେ ନର୍ଲା ପୋଲିସର ମିନି ମାରାଥନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ସାରା ଦେଶ ଲୌହ ମାନବ ସର୍ଦ୍ଦାର ବଲ୍ଲବ ଭାଇ ପଟେଲଙ୍କ ଜନ୍ମ ଦିନକୁ ରାଷ୍ଟ୍ରୀୟ ଏକତା ଦିବସ ଭାବରେ ପାଳନ କରାଯାଇ ବିଭିନ୍ନ ଅନୁଷ୍ଟାନ ଗୁଡିକ ପକ୍ଷରୁ ଅନେକ କାର୍ଯ୍ୟକ୍ରମ ମାନ କରାଯାଉଥିବା ବେଳେ ନର୍ଲା ପୋଲିସ ତରଫରୁ ଆଜି ସକାଳ ୭.୩୦ ସମୟରେ ନର୍ଲା ଆଇଆଇସି ବିଜୟ ରାଜ ମାଝୀଙ୍କ ନେତୃତ୍ୱରେ ସ୍ତାନୀୟ ଯୁବକ ମାନଙ୍କୁ ନେଇ ଏକ ମିନି ମାରାଥନ କାର୍ଯ୍ୟକ୍ରମ ସର୍ଗିଗୁଡା ଲେବଲ କ୍ରସିଂ ଫାଟକରୁ ଥାନା ପର୍ଯ୍ୟନ୍ତ ୨ କିମି ଅନୁଷ୍ଠିତ ହୋଇଥିଲା ।

ଯୁବ ନେତୃତ୍ବ ଦିପୁ ପାତ୍ରଙ୍କ ନେତୃତ୍ବରେ ବାଗପୁର, ନର୍ଲା, ସର୍ଗିଗୁଡା, ମାଣ୍ଡେଲ ଗ୍ରାମର ୬୦ ରୁ ଉର୍ଦ୍ଧ୍ବ ଯୁବକ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ନର୍ଲା ଭାରପ୍ରାପ୍ତ ଚିକିତ୍ସାଧିକାରୀ ଆଶୁତୋଷ ପ୍ରଧାନ ନାଲି ଫିତାକାଟି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ।

ନର୍ଲା ପୋଲିସ ତରଫରୁ ଏଏସଆଇ ଅବନୀ କୁମାର ଖୋରା, ଖଗେଶ୍ୱର ପାନ, କେତନ କରୁଆଁ, ଦିଲୀପ ଭୋଇ, କଳ୍ପନା ସା, ସୁଜାତା ସା, ପଙ୍କଜିନି ମାଝୀ, ଦୈମତି ମାଝୀ, ମାନସ ରଞ୍ଜନ ଭଞ୍ଜ, ଭୀମସେନ ନାଏକ, ଜୟରାଜ ନାଏକ, ଗଙ୍ଗାଧର ନାଏକ, ଭୀମସେନ ଧରୁଆ ପ୍ରମୁଖ ଉପସ୍ଥିତ ରହି ମାରାଥନ ଦୌଡ ବେଳେ ଶୃଙ୍ଖଳା ବ୍ୟବସ୍ଥା ବୁଝିଥିଲେ ।

ନର୍ଲା ରେଲବାଇ ପାଟକରୁ ଥାନା ଯାଏଁ ୧୫ ମିନିଟ ଧରି ପୋଲିସ ତରଫରୁ ଦୁଇପଟେ ଆସୁଥିବା ଗାଡି ମୋଟରକୁ ଅଟକ ରଖାଯାଇଥିଲା । ଏହି ମିନି ମାରାଥନ ରେ ୬୦ ରୁ ଉର୍ଦ୍ଧ୍ୱ ଯୁବକ ଅଂଶ ଗ୍ରହଣ କରିଥିଲେ । ମିନି ମାରାଥନ ଦୌଡରେ କାହ୍ନା ବାଗ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଯୁବରାଜ ଭୋଇ ଦ୍ୱିତୀୟ ସ୍ଥାନ ଓ ରାଜୁ ଗନ୍ତାୟତ ତୃତୀୟ ସ୍ଥାନ ଅଧିକାର କରିଥିଲେ ।

ନର୍ଲା ଥାନା ପରିସରରେ ଏନେଇ ଏକ ପୁରସ୍କାର ବିତରଣୀ ଉତ୍ସବ ଆଇଆଇସି ଶ୍ରୀ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବରେ ନର୍ଲା ଭାରପ୍ରାପ୍ତ ଚିକିତ୍ସାଧିକାରୀ ଶ୍ରୀ ପ୍ରଧାନ, ସମ୍ମାନିତ ଅତିଥି ଭାବରେ ଶ୍ରୀ ଖୋରା ଓ ଯୁବ ନେତୃତ୍ୱ ଦୀପୁ ପାତ୍ର ମଞ୍ଚାସୀନ ରହି ବିଜେତା ମାନଙ୍କୁ ଟ୍ରଫି ସହ ନଗଦ ଅର୍ଥରାଶି ପୁରସ୍କାର ପ୍ରଦାନ କରିଥିଲେ ।

ସାମ୍ବାଦିକ ଲିଙ୍ଗରାଜ ମିଶ୍ର ମଞ୍ଚ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମ ଶେଷରେ ଏଏସଆଇ ଶ୍ରୀ ଖୋରା ଧନ୍ୟବାଦ ଅର୍ପଣ କରିଥିଲେ । ନର୍ଲା ପୋଲିସର ଏଭଳି ଭବୟ କାର୍ଯ୍ୟକ୍ରମକୁ ବୁଦ୍ଧିଜିବୀ ମହଲରେ ଭୂୟସୀ ପ୍ରଶଂସା କରାଯାଇଥିବା ଜାଣିବାକୁ ମିଳିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.