୧୧ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି ନର୍ଲା ପୋଲିସ
ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଦିଲ୍ଲୀପ ପରାଭୋଇ ଙ୍କୁ ଘରୁ ଅପହରଣ କରିଥିବା ଓ ମରଣାନ୍ତକ ଆକ୍ରମଣ ଘଟଣା କୁ ନେଇ କୁସୁମ ପଡା ଗ୍ରାମର ଏଗାର ଜଣ ଅଭିଯୁକ୍ତ ଙ୍କୁ ଗୁରୁବାର ଦିନ ନର୍ଲା ପୋଲିସ କୋର୍ଟ ଚାଲାଣ କରିଥିବା ଜଣାପଡିଛି। ସୂଚନା ଯୋଗ୍ୟ ଯେ ଗତ ୨୭/୧୦/୨୦୨୫ ଦିନ ରାତ୍ର ଆଠ ଘଣ୍ଟା ସମୟରେ ନର୍ଲା ବ୍ଲକ ଅଧିନସ୍ଥ କୁସୁମପଡା ଗ୍ରାମର ଡମ୍ବରୁ ମାଝୀ, ମଳୟ ମାଝୀ, କେଦାର ମାଝୀ, ଜମୁ ମାଝୀ, ପ୍ରିନ୍ସ ମାଝୀ ସମେତ ତାଙ୍କ ଛଅ ଜଣ ସହଯୋଗୀ ମିଶି ସଂଘବଦ୍ଧ ଭାବେ କୌଣସି ଘଟଣାକୁ ନେଇ ଆକ୍ରୋଶ ମୂଳକ ଭାବରେ ଏକ ଚାରି ଚକିଆ ଗାଡ଼ି ରେ ଦିଲ୍ଲୀପ ପରାଭୋଇ ନାମକ ଯୁବକ କୁ ନିଜ ଗାଁ ଭାନପୁର ଗ୍ରାମକୁ ଯାଇ ଉଠାଇ ଆଣି ଏକ ଅଜ୍ଞାତ ସ୍ଥାନରେ ଅପହରଣ କରିଥିଲେ ଏଵଂ ଶାରୀରିକ ନିର୍ଯ୍ୟାତନା ଦେଇଥିଲେ। ଘଟଣା କୁ ନେଇ ପରିବାର ଲୋକେ ନର୍ଲା ଥାନାରେ ଗତ ୨୮ ତାରିଖ ଦିନ ଅଭିଯୋଗ କରିଥିଲେ ଅଭିଯୋଗ ପରେ ନର୍ଲା ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ବେଳେ ଗତ ବୁଧବାର ଦିନ ପାଞ୍ଚ ଜଣ ମୁଖ୍ୟ ଅଭିଯୁକ୍ତ ଏଵଂ ଛଅ ଜଣ ସହଯୋଗୀ ଅଭିଯୁକ୍ତ ଙ୍କୁ ଗିରଫ କରି ଥାନାରେ ପଚରା ଉଚୁରା କରିଥିଲା ଏଗାର ଜଣ ଅଭିଯୁକ୍ତ ଙ୍କ ନାମରେ କେଶ୍ ନମ୍ବର୍ -୨୫୫/୨୮/୧୦ ରେ ଏକ ମାମଲା ରୁଜୁ କରି ଗୁରୁବାର ଦିନ କୋର୍ଟ ଚାଲାଣ କରିଥିବା ଜଣାପଡିଛି।





