ଲାଞ୍ଜିଗଡ଼ ଯୁବକ ସଂଘର ୩୪ତମ ବାର୍ଷିକ ଉତ୍ସବ ପାଳିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ସ୍ଥିତ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଲାଞ୍ଜିଗଡ଼ ଯୁବକ ସଂଘର ୩୪ ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ଲାଞ୍ଜିଗଡ଼ ଯୁବକ ସଂଘ ସଭାପତି ହିମାଦ୍ରୀ ପେଶନିଆଙ୍କ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ମାନେ ପ୍ରଥମେ ଦୀପ ପ୍ରଜ୍ଵଳନ କରିଥିଲେ। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଲାଞ୍ଜିଗଡ଼ ସରପଞ୍ଚ ସରସ୍ୱତୀ ମୁଣ୍ଡା ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ଲାଞ୍ଜିଗଡ଼ ପୂର୍ବତନ ସରପଞ୍ଚ ଚନ୍ଦ୍ରଧ୍ବଜ ପେଶନିଆ, ଲାଞ୍ଜିଗଡ଼ ଉନ୍ନୟନ ବିକାଶ ପରିଷଦ ସମ୍ପାଦକ ଶ୍ରୀମୁଖ ଅଗସ୍ତି,ଲାଞ୍ଜିଗଡ଼ ଯୁବକ ସଂଘ ପୂର୍ବତନ ସମ୍ପାଦକ ରାଘବ ଗହୀର, ଲାଞ୍ଜିଗଡ଼ ପ୍ରେସ କ୍ଳବ ଉପ ସଭାପତି କ୍ଷମାନିଧି ମହାଖୁଡ଼,ଲାଞ୍ଜିଗଡ଼ ପ୍ରେସ କ୍ଳବ ସମ୍ପାଦକ ଏମ୍ .ଚନ୍ଦ୍ର ଶେଖର,ଅଗ୍ନିଶମ ବିଭାଗ ପକ୍ଷରୁ ଭବାନୀ ଶଙ୍କର ନନ୍ଦ,ଉପଦେଷ୍ଟା କମିଟିର କାର୍ତ୍ତିକ ଓଡ଼ିଆ,ଲାଞ୍ଜିଗଡ଼ ଯୁବକ ସଂଘ ପୂର୍ବତନ ଉପ ସଭାପତି ସୁମନ୍ତ ଦଳବେହେରା, ଲାଞ୍ଜିଗଡ଼ ପିର୍ବତନ ସିଆରସିସି ଏମ. ସୁନ୍ଦର ଶେଖର ପ୍ରମୁଖ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମଟିକୁ ଲାଞ୍ଜିଗଡ଼ ଯୁବକ ସଂଘ ସମ୍ପାଦକ ଭୁପେନ୍ଦ୍ର ମହାରଥା ପରିଚାଳନା କରିଥିବା ବେଳେ ଅତିଥି ମାନେ ସଂଘର ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟକୁ ନେଇ ନିଜ ନିଜ ମତ ରଖି ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ମୁଣ୍ଡାଙ୍କ ସହିତ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମରେ ଲାଞ୍ଜିଗଡ ଯୁବକ ସଂଘ ପକ୍ଷରୁ ସମ୍ପାଦକ ଭୁପେନ୍ଦ୍ର ମହାରଥା,କୋଷାଧ୍ୟକ୍ଷ କିଶୋର ପେଶନିଆ ସଦସ୍ୟ ପ୍ରଦ୍ୟୁସ ପ୍ରକାଶ ପୃଷ୍ଟି,ମହେନ୍ଦ୍ର ମୁଣ୍ଡଛିନା,ମାନସ ମହାଖୁଡ, ଥବିର ଗଉଡ଼, ଜୋଶବନ୍ତ ମହାଖୁଡ, କାର୍ତ୍ତିକ ପୂଜାରୀ, ଦେବାରାଜ ଦୁର୍ଗା, କିଶୋର ମୁଣ୍ଡଛିନା, ରାଜ ମହାଖୁଡ, ଉପେନ୍ଦ୍ର ଦଣ୍ଡ ସେନା ଦେବାନନ୍ଦ ହେର୍ନା ସମେତ ଯୁବକ ସଂଘର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.