ବିଜେପୁର ଥାନାରେ ରାଷ୍ଟ୍ରୀୟ ଏକତା ଦିବସ ପାଳିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ବ୍ଲକ ବିଜେପୁର ପୋଲିସ ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ତଥା ସର୍ଦ୍ଧାର ବଲ୍ଳଭଭାଇ ପଟେଲଙ୍କ ଜନ୍ମଦିନ ପାଳନ ଅବସରରେ ଥାନାଞ୍ଚଳ ଅଧୀନରେ ଥିବା ଅଞ୍ଚଳର ଏକାଧିକ ପ୍ରତିଯୋଗି ମାନଙ୍କୁ ନେଇଁ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏହିକ୍ରମେ ବିଜେପୁର ହାଇସ୍କୁଲ୍‌ରେ ବକ୍ତୃତା,ପ୍ରବନ୍ଧ ଲିଖନ,ଚିତ୍ରାଙ୍କନ, ଦୌଡ଼,ଓ ମ୍ୟୁଜିକାଲ୍ ଚେୟାର୍ ଆଦି ପ୍ରତିଯୋଗିତାରେ ୫୦ରୁ ଊର୍ଦ୍ଧ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ବିଜେପୁର ଥାନାଧିକାରୀ ନୀଳାମ୍ବର ଯାନୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିବା ବେଳେ ଏଏସ୍‌ ଆଇ ଶ୍ୟାମ କୁଲସିକା ସମେତ ସମସ୍ତ ପୋଲିସ କର୍ମଚାରୀ ମାନେ ଉପସ୍ଥିତ ଥିଲେ। ବିଜେପୁର ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷ କାହ୍ନୁଚରଣ ବେହେରା ସହଶିକ୍ଷକ କାଡ୍ରାକା ବିମ୍ବାଧର, ରମେଶ ଚନ୍ଦ୍ର କର୍ଷିକା, କାର୍ଗମ ନାଗେଶ୍ୱର, ରିତେଶ କୁମାର ପ୍ରଧାନ, ସୌଜନ୍ୟ କୁମାର ପରିଡ଼ା ସମେତ ଶିକ୍ଷକ ଶିକ୍ଷୟିତ୍ରୀମାନେ ପ୍ରତିଯୋଗିତା ପରିଚାଳନା କରିବା ସହ ମୂଲ୍ୟାଙ୍କନ କରିଥିଲେ। ସିନିୟର ପ୍ରବନ୍ଧଲିଖନରେ ଭୂମିସୁତା ନାଏକ ପ୍ରଥମ, ଶ୍ରୀତମ ବାଗ ଦ୍ୱିତୀୟ, ଅଜୟ ମାଝୀ ତୃତୀୟ ସ୍ଥାନ ପାଇ ଥିବା ବେଳେ ଜୁନିଅର ବିଭାରେ ବାଦଲ ନାଏକ, ରତନୀ ମାଝୀ, ସୁନିତା ମାଝୀ, ବକୃତାରେ ଭାଗିରଥି ନାଏକ, ସତ୍ୟ ମାଝୀ, ବୃନ୍ଦାବନ ମାଝୀ ଉତୀର୍ଣ୍ଣ ହୋଇଥିଲେ। ପ୍ରତିଯୋଗିତାରେ ଉତୀର୍ଣ୍ଣ ଛାତ୍ରଛାତ୍ରୀଙ୍କୁ ମାନପତ୍ର ଦେଇ ପୁରସ୍କୃତ କରାଯାଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.