ବିଡିଓଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ବିଭିନ୍ନ ଦାବି ଉପସ୍ଥାପନ କଲେ ଲାଞ୍ଜିଗଡ଼ ସରପଞ୍ଚ ସଙ୍ଘ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ଏକ ଆଦିବାସୀ ବହୁଳ ଜିଲ୍ଲା। ଏଥି ମଧ୍ୟରୁ ଲାଞ୍ଜିଗଡ଼ ବ୍ଲକ ଏକ ଆଦିବାସୀ ଅନୁନ୍ନତ ଅଧ୍ୟୁଷିତ ବ୍ଲକ। ଏହି ବ୍ଲକରେ ୨୬ ଗୋଟି ପଞ୍ଚାୟତ ରହିଥିବା ବେଳେ ସମସ୍ତ ଯୋଜନା ଏଠି ଠିକ୍ ଭାବେରେ ପହଞ୍ଚି ପାରୁନାହି। ଯାହା ଫଳରେ ଅନେକ ପଞ୍ଚାୟତର ଜନ ସାଧାରଣ ମୌଳିକ ସମସ୍ୟାର ସମ୍ମୁଖୀନ ହେଉଥିବା ନଜରକୁ ଆସିଛି। ଉକ୍ତ ସମସ୍ୟାକୁ ନଜର ରଖି ଆଜି ଲାଞ୍ଜିଗଡ଼ ସରପଞ୍ଚ ସଂଘ ପକ୍ଷରୁ ୧୩ଦଫା ଦାବି ନେଇ ବିଡ଼ିଓ ଶଶାଙ୍କ ପାତ୍ରଙ୍କ ଜରିଆରେ ମୂଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ୧୩ ଗୋଟି ଦାବିପତ୍ର ମଧ୍ୟରୁ ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, ବିଜୁଳି, ପାନୀୟ ଜଳ, ବାର୍ଦ୍ଧକ୍ୟ ଭତ୍ତା, ଏସଏଫସି, ସିଏଫସି ଠାରେ ପର୍ଯ୍ୟାପ୍ତ ପରିମାଣର ଅନୁଦାନ ଦେବା,ମନରେଗା ଯୋଜନାରେ ଶହେ ଦିନ ବଦଳରେ ୩୦୦ଦିନର କାର୍ଯ୍ୟ ଯୋଗାଇ ଦେବା, ହାତୀ ପାଇଁ ନିୟମିତ ବିଦ୍ୟୁତ କାଟ ହେଉଥିବା ହେତୁ ଅନେକ ସମସ୍ୟା ସମ୍ମୁଖୀନ ହେଉଛି ତେଣୁ ପ୍ରତ୍ୟେକ ଗାଁର ଷ୍ଟ୍ରିଟ ଲାଇଟ ବ୍ୟବସ୍ଥା କରାଇବା, ପ୍ରଧାନମନ୍ତ୍ରୀ ଆବାସ ଗୃହ ଓ ଅନ୍ତଦୋୟ ଯୋଜନା କୁ ୧ଲକ୍ଷ ୨୦ ହଜାର ପରିବର୍ତ୍ତେ ୨ଲକ୍ଷ କରାଯାଉ, ପଞ୍ଚାୟତ ସମିତିକୁ ଆସୁଥିବା ଅନୁଦାନ ଅର୍ଥ ରାଶି ସମାନ ଭାବେ ଦିଆଯାଉ, ଏପିଇଓ, ଏଡିଇଓ, ଜେଇ,ଜିଆରଏସ ପଦବୀକୁ ପଞ୍ଚାୟତକୁ ଆବଶ୍ୟକତା ହିସାବରେ ଯୋଗାଇ ଦିଆଯାଉ, ବିକଶିତ ଗାଁ ବିକଶିତ ଓଡ଼ିଶାର ଯୋଜନାରେ ଆସୁଥିବା ଅନୁଦାନ ରାଶି ୬୦/୪୦ ଅନୁଦାନକୁ ସରପଞ୍ଚଙ୍କ ଉପସ୍ଥିତିରେ ଖସଡ଼ା ପ୍ରସ୍ତୁତି କରିବା ସହ କାର୍ଯ୍ୟର ତଦନ୍ତ ଭାର ସରପଞ୍ଚକୁ ପ୍ରଦାନ କରାଯିବା ନେଇ ଦାବିପତ୍ରରେ ଉଲ୍ଲେଖ ରହିଛି। ସରପଞ୍ଚ ସଂଘ ସଭାପତି ସାନ୍ଦ୍ରୁମାଝୀଙ୍କ ନେତୃତ୍ବରେ ୨୬ ଗୋଟି ପଞ୍ଚାୟତର ସରପଞ୍ଚ ଉପସ୍ଥିତ ରହି ଏହି ପ୍ରମୁଖ ଦାବି ନେଇ ଲାଞ୍ଜିଗଡ଼ ବିଡ଼ିଓ ଶ୍ରୀ ପାତ୍ରଙ୍କ ଜରିଆରେ ମୂଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.