କଳାହାଣ୍ଡି ଲେଖିକା ସଂଘର ‘ବୋଇତ ବନ୍ଦାଣ କାବ୍ୟୋତ୍ସବ’

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ପୂଣ୍ୟ ମାସ କାର୍ତ୍ତିକ ମାସଟିଏ କାର୍ତ୍ତିକ ସ୍ନାନ ଦାନଧର୍ମରେ ମାନବ ଅସୁମାରି ପୂଣ୍ୟ ଅର୍ଜନ କରିଥାଏ। ମାସର ପ୍ରାରମ୍ଭରୁ ବୋଇତ ବନ୍ଦାଣ ପର୍ଯ୍ୟନ୍ତ ବହୁ ପର୍ବପର୍ବାଣି ଏହି ଗୋଟିଏ ମାସରେ ପଡିଥାଏ। କାର୍ତ୍ତିକ ପୂର୍ଣିମାରେ ଡଙ୍ଗା ଭସା ପର୍ବ ଆମର ପୁରାତନ ଐତିହ୍ୟ ସଂସ୍କୃତିକୁ ସ୍ମରଣୀୟ କରିଥାଏ। କଳାହାଣ୍ଡି ଲେଖିକା ସଂଘର ‘ବୋଇତ ବନ୍ଦାଣ କାବ୍ୟୋତ୍ସବ’ରେ କିଛି ଏହି ଭଳି ମନ୍ତବ୍ୟ ଦେଇଥିଲେ ସମ୍ମାନିତ ଅତିଥି କବି ପ୍ରାବନ୍ଧିକ ଗାଳ୍ପିକ ତଥା ଶିକ୍ଷାବିତ ପ୍ରକାଶ ନିଶଙ୍କ  ଏବଂ ଆସରରେ ଯୋଗଦେଇ ଥିବା କବୟତ୍ରୀମାନେ। ସମ୍ପାଦିକାଙ୍କ ଅନୁରୋଧ କ୍ରମେ ଅତିଥି କବି ପ୍ରକାଶ ନିଶଙ୍କ ଏକ କବିତା ପାଠ କରିଥିଲେ। ସଭାପତି ସୁଦେଷ୍ଣା ପଣ୍ଡାଙ୍କ ସଭାପତିତ୍ୱରେ କାର୍ଯ୍ୟକ୍ରମଟିକୁ ପରିଚାଳନା କରିଥିଲେ ସମ୍ପାଦିକା କଳ୍ପନା ରଥ। ବ୍ରହ୍ମ ନାଦ କରିଥିଲେ କବୟତ୍ରୀ ମୀନା ମୁଣ୍ଡ। ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ କଣ୍ଠଶିଳ୍ପୀ ସସ୍ମିତା ରଥ। କାର୍ଯ୍ୟକ୍ରମର ମଧ୍ଯ ଭାଗରେ ଗାଳ୍ପିକା ଲୀଜା ପଣ୍ଡାଙ୍କ ଗଳ୍ପ “ଲେଉଟଣୀ” ଏକ ହ୍ରୁଦୟ ସ୍ପର୍ଶୀ ଗଳ୍ପ ସ୍ଥାନୀତ ହୋଇଥିଲା। ଗୁଗୁଲ ମିଟ ସହାୟତା ଯୋଗାଇ ଥିଲେ ସହ ସମ୍ପାଦିକା ମିନତି ପ୍ରଧାନ। ଧନ୍ଯବାଦ ଅର୍ପଣ କରିଥିଲେ କବୟତ୍ରୀ ଅନୀତା ମୁଣ୍ଡ। ଶେଷରେ ଶାନ୍ତି ମନ୍ତ୍ର ଏବଂ ବନ୍ଦେ ମାତରଂ ଗାନକରି ଥିଲେ କବୟତ୍ରୀ ସବିତା ଦାସ। କବୟତ୍ରୀ ସ୍ବର୍ଣକାନ୍ତି ବୈକାରଙ୍କ ସଂଯୋଜନାରେ ରୀତା ପଟ୍ଟଯୋଷୀ, ସସ୍ମିତା ସାହୁ, ଶୁଭ୍ରା ପଟ୍ଟନାୟକ, ମମତା ପଟ୍ଟନାୟକ, ତପସ୍ବିନୀ ପଣ୍ଡା, ଲିଜା ପଣ୍ଡା, ମିନତି ପ୍ରଧାନ, ସଂଯୁକ୍ତା ମୁଣ୍ଡ, ନାହେଦା ଶାହୀନ, ନିବେଦିତା ମହାନ୍ତି, ମମତା ସାହୁ, ବିଳାସିନୀ ମହାପାତ୍ର, କବିତା ମୁଣ୍ଡ, କଳ୍ପନା ରଥ, ମୀନା କୁମାରୀ ମୁଣ୍ଡ, ଅନୀତା ମୁଣ୍ଡ, ସବିତା ଶତପଥୀ, ଐଶ୍ଚର୍ଯ୍ୟା ପ୍ରଧାନ, ନୀରୂପମା ମହାନ୍ତି, ଅର୍ଚ୍ଚନା ମିଶ୍ର, ପଦ୍ମିନୀ ବେହେରା, ସ୍ବର୍ଣ କାନ୍ତି ବୈକାର, ସୁଦେଷ୍ଣା ପଣ୍ଡା, ଭାରତୀ ହୋତା ପ୍ରମୂଖ ୨୫ରୁ ଉର୍ଦ୍ଧ୍ବ କବୟତ୍ରୀ ସ୍ବସ୍ବ ରଚିତ କବିତା ପାଠ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.