ଦୀପାବଳିରେ ପୋଡି ଯାଇଥିବା ରୋଗୀଙ୍କୁ ଚିକିତ୍ସା ପାଇଁ ପଣ୍ଡାର ମାଳି ସମାଜ ପକ୍ଷରୁ ଆର୍ଥିକ ସହାୟତା ପ୍ରଦାନ

ଓଡ଼ିଆ ବାର୍ତ୍ତା/ ଜୁନାଗଡ଼ (ସ୍ବାସ୍ତିଦୀପ ଆଦିତ୍ୟ): କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ମହିବର ଗ୍ରାମ ଖୁଡୁପଡାରେ ଗତ ଦୀପାବଳି ଦିନରେ ବାଣ ଫୁଟାଉଥିବା ବେଳେ ଅଘଟଣ ଘଟିଥିଲା। ଗ୍ରାମର ସୁଶାନ୍ତ ମାଝୀଙ୍କ ପୁଅ ହିତେଶ ମାଝୀ ବାଣ ଫୁଟାଉଥିବା ବେଳେ ବାଣ ଫୁଟି ମୁହଁ ଓ ହାତ ଜଳି ଯାଇଥିଲା। ପରିବାର ଲୋକେ ଚିକିତ୍ସା ପାଇଁ ଅନେକ ସରକାରୀ ଡାକ୍ତରଖାନା ନେଇଥିଲେ କିନ୍ତୁ ଭଳ ହୋଇ ନଥିବା ବେଳେ ଭୁବନେଶ୍ୱର ଡାକ୍ତରଖାନାକୁ ନେଇ ଭର୍ତି କରିଥିଲେ କିନ୍ତୁ ପରିବାରର ସୂଚନା ଅନୁସାରେ ଚିକିତ୍ସା ବାବଦକୁ ଆଉ ୨୫ ହଜାର ଟଙ୍କାର ଆବଶ୍ୟକ ଥିବା ବେଳେ ଅର୍ଥ ଅଭାବରୁ ପରିବାର ଲୋକେ ଘରକୁ ପଳେଇ ଆସିଥିଲେ।ଉଚ୍ଚ ଚିକିତ୍ସା ପାଇଁ ଅର୍ଥ ବାଧକ ହେଉଥିଲା। ଉକ୍ତ ଘଟଣା ସମ୍ପର୍କରେ ପଣ୍ଡରା ମାଳି ସମାଜ କଳାହାଣ୍ଡିକୁ ଜଣେଇଲା ପରେ ସହଯୋଗର ହାତ ବଢ଼ାଇଲେ ପଣ୍ଡରା ମାଳି ସମାଜର କର୍ମକର୍ତ୍ତା। ପଣ୍ଡରା ମାଳି ସମାଜର କୁଲପତି ପ୍ରକାଶ ଚନ୍ଦ୍ର ନାଏକ, ଆଇନ ପରାମର୍ଶଦାତା ଦୁର୍ଗା ପ୍ରସାଦ ନାଏକ, ଜିଲ୍ଲା ସଭାପତି ଈଶ୍ୱର ପୁଝାରୀ, ଯୁବ ବାହିନୀ ସଭାପତି ଭବାନୀ ଶଙ୍କର ବଣିଆଙ୍କ ସହିତ ସେଇ ଗ୍ରାମର ପଣ୍ଡରା ମାଳି ସମାଜ ବ୍ୟକ୍ତି ବିଶେଷ ପ୍ରମୁଖ ଉକ୍ତ ପୀଡିତ ପରିବାର ଘରକୁ ପହଞ୍ଚି ଉଚ୍ଚ ଚିକିତ୍ସା ପାଇଁ ୧୫ ହଜାର ଟଙ୍କା ଆର୍ଥିକ ସହଯୋଗ କରିଥିଲେ। ଏହି ଭଳିଆ ପଣ୍ଡରା ମାଳି ସମାଜର ସେବାକୁ ଅଞ୍ଚଳରେ ସମସ୍ତେ ଭୁରି ଭୁରି ପ୍ରଶଂସା କରୁଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.