ବାଲେଶ୍ୱର ସହରରେ ପୋଖରୀ ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ କଲେ ପୌରପାଳ ଓ ଯୁବ ବିକାଶ ସଂଗଠନ

‘ଆମ ପୋଖରୀ, ଆମ ଜୀବନ’ ଅଭିଯାନରେ ବାଲେଶ୍ୱରର ସବୁ ପୋଖରୀ ସଫା କରିବା ଲକ୍ଷ୍ୟଧାର୍ଯ୍ୟ

ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): ଚାନ୍ଦମାରି ପଡ଼ିଆ ନିକଟସ୍ଥ ଚନ୍ଦନ ପୋଖରୀର ସଫେଇ କାର୍ଯ୍ୟକ୍ରମ ହାତକୁ ନେଇଛି ପରିବେଶ ଫାଉଣ୍ଡେସନ ଓ ଯୁବ ବିକାଶ। ଦିନତମାମ ବାଲେଶ୍ଵର ମୁନିସିପାଲିଟି, ସ୍ଥାନୀୟ ସ୍ଵଚ୍ଛସାଥୀ, କାଉନସିଲର, ସ୍ଥାନୀୟ ବାସିନ୍ଦା ତଥା ଯୁବ ବିକାଶ ସ୍ଵେଚ୍ଛାସେବୀ ସଂଗଠନର ସ୍ଵେଚ୍ଛାସେବୀ ମାନେ ପୋଖରୀ ସଫେଇ କାର୍ଯ୍ୟକ୍ରମ ଜାରି ରଖିଥିଲେ।

ବୋଇତବନ୍ଦାଣ ପରେ ପଡ଼ିଥିବା ଥର୍ମକୋଲ ଓ ଘରର ବହୁ ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁ, ପାଖ ମନ୍ଦିର ମାନଙ୍କର ପୂଜାସାମଗ୍ରୀସବୁ, ମଦବୋତଲ ଓ ବିଶେଷକରି ଗୁଣ୍ଡିଦଳ ପୋଖରୀକୁ କର୍ଦ୍ଦମାକ୍ତ କରିବା ସହ ପ୍ରଦୂଷିତ କରି ପକାଇଛି। ସ୍ଵେଚ୍ଛାସେବୀମାନେ ସଫେଇ କରିବା ସହିତ ସ୍ଥାନୀୟ ଲୋକମାନଙ୍କୁ ପରିବେଶଧର୍ମୀ ଅଭ୍ୟାସ ଉପରେ ସଚେତନ କରାଇଥିଲେ।

ସଫେଇ ପରେ ସ୍ଥାନୀୟ ବାସିନ୍ଦାମାନଙ୍କ ଅନୁରୋଧକ୍ରମେ ଆସନ୍ତା ରବିବାରରେ ଗୋଶାଳା ପୋଖରୀ ସଫେଇ କରିବାର ଯୋଜନା ରହିଛି।

ଏହି କାର୍ଯ୍ୟକ୍ରମକୁ ଆଇଆଇଟି ଖଡଗପୁରର ଅର୍ଥନୀତି ପ୍ରଫେସର ଡକ୍ଟର ଭାଗୀରଥ ବେହେରା ଶୁଭାରମ୍ଭ କରିଥିଲେ। ଆଗାମୀ ଦିନରେ ସ୍ଥାନୀୟ ଲୋକଙ୍କ ସହଯୋଗ ରହିଲେ ଏଭଳି କାର୍ଯ୍ୟକ୍ରମକୁ ପୁରା ବାଲେଶ୍ୱର ସହରରେ କରାଯିବ ବୋଲି ସେ ମତବ୍ୟକ୍ତ କରିଥିଲେ l

ଏ କାର୍ଯ୍ୟକ୍ରମରେ ମ୍ୟୁନିସିପାଲଟିର କମଳଲୋଚନ ପାତ୍ର ସାନିଟାରୀ ଇନ୍ସପେକ୍ଟର, ସ୍ୱଚ୍ଛସାଥୀ ସସ୍ମିତା ବେହେରା, ସୁପରଭାଇଜର ଝରଣା ମହାନ୍ତି, ଦମୟନ୍ତୀ ପଣ୍ଡିତ, ସଞ୍ଜୟ ବେହେରା, ପୂର୍ବତନ କାଉନସିଲର,ରାଜୁ ଜେନା, ସଫେଇ କର୍ମଚାରୀ, ଶଶୀରେଖା ମହାନ୍ତି, କାଉନସିଲ, ତେଇଶ ନମ୍ବର ୱାର୍ଡ୍, ସମାଜସେବା ଛାତ୍ରଛାତ୍ରୀ, ରାଜା ଜେନା, ଜ୍ୟୋତ୍ସ୍ନା ରାଣୀ ତରେଇ, ମନୋରମା ଜେନା, ହରପ୍ରିୟା ଦାସ, ଦୀପ୍ତିରେଖା ମାଝୀ, ସଫେଇ କର୍ମଚାରୀ ରତ୍ନାକର ଦଳେଇ, କାଳିଆ ଜେନା,

ଚନ୍ଦନ ନାୟକ, ବାପି ନାୟକ, ସନ୍ତୋଷ ବଂଗାରି, ରବୀନ୍ଦ୍ର ଜେନା, ପରିବେଶ ଫାଉଣ୍ଡେସନର ଚୁମୁକି ମାଝୀ, ରାଖାଲ ମାଇତି, ଦୀପକ ମହାରଣା, ‘ଯୁବ ବିକାଶ’ର ଚେୟାରମେନ ଗୋବିନ୍ଦ ଦଳାଇ, ସୁବାଷ ଖୁଣ୍ଟିଆ, ଶୁଭସ୍ମିତା ମହାନ୍ତି, ଦୀନବନ୍ଧୁ ରାଉତ, ଭାଗ୍ୟଲକ୍ଷ୍ମୀ ରାଉତ, ପଞ୍ଚାନନ ଦାସ ଓ ଅସିତ୍ କୁମାର ଦଳାଇ ପ୍ରଭୃତି ସହଯୋଗ କରିଥିଲେ କରିଥିଲେ l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.