କଳାରୁଦ୍ର ଯୁବକ ସଂଘ ପକ୍ଷରୁ ଜନଜାତୀୟ ଗୌରବ ଦିବସ ତଥା ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୦ତମ ଜୟନ୍ତୀ ପାଳନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କର୍ଲାମୁଣ୍ଡା ବ୍ଲକ ଯୋରାଡବରା ପଞ୍ଚାୟତ କୁଶୁର୍ଲା ହଜାରୀପଡା କଳାରୁଦ୍ର ଯୁବକ ସଂଘ ତରଫରୁ ଆଜି ବିପ୍ଲବୀ ବିର୍ସା ମୁଣ୍ଡାଙ୍କ ୧୫୦ ତମ ଜୟନ୍ତୀ ପାଳିତ ହୋଇଯାଇଛି। ପ୍ରଥମେ ତାଙ୍କ ପ୍ରତିଛବି ଉପରେ ପୂଜା ଅର୍ଚ୍ଚନା କରାଯାଇଥିଲା। ଭାରତର ସ୍ୱାଧୀନତା ସଂଗ୍ରାମରେ ପ୍ରାଣବଳି ଦେଇଥିବା ବିର୍ସା ମୁଣ୍ଡାଙ୍କ ଜୟନ୍ତୀକୁ ଜନଜାତୀୟ ଗୌରବ ଦିବସ ଭାବେ ପାଳନ କରାଯାଉଛି। ବ୍ରିଟିଶ କବଳରୁ ଭାରତକୁ ମୁକ୍ତ କରିବା ପାଇଁ ନିଜର ଜୀବନକୁ ଉତ୍ସର୍ଗ କରିଥିବା ବିପ୍ଳବୀ ବିର୍ସା ମୁଣ୍ଡାଙ୍କ ଅବଦାନ ଅବସ୍ମରଣୀୟ ମାତ୍ର ୨୫ ବର୍ଷ ବୟସରେ ସେ ଆଦିବାସୀଙ୍କ ଅଧିକାର ତଥା ଦେଶର ସ୍ୱାଧୀନତା ପାଇଁ ବିଦ୍ରୋହ କରି ଶେଷରେ ସହିଦ ହୋଇଥିଲେ। ଆୟୋଜିତ କାର୍ଯ୍ୟକ୍ରମରେ ପ୍ରକୃତି ବନ୍ଧୁ ତଥା ସ୍ବେଛାସେବୀ ଶ୍ରୀ ସନତ କୁମାର ସାହୁ, କଳାରୁଦ୍ର ଯୁବକ ସଂଘର ସମ୍ପାଦକ ଅରବିନ୍ଦ ସାହୁ, ଉପସଭାପତି କବିରାଜ ସାହୁ, କୋଷାଧ୍ୟକ୍ଷ ହରପ୍ରସାଦ ସାହୁ, ଚୁମନେଶ୍ଵର ସାହୁ ସମେତ ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.