କୋକସରା ବ୍ଳକସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗ ଓଡ଼ିଶା ସରକାରଙ୍କ ପକ୍ଷରୁ ଶନିବାର କୋକସରା ବ୍ଲକ ସଦର ମହକୁମା ସ୍ଥିତ ଧାନ ମଣ୍ଡିଠାରେ ବ୍ଳକସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଅନୁଷ୍ଠିତ ହୋଇଛି। ଗୋଷ୍ଠୀ ପ୍ରାଣୀ ଚିକତ୍ସା ଅଧିକାରୀ ପ୍ରଶନ୍ନ ପରିଡ଼ାଙ୍କ ଆବାହକତ୍ୱରେ ଅନୁଷ୍ଠିତ ମେଳାରେ କୋକସରା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଡ଼ଃ ହିମାଞ୍ଚଳ ମାଝୀ ସଭାପତିତ୍ବ କରିଥିଲେ। ଏଥିରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ସାଂସଦଙ୍କ ପ୍ରତିନିଧି ରୂପେ ବିଜେପି ଜିଲ୍ଲା ସମ୍ପାଦକ ଗୋଦାବରୀଶ ପାତ୍ର ଯୋଗଦେଇଥିଲେ। ମୁଖ୍ୟବକ୍ତା ଭାବେ ଉପଖଣ୍ଡ ପ୍ରାଣୀ ଚିକିତ୍ସାଳୟର ଡ଼ା ମଧୁସୁଦନ ଦାସ ଯୋଗଦେଇ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା, ଜାତୀୟ ପ୍ରଣିଧାନ ମିଶନ, ପ୍ରାଣି ସମ୍ପଦ ସମୃଦ୍ଧି ଯୋଜନା, ମୁଖ୍ୟମନ୍ତ୍ରୀ ପ୍ରାଣିକଲ୍ୟାଣ ଯୋଜନା ସମେତ ବିଭିନ୍ନ ଯୋଜନା ସମ୍ପର୍କରେ ଚାଷୀ ମାନଙ୍କୁ ସୂଚନା ପ୍ରଦାନ କରିଥିଲେ। ସମ୍ମାନିତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ରୀତା ଅଗ୍ରୱାଲ, ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ଧର୍ମଗଡ଼ ବିଧାୟକଙ୍କ ପ୍ରତିନିଧି ଭାବେ ଦୁର୍ଗା ପ୍ରସାଦ ପ୍ରଧାନୀ, କଳାହାଣ୍ଡି ସହକାରୀ ମତ୍ସ୍ୟ ଅଧିକାରିଣୀ ପ୍ରଶାନ୍ତି ନାଏକ, ଜିଲ୍ଲା ପରିଷଦ ସଭ୍ୟା ବୈୟଜନ୍ତି ପୂଝାରୀ ପ୍ରମୁଖ ମଞ୍ଚାସୀନ ହୋଇଥିଲେ। କାର୍ଯ୍ୟକ୍ରମରେ ସଫଳ ଚାଷୀ ଓ ଉଦ୍ୟୋଗୀ ମାନେ ନିଜର ଅନୁଭୂତି ବର୍ଣ୍ଣନା କରିଥିଲେ। ଏହି କ୍ରମରେ ବିଭାଗ ପକ୍ଷରୁ ମତ୍ସ ଚାଷୀ, କୁକୁଡା ଚାଷୀ, ବତକ ଚାଷୀ ଆଦିଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା। କାର୍ଯ୍ୟକ୍ରମ ପରିସରରେ ପ୍ରାଣୀ ସମ୍ପଦ ବିଭାଗ, ମତ୍ସ ବିଭାଗ, ଉଦ୍ୟାନ କୃଷି ବିଭାଗ, କୃଷି ବିଭାଗ, ମିଶନ ଶକ୍ତି, ଓମଫେଡ୍ ଆଦି ବିଭାଗର ଷ୍ଟଲ ଗୁଡିକ ପ୍ରଦର୍ଶନ କରାଯାଇଥିବାବେଳେ ସମ୍ପୃକ୍ତ ବିଭାଗର କର୍ମଚାରୀମାନେ ଚାଷୀମାନଙ୍କୁ ନିଜ ନିଜ ବିଭାଗର ବିଭିନ୍ନ ଯୋଜନା ସମ୍ବନ୍ଧୀୟ ସୂଚନା ପ୍ରଦାନ କରିଥିଲେ। ମଞ୍ଚକୁ ବୈକୁଣ୍ଠ ଜାଲ ସଂଯୋଜନା କରିଥିବାବେଳେ ଅତିରିକ୍ତ ପ୍ରାଣୀ ଚିକିତ୍ସା ଅଧିକାରୀ ଆଶିଷ କୁମାର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ସହକାରୀ ମତ୍ସ୍ୟ ଅଧିକାରୀ ମାନବେଶ ମହାପତ୍ର, ବ୍ଲକ ମତ୍ସ୍ୟ ଅଧିକାରୀ ମନୋରଞ୍ଜନ ମାଝୀ, ଏମଭିୟୁ ସ୍ମୁତି ରଞ୍ଜନ ଦାସ ସମେତ ପ୍ରାଣୀ ସମ୍ପଦ ବିକାଶ ଓ ମତ୍ସ୍ୟ ବିଭାଗର ସମସ୍ତ କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ। ଏହି କ୍ରମରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.