ବାଲେଶ୍ବରରେ ଅନୁଷ୍ଠିତ ହେଲା ଯୌତୁକ ନିଷେଧ ଆଇନ ସମ୍ବନ୍ଧୀୟ ଜିଲ୍ଲାସ୍ତରୀୟ ତାଲିମ୍ ଶିବିର

ଓଡ଼ିଆ ବାର୍ତ୍ତା/ ବାଲେଶ୍ବର (କୃଷ୍ଣ କୁମାର ମହାନ୍ତି): ସମାଜରେ ଯୌତୁକ ନିର୍ଯାତନାରୁ ମହିଳାମାନଙ୍କ ସୁରକ୍ଷା ନିମନ୍ତେ ଥିବା ଆଇନ୍ ସମ୍ବନ୍ଧୀୟ ଏକ ଜିଲ୍ଲାସ୍ତରୀୟ ତାଲିମ କାର୍ଯ୍ୟକ୍ରମ ଆଜି ଜିଲ୍ଲାପାଳଙ୍କ ଅଭିଯୋଗ ସମ୍ମିଳନୀ ପ୍ରକୋଷ୍ଠରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟ ଦ୍ଵାରା ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ନାରୀମାନଙ୍କ ସୁରକ୍ଷା ଓ ନିରାପଦ ଜୀବନଯାପନ ପାଇଁ ସରକାର ନେଉଥିବା ପଦକ୍ଷେପ ବିଷୟରେ ତାଲିମ୍ ଦିଆଯାଇଥିଲା । ଏହି ତାଲିମ୍ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ସୁଧାକର ନାଏକ ଅଧ୍ୟକ୍ଷତା କରି ନାରୀ ସଶକ୍ତିକରଣ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ଦ୍ଵାରା ନିଆ ଯାଉଥିବା ପଦକ୍ଷେପ ମଧ୍ୟରେ “ଯୌତୁକ ନିଷେଧ ଅଧିନିୟମ-୧୯୬୧” ସମ୍ପର୍କରେ ଆଲୋକପାତ କରିଥିଲେ। ଉପ-ଆରକ୍ଷୀ ଅଧିକ୍ଷକ ଅନିତା ମଙ୍ଗରାଜ ସଂଶୋଧନ ବିଶେଷଜ୍ଞ ଭାବେ ଯୋଗ ଦେଇଥିବା ବେଳେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଜ୍ୟୋତ୍ସ୍ନା ମହାନ୍ତି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ DLSA ର କର୍ମକର୍ତ୍ତା, ଆଇ.ସି.ଡିଏସ୍ ଅଧିକାରୀ ସ୍ୱପ୍ନା ପ୍ରହରାଜ, ସମସ୍ତ ଶିଶୁ ବିକାଶ ପ୍ରକଳ୍ପର ଅଧିକାରୀ, ପଞ୍ଚାୟତ ନିର୍ବାହୀ ଅଧିକାରୀ, ସଖୀ O.S.C. କର୍ମଚାରୀ, ଶକ୍ତି ସଦନ କର୍ମଚାରୀ, DHEWର ସମସ୍ତ କର୍ମଚାରୀ ଓ ଅନ୍ୟାନ୍ୟ ବିଭାଗର କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ପ୍ରୋଟେକ୍ସନ ଅଧିକାରୀ ଯୁଥିକା ରାଣୀ ରାୟ ଧନ୍ୟବାଦ ଅର୍ପଣ କରି ତାଲିମ୍ ଶିବିରକୁ ଉଦଯାପିତ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.