କାଉଗୁଡ଼ା ସରକାରୀ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ଅଭିଭାବକ ସହଭାଗିତା ସମ୍ମିଳନୀ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ଼ରୋଡ଼ ପଞ୍ଚାୟତ ସ୍ଥିତ କାଉଗୁଡ଼ା ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ୨୦୨୫-୨୬ର ପ୍ରଥମ ଅଭିଭାବକ ଶିକ୍ଷକ ସହଭାଗିତା ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ସୁପ୍ରଭା ଦୋରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ଭାବେ ସିକେରକୁପା ଫାଣ୍ଡି ଅଧିକାରୀ ମୂରଲୀ ମୋହନ ପିଡିକା, ମୁଖ୍ୟ ବକ୍ତା ଭାବେ କିଡିଙ୍ଗ ପୋଷ୍ଟ ଅଫିସ ଏବିପିଏମ୍ ସତ୍ୟନାରାୟଣ ନାଗ, ସମ୍ମାନୀତ ବିଦ୍ୟାଳୟ ପରିଚାଳନା କମିଟି ସଭାପତି କଳାକୃଷ୍ଣ ଶବର ପ୍ରମୁଖ ଯୋଗଦେଇ ଥିଲେ। ଆଜି ଶହୀଦ ବିର୍ସାମୁଣ୍ଡାଙ୍କ ୧୫୦ ଜନ୍ମ ତମ ଜନ୍ମ ବାର୍ଷିକୀ ପୂର୍ତ୍ତି ଅବସରରେ ଏହି ଅଭିଭାବକ ଶିକ୍ଷକ ସହଭାଗିତା ବୈଠକରେ ଆଦିବାସୀ ବୀର ପୁରୁଷଙ୍କ ଅବଦାନ ସମ୍ପର୍କରେ ଅତିଥି ମାନେ ବଖାଣି ଥିଲେ। ଏଥିରେ ଛାତ୍ରଛାତ୍ରୀଙ୍କ ପରୀକ୍ଷା ପ୍ରସ୍ତୁତି,ସ୍କଲାରସିପ୍, ଏଲ୍ଏସସି, ଏନସିସି ଓ ବିଭିନ୍ନ ଅନୁଦାନ ସଂପର୍କରେ ଆଲୋଚନା ହୋଇଥିଲା। ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ସଙ୍ଗୀତ, ରଙ୍ଗୋଲି, ରଚନା, ଡ୍ରଇଂ ପ୍ରତିଯୋଗିତା ହୋଇଥିବା ବେଳେ ଅଭିଭାବକ ଓ ଅଭିଭାବକଙ୍କ ମଧ୍ୟରେ ହୁଳହୁଳି ଓ ମ୍ୟୁଜିକ ଚେୟାର ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। କୃତି ପ୍ରତିଯୋଗୀଙ୍କୁ ଅତିଥିଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା। କାର୍ଯ୍ୟକ୍ରମକୁ ଖେଳ ଶିକ୍ଷକ ଲମ୍ବୋଦର ସାହୁ ଓ ଏନସିସି ଶିକ୍ଷକ ସନ୍ଦୀପ ମିଶ୍ର ପରିଚାଳନା କରିଥିଲେ। ଏଥିରେ ଶିକ୍ଷକ ସତ୍ୟବାଦୀ ନାଏକ, ଜଗନ୍ନାଥ ନାଏକ, ବିବେକାନନ୍ଦ ମହାପାତ୍ର,ଅରୁଣ ପଣ୍ଡା, ପ୍ରଶାନ୍ତ ପ୍ରଧାନ,ହିମାଞ୍ଚଳ ପୂଝାରୀ, ଶିକ୍ଷୟିତ୍ରୀ ଅଞ୍ଜଳି ସାହୁ, ରଶ୍ମିତା ସାହୁ, ପୁଷ୍ପାଞ୍ଜଳି ପଣ୍ଡା,ନମିତା ମାଝୀ ପ୍ରମୁଖଙ୍କ ସମେତ ବିଦ୍ୟାଳୟର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ। ସେହିପରି ଲାଞ୍ଜିଗଡ଼ ସରକାରୀ ଏସ୍ଏସ୍‌ଡି ଉଚ୍ଚ ମାଧ୍ଯମିକ ବିଦ୍ୟାଳୟରେ ମଧ୍ୟ ଶିକ୍ଷକ ଅଭିଭାବକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.