ଶୁଣିଲାନି ପ୍ରଶାସନ, ପୁଣି କାଠ ପୋଲ ତିଆରି କଲେ ଗ୍ରାମବାସୀ 

ଓଡ଼ିଆ ବାର୍ତ୍ତା/ କଲ୍ୟାଣସିଂହପୁର (ପଦ୍ମନ ଭତ୍ରା): ବାରମ୍ବାର ଦାବି ପରେ ଶୁଣୁ ନାହିଁ ପ୍ରଶାସନ ପୁଣି ଗ୍ରାମବାସୀ ତିଆରି କଲେ କାଠପୋଲ |ଏଭଳି ଘଟଣା ଦେଖିବାକୁ ମିଳିଛି ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସିକରପାଇ ପଞ୍ଚାୟତ ତଳସାଜା ଓ ଉପରସାଜା ଗାଁ ରେ | ଗାଁ କୁ ଯିବା ପାଇଁ ହେଲେ ନାଗାବଳି ନଦୀ ପାର୍ କରି ଯିବାକୁ ପଡ଼େ ହେଲେ ବର୍ଷା ଦିନ ହେଲେ ଗାଁ ଲୋକେ ଯାତାୟାତ ନିମନ୍ତେ ନାହିଁ ନଥିବା ହଇରାଣ ହେଉଛନ୍ତି । ଉପର ସାଜା ଗ୍ରାମରେ ୧୫ରୁ ଉର୍ଦ୍ଧ ପରିବାର ସହିତ ତଳ ସାଜା ଗ୍ରାମର ପ୍ରାୟ ୪୪ ପରିବାର ଉକ୍ତ ରାସ୍ତା ଉପରେ ବର୍ଷ ବର୍ଷ ଧରି ନିର୍ଭର କରିଥାନ୍ତି । ପ୍ରତିଦିନ ବିଭିନ୍ନ କାମରେ ପଂଚାୟତ ସଦର ମହକୁମାକୁ ନଦୀ ଭିତର ଦେଇ ଏହି ୨ଟି ଗ୍ରାମର ଆଦିବାସୀ ମାନଙ୍କୁ ଯିବାକୁ ପଡୁଥିଲା । କେହି ରୋଗରେ ପଡିଲେ ହେଉ କିମ୍ବା କୁନି କୁନି ପିଲାମାନେ ଶିକ୍ଷାଦାନ ପାଇଁ ବିଦ୍ୟାଳୟକୁ ଯିବାକୁ ହେଲେ ମଧ୍ୟ ଉକ୍ତ ରାସ୍ତା ଉପରେ ନିର୍ଭର କରିଥାନ୍ତି । ସେହି ରାସ୍ତାରେ ରହିଛି ନାଗାବଳି ନଦୀ ଗ୍ରାମବାସୀମାନେ ବହୁବାର ବ୍ଲକ ଠାରୁ ନେଇ ଜିଲ୍ଲା ପ୍ରଶାସନ ନିକଟରେ ପୋଲ ନିର୍ମାଣ ପାଇଁ ଅନୁରୋଧ କରି ଆସୁଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆ ଯାଉନାହିଁ ବୋଲି ଅଭିଯୋଗ କରିଛନ୍ତି । ଏନେଇ ପୂର୍ବରୁ ବାରମ୍ବାର ଅଞ୍ଚଳବାସୀ ପ୍ରଶାସନ ଙ୍କୁ ଅବଗତ କରାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି ପ୍ରକାର ପୋଲ ନିର୍ମାଣ ହୋଇ ପାରିନଥିବା ବେଳେ ପ୍ରତ୍ୟେକ ବର୍ଷରେ ଏହିଭଳି ଭାବେ ଗ୍ରାମବାସୀ, ଯୁବକ ଓ ଛାତ୍ର ମାନେ ମିଳିତ ହୋଇ ଉକ୍ତ ଅସ୍ଥାୟୀ କାଠ ପୋଲ ନିର୍ମାଣ କରିଥାନ୍ତି । ବାରମ୍ବାର ଅନୁରୋଧ ପରେ ମଧ୍ୟ କୌଣସି ପ୍ରକାର କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାନଯିବାରୁ ଶେଷରେ ନିରାଶ ହୋଇ ଆଜି ପୁଣିଥରେ ଗ୍ରାମର ସମସ୍ତ ଗ୍ରାମବାସୀ ଓ ଯୁବଗୋଷ୍ଠି ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଥିଲେ । ସମସ୍ତେ ଶ୍ରମଦାନ କରି ସେଠାରେ ଏକ କାଠ ପୋଲ ନିର୍ମାଣ କାର୍ଯ୍ୟ କରାଯାଉଛି ବୋଲି ଗ୍ରାମର ଆପୋନା ମିଣିଆକା, ପ୍ରକାଶ କରିଛନ୍ତି। ତେବେ ସ୍ଥାୟୀ ସମାଧାନ ପାଇଁ ପ୍ରଶାସନ ସେଠାରେ ଏକ କଂକ୍ରିଟ୍ ପୋଲ ନିର୍ମାଣ କରିବାକୁ ସେ ଦାବି କରିଛନ୍ତି |

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.