ଧର୍ତ୍ତି ଆବା ବିର୍ସା ମୁଣ୍ଡାଙ୍କ ୧୫୦ତମ ଜନ୍ମ ଜୟନ୍ତୀ ପାଳିତ

ଓଡ଼ିଆ ବାର୍ତ୍ତା/ କଲ୍ୟାଣସିଂହପୁର (ପଦ୍ମନ ଭତ୍ରା): ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ ବହୁଜନ ସମାଜ ପାର୍ଟି ଆନୁକୂଲ୍ୟରେ ଜିଲ୍ଲା ସ୍ତରୀୟ ସ୍ୱାଧୀନତା ସଂଗ୍ରାମୀ ଧର୍ତ୍ତିଆବା ବିର୍ସାମୁଣ୍ଡାଙ୍କ ୧୫୦ତମ ଜନ୍ମ ଜୟନ୍ତୀ ମହା ଆଡମ୍ବରରେ ପାଳନ କରାଯାଇଛି । ବହୁଜନ ସମାଜ ପାର୍ଟିର ବ୍ଲକ ସଭାପତି କୃପାସିନ୍ଧୁ ଭତ୍ରା ଙ୍କ ଅଧ୍ୟକ୍ଷାତରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ସଭାପତି ସରୋଜ କୁମାର ନାଏକ ଯୋଗ ଦେଇଥିଲେ । ମୁଖ୍ୟ ବକ୍ତା ଭାବେ ଜିଲ୍ଲା ସଭାପତି ଜିତେନ୍ଦ୍ର ଜାକକା (ଜିତୁ ଭାଇ) ରହିଥିବା ବେଳେ ଜିଲ୍ଲା ପ୍ରଭାରି ପୂର୍ଣ୍ଣଚନ୍ଦ୍ର ଟାକ୍ରୀ, ଜିଲ୍ଲା ଉପସଭାପତି ଜାଗାମ ବେନିଆ, ବିଷମକଟକ ବିଧାନସଭା ସଭାପତି ଭୀମ ପୀଡ଼ିକାକା, ବିଷମକଟକ ବ୍ଲକ ସଭାପତି ଲଦା ହିକକା, କଲୋନରା ବ୍ଲକ ସଭାପତି ଜିତେନ୍ଦ୍ର କରକରିଆ, ମୁନିଗୁଡା ବ୍ଲକ ସଭାପତି ରାମଚନ୍ଦ୍ର ବାଗ ପ୍ରମୁଖ ମଞ୍ଚାସିନ ରହିଥିଲେ । ପ୍ରଥମେ ଅତିଥି ମାନଙ୍କ ଦ୍ୱାରା ଧର୍ତ୍ତିଆବା ବିର୍ସାମୁଣ୍ଡାଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଦେଇ, ତାଙ୍କ ଅମର ଆତ୍ମା ଅମର ରହେ ବୋଲି ନାରା ବାଜି ଦେଇଥିଲେ । ଏଥିରେ ବ୍ଲକ ଆଦିବାସୀ ସମାଜ ର କର୍ମକର୍ତ୍ତା ମାନେ ମଧ୍ୟ ବିର୍ସାମୁଣ୍ଡା ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଦେଇଥିଲେ । ଏହା ପରେ ଏକ ବୈଠକ ଅନୁଷ୍ଠିତ କରିଥିଲେ । ଏଥିରେ ଅତିଥି ମାନେ ବିର୍ସାମୁଣ୍ଡାଙ୍କ ଜୀବନୀ ବିଷୟରେ ଓ ବହୁଜନ ସମାଜ ପାର୍ଟି ବିଷୟରେ ଅଭିଭାଷଣ ରଖିଥିଲେ । ସେହିଭଳି ସରକାରୀ ନିର୍ଦେଶ ଅନୁଯାଇ ଆଡମ୍ବର ସହକାରେ ଧର୍ତ୍ତିଆବା ବିର୍ସାମୁଣ୍ଡା ଙ୍କ ୧୫୦ତମ ଜୟନ୍ତୀ କୁ ବ୍ଲକର ସମସ୍ତ ବିଦ୍ୟାଳୟ ସ୍ତରରେ ଜନଜାତୀୟ ଗୌରବ ଦିବସ ରୂପେ ପାଳନ କରାଯାଇଛି । ଏହାକୁ ବ୍ଲକ ସସଭାପତି କୃପାସିନ୍ଧୁ ଭତ୍ରା ପରିଚାଳନା କରିଥିବା ବେଳେ ଉପସ୍ଥିତି ସମସ୍ତ ପାର୍ଟି କର୍ମକର୍ତ୍ତା ସହଯୋଗ କରିଥିବା ନଜର ଆସିଥିଲା | ଶେଷରେ ଉପସ୍ଥିତ ସମସ୍ତ ଜନସାଧାରଣ ଙ୍କୁ ଧନ୍ୟବାଦ ଦେଇଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.