ପାନୀୟ ଜଳ ସମସ୍ୟାକୁ ନେଇ ଜେଇଙ୍କ ଉପରେ ବର୍ଷିଲେ ସମିତି ସଭ୍ୟ ଓ ସରପଞ୍ଚ
ଓଡ଼ିଆ ବାର୍ତ୍ତା/ ସଇଁତଲା (ଗୋକୁଳା ନନ୍ଦ ବଗର୍ତ୍ତୀ): ବଲାଙ୍ଗୀର ଜିଲ୍ଲା ସଇଁତଲା ବ୍ଲକ କାର୍ଯ୍ୟଳୟ ପରିସରରେ ଆଜି ପଂଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଥିଲା l ବ୍ଲକ ଅଧ୍ୟକ୍ଷା ମୋନିକା ସିଂ ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିଡ଼ିଓ ପୁରୋଷତ୍ତମ ମିର୍ଦ୍ଧା, ଅତିରିକ୍ତ ତହସିଲଦାର ମୋହନ କୁମାର ମୁଣ୍ଡା, ବ୍ଲକ ଉପାଧ୍ୟକ୍ଷ ଗୁଣ ସାଗର ମାଝି, ଜିଲ୍ଲା ପରିଷଦ ସଭ୍ୟ ପ୍ରମୋଦ ଭୋଇ, ଜିଲ୍ଲା ପରିଷଦ ସଭ୍ୟ ହିମାଞ୍ଚଳ ବୁଡ଼େକ, ଜିଲ୍ଲା ପରିଷଦ ସଭ୍ୟା ରିତାରାଣୀ ହାତୀ, ବିଧାୟକଙ୍କ ପ୍ରତିନିଧି ବିମଲ ଶର୍ମା, ସାଂସଦଙ୍କ ବ୍ଲକ ପ୍ରତିନିଧି ଅକ୍ଷୟ ରଣା, ଡାକ୍ତର ନମିତା ବିଶି, ସହକାରୀ ନିର୍ବାହୀ ଯନ୍ତ୍ରୀ ସନ୍ତୋଷ ବେହେରା ପ୍ରମୁଖ ଉପସ୍ଥିତ ଥିଲେ | ସରକାରଙ୍କ ପକ୍ଷରୁ ବିଭିନ୍ନ ପଂଚାୟତ ରେ ୭୨ ଟି ନଳକୂପ ଖନନ ପାଇଁ ଆସିଥିବା ବେଳେ ମନ ଇଚ୍ଛା ଖୋଲା ଯାଇଛି l ଜଙ୍ଗଲ ଭିତରୁ ନଳକୂଅ ଖୋଲିବା ସହ କିଛି ନେତା ମାନେ ତାଙ୍କ ଘରେ ନଳକୂପ ଖୋଲାଯାଇଛି ବୋଲି ସରପଞ୍ଚ ମନେଶ ସୁନା ଅଭିଯୋଗ ଆଣିଥିଲେ ଏବଂ ମନ ଇଚ୍ଛା ବିଭାଗୀୟ ଯନ୍ତ୍ରୀ ଇତିଶ୍ରୀ ଦେଓରି କାମ କରୁଥିବା ବେଳେ ଅସନ୍ତୋଷ ପ୍ରକାଶ କରିବା ସହ ସରପଞ୍ଚ ଓ ସମିତି ମାନେ ଯନ୍ତ୍ରୀ ଙ୍କ ଉପରେ ବର୍ଷି ଥିଲେ l ଦୀର୍ଘ ବର୍ଷ ହେବ ୧୦୦ ରୁ ଅଧିକ ଲୋକେ ଦୂଷିତ ପାଣି ପାଇଁ କୀଡୀନି ରୋଗରେ ଜୀବନ ମଧ୍ୟ ଯାଇଛି ହେଲେ ଆଜି ପର୍ଯ୍ୟନ୍ତ ପ୍ରଶାସନ ନିଦାବିଷ୍ଣୁ ସାଜିଛି ଓ ଥାନା ସାମ୍ନା ରେ ବିଦ୍ୟୁତ ଖୁଣ୍ଟ ପାଇଁ ଦୃଘଟଣା ଘଟିବା ସହ ଲୋକ ଙ୍କ ଜୀବନ ଯାଉ ଥିବା ଅଭିଯୋଗ କରିଥିଲେ ସରପଞ୍ଚ ସୁବ୍ରତ ନାଗ l ସେହିପରି ଭନ୍ଦ୍ରା ପଂଚାୟତ ର ବିଭିନ୍ନ ସ୍କୁଲ ରେ ମଧ୍ୟାହ୍ନ ଭୋଜନ ଦେବା ସହ ସ୍କୁଲ କୁ ମନ ଇଚ୍ଛା ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ଆସୁ ଥିବା ଦେବା ନେଇ ଅଭିଯୋଗ କରିଥିଲେ ସରପଞ୍ଚ ରାଜେନ୍ଦ୍ର ଯାନୀ l ସେହିପରି ହୋମିଓପାଥି ଡାକ୍ତରଖାନା ୧୦ ବର୍ଷ ହେଲା ନିର୍ମାଣ ହୋଇଛି କାର୍ଯ୍ୟକ୍ଷମ ବର୍ତମାନ ପର୍ଯ୍ୟନ୍ତ ହୋଇ ପାରୁ ନାହିଁ କାହିଁକି ବୋଲି ସରପଞ୍ଚ ପୁଷ୍ପା ଞ୍ଜଳି ପଣ୍ଡା ଅଭିଯୋଗ କରିଥିଲେ l ବିଭିନ୍ନ କାର୍ଯ୍ୟ ରେ ସମିତି ସଭ୍ୟ ମାନ ଙ୍କୁ ବିଭିନ୍ନ ବିଭାଗୀୟ ଅଧିକାରୀ ମାନେ ଅଣଦେଖା କରିବା ସହ ଦୃନୀତି ବଢ଼ିବାରେ ଲାଗିଛି ବୋଲି ସମିତି ସଭ୍ୟ ଉମାକାନ୍ତ ରଣା ଅଭିଯୋଗ କରିଥିଲେ l ଅନ୍ୟପଟେ ବିଭିନ୍ନ ପଂଚାୟତ ରେ ରାସ୍ତା, ପାନୀୟ ଜଳ, ପିଡ଼ିଏସ କାର୍ଡ ଦୁର୍ନୀତି, ନଳକୂପ ଖନନ, ଭଳି ଅନେକ ସମସ୍ୟା ରହି ଥିବା ସମିତି ଓ ସରପଞ୍ଚ ମାନେ ଅଭିଯୋଗ କରିଥିଲେ | ସେହିପରି ସମିତି ସଭ୍ୟ ଓ ସରପଞ୍ଚ ମାନଙ୍କୁ ନ ଜଣାଇ ମୁଗ, ବିରି ବଣ୍ଟନ କରୁଥିବା ନେଇ କୃଷି ବିଭାଗ ର କର୍ମଚାରୀ ମାନଙ୍କୁ ଅଭିଯୋଗ କରିଥିବା ସହ ବ୍ୟାପକ ଦୃନୀତି ହୋଇ ଥିବା ନେଇ ସରପଞ୍ଚ ଅଶୋକ ସାହୁ ଅଭିଯୋଗ ଆଣିଥିଲେ l ପରେ ସଭା ରେ ବିର୍ସାମୁଣ୍ଡା ଜୟନ୍ତୀ ପାଳନ କରାଯାଇଥିଲା |ସଭା ଆରମ୍ଭ ରୁ ହୋ ହାଲ୍ଲା ରେ ବୈଠକ ଶେଷ ହୋଇ ଥିବା ଦେଖିବାକୁ ମଧ୍ୟ ମିଳିଥିଲା | କିଛି ଦିନ ଆଗରୁ କେରମେଲୀ ପଂଚାୟତ ଲାଚୁଟ ଗାଁରେ ପାନୀୟ ଜଳ ସମସ୍ୟା କୁ ନେଇ ଗାଁ ଲୋକେ ରାଜ ରାସ୍ତା କୁ ଓଲ୍ଲାଇ ଆନ୍ଦୋଳନ କରିଥିଲେ l ସେହି ସମୟରେ ଡୁଙ୍ଗୁରିପାଲି ସରପଞ୍ଚ ଗଜପତି ସାହୁ ପହଁଚି ସରକାର ଙ୍କ ଉପରେ ବର୍ଷି ଥିଲେ l ହେଲେ ସେହି ସମୟର କଥା କୁ ନେଇ କେରମେଲି ପଂଚାୟତ ସରପଞ୍ଚ ଅଶୋକ ସାହୁ ଓ ଡୁଙ୍ଗୁରିପାଲି ସରପଞ୍ଚ ଗଜପତି ସାହୁ ଙ୍କ ମଧ୍ୟ ରେ କଥା କଟାକଟି ହେବାର ଦୃଶ୍ୟ ବେଶ ଚର୍ଚ୍ଚା ଜୋର ଧରି ଥିଲା l ଏହି ବୈଠକ ରେ ସରପଞ୍ଚ ଅନୁରାଧା ସେଠ, ତିଲୋତ୍ତମା ବାଗ, ଶୈଳେନ୍ଦ୍ରି ମହାନନ୍ଦ, ସମିତି ସଭ୍ୟା ଅମ୍ରିତା ଦୀପ, ଗୀତାଞ୍ଜଳି ଖଣ୍ଡଗିରି, ରାକେଶ ନାୟକ, ଆରତୀ ସେଠ, ନବୀନ ରଣା ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ |





