ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): ମ.ରାମପୁର ବ୍ଲକ୍ ନୁନପୁର ଗ୍ରାମ ପଞ୍ଚାୟତର ପୂର୍ବତନ ନାଏବ ସରପଞ୍ଚ ମିତ୍ରଭାନୁ ରଣା(୪୬) ଙ୍କ ଭବାନୀପାଟଣା ମେଡିକାଲରେ ପରଲୋକ ହୋଇ ଯାଇଛି । ସେ କିଡନୀ ରୋଗ ରେ ପିଡ଼ିତ ଥିଲେ । ସେ କୁରାଳ ସମାଜ ଓ ନୁନପୂର୍ ପଞ୍ଚାୟତର ଜଣେ ନିଷ୍ଠାପର ବିଜେପି କର୍ମୀ ତଥା ସମାଜ୍ କର୍ମୀ ଭାବେ ପରିଚିତ ଥିଲେ । ଗ୍ରାମ ର ସମସ୍ତ ପୂଜା, ପାଠ, ସାମାଜିକ ଓ କର୍ମରେ ଜଡ଼ିତ ଥିଲେ । ଜଣେ ମଲାପୀ ବ୍ୟକ୍ତିଙ୍କ ପରଲୋକ ରେ ଅଞ୍ଚଳ ରେ ଶୋକ ର ଛାୟା ଖେଳି ଯାଇଛି । ଗାଆଁ ଶ୍ମଶାନର ଶେଷ କୃତ୍ୟ ସଂପନ୍ନ ହେଇଥିବା ବେଳେ ସାନ ଭାଇ ଚନ୍ଦ୍ର ଭାନୁ ରଣା ମୁଖାଗ୍ନୀ ଦେଇଥିଲେ ।





