ଓଡ଼ିଆ ବାର୍ତ୍ତା/ ଟିକ୍ରାପଡ଼ା (ରମାକାନ୍ତ ରାଜପଲିଆ): ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ମୁଣ୍ଡପଦର ପଞ୍ଚାୟତ ସାଗୁନଭାଡି ଗ୍ରାମରେ ବଙ୍ଗୋମୁଣ୍ଡା ବ୍ଲକ ଯାଦବ ମହାସଭା ପକ୍ଷରୁ ଯାଦବ ଶୌର୍ଯ୍ୟ ଦିବସ ପାଳିତ ହୋଇଛି । କାର୍ଯ୍ୟକ୍ରମ ଆରମ୍ଭରେ ଶ୍ରୀକୃଷ୍ଣ ଭଗବାନଙ୍କ ପୂଜାର୍ଚ୍ଚନା କରାଯାଇଥିଲା । ବ୍ଲକ ଯାଦବ ମହାସଭା ସଭାପତି ଯୋଗେନ୍ଦ୍ର ବଚ୍ଛାଙ୍କ ସଭାପତିତ୍ୱ ତଥା ସାଧାରଣ ସମ୍ପାଦକ ମୁନିରାମ ନାଗଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ | ଯାଦବ ବୁଦ୍ଧିଜୀଵି ମଞ୍ଚ ରାଜ୍ୟ ଆବାହକ ଧବଳେଶ୍ବର ବାଗ ମୁଖ୍ୟ ବକ୍ତା, ମୁରିବାହାଲ ବ୍ଲକ ଯାଦବ ମହାସଭା ସଭାପତି ଗଙ୍ଗାଧର ହେର୍ଣ୍ଣା, ଟିଟିଲାଗଡ଼ ନଗର ଯାଦବ ମହାସଭା ସଭାପତି କୁନା ଭାଟି, ଚାନ୍ଦୋତରା ସରପଞ୍ଚ ଜିତେନ ବଚ୍ଛା, ଝରିଆଲ ସରପଞ୍ଚ ଭରଦ୍ୱାଜ ଗହିର , ବଙ୍ଗୋମୁଣ୍ଡା ବ୍ଲକ ଯୁବ ଯାଦବ ମହାସଭା ସଭାପତି ଘନଶ୍ୟାମ ମନହୀରା ସମ୍ମାନିତ ଅତିଥି ଭାବେ ଯୋଗଦେଇ ଭାରତ ସରକାର ଅହିର ରେଜିମେଣ୍ଟ ଗଠନ ନେଇ ପଦକ୍ଷେପ ନେବାପାଇଁ ଦାବି କରିଥିଲେ | ମହାଭାରତ କାଳରୁ ଆରମ୍ଭ କରି ସମ୍ରାଟ ଅଶୋକଙ୍କ କଳିଙ୍ଗ ଯୁଦ୍ଧ, ସମ୍ରାଟ ଖାରବେଳଙ୍କ ଯୁଦ୍ଧ ପରି ଯାଦବ ବୀରଙ୍କ ଅନେକ ଶୌର୍ଯ୍ୟ ଗାଥା ରହିଛି । ୧୯୬୨ ମସିହା ଯୁଦ୍ଧରେ ଲଦାଖ ସ୍ଥିତ ରେଜାଙ୍ଗଲା ଘାଟି ଠାରେ ୧୧୭ ବୀର ଅହୀର ସୈନିକ ସହିଦ ହେବା ସହ ୪୦୦ ଚୀନ ସୈନ୍ୟଙ୍କୁ ନିପାତ କରିଥିଲେ |ସେମାନେ ୨୦୦୦ରୁ ଅଧିକ ଚୀନ ସୈନ୍ୟଙ୍କୁ ଭାରତ ସୀମାକୁ ପ୍ରବେଶ କରିବାକୁ ଦେଇନଥିଲେ ବୋଲି ବକ୍ତାଗଣ କହିଥିଲେ | ଏହି ଅବସରରେ ସାଗୁନଭାଡ଼ି ଗାଁର ଅବସରପ୍ରାପ୍ତ ସୈନିକ ଉମାଶଙ୍କର ଘିଭେଲା, ଅବସରପ୍ରାପ୍ତ ପୋଲିସ ଅଧିକାରୀ ଲକ୍ଷ୍ମଣ ବାଗଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ବିନୋଦ ବାଗ, ପ୍ରତାପ ଭାଟୀ, ପରମେଶ୍ବର ନାଗ, ଧନସିଂ ନାଗ, ହୁଲେଶ୍ବର ହଂସ, ପବିତ୍ର ପୋଢ, ନୀଳାଞ୍ଚଳ ବଛା, ମୀନକେତନ ନାଗ, ଅର୍ଦ୍ଧେନ୍ଦୁ ଦାସ ଯାଦବ ପ୍ରମୁଖ ସହଯୋଗ କରିଥିଲେ ।





