ଓଡ଼ିଆ ବାର୍ତ୍ତା/ କଲ୍ୟାଣସିଂହପୁର (ପଦ୍ମନ ଭତ୍ରା): ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସଦର ମହକୁମା ପ୍ରାଣୀ ଚିକିତ୍ସା କେନ୍ଦ୍ର ସମ୍ମୁଖ ରଥ ପଡିଆ ଠାରେ ଓଡିଶା ସରକାରଙ୍କ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ଦ୍ୱାରା ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଅନୁଷ୍ଠିତ ହୋଇଛି। ଏଥିରେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ମୃଣ୍ମୟ ପଣ୍ଡା ସଭାପତିତ୍ୱ କରିଥିଲେ। ଏଥିରେ ମୁଖ୍ୟ ଅତିଥି ଭାବେ ବିଷମକଟକ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଧାୟକ ନୀଳମାଧବ ହିକକା ଯୋଗ ଦେଇ କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ। ଡ଼େପୁଟି ଡାଇରେକ୍ଟର ଜିଲ୍ଲା ପଶୁ ଚିକିତ୍ସକ ବିରଞ୍ଚି ନାରାୟଣ ମିଶ୍ର, ବ୍ଲକ ଅଧ୍ୟକ୍ଷା ଅମ୍ରିତା କାଡ୍ରାକା, ସାଂସଦ ପ୍ରତିନିଧି କୁମାରସ୍ୱାମୀ କୌଶଲ୍ୟା, ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ ଡକ୍ଟର ଅଶୋକ କୁମାର ବେହେରା, ଅତିରିକ୍ତ ଜିଲ୍ଲା ପ୍ରାଣି ଚିକିତ୍ସା ଅଧିକାରୀ ଡକ୍ଟର ପ୍ରବୀର କୁମାର ମହାପାତ୍ର, ଅତିରିକ୍ତ ଜିଲ୍ଲା ମତ୍ସ୍ୟ ଅଧିକାରୀ ପ୍ରୀତିସୂନନ୍ଦା ପଟ୍ଟନାୟକ, କଲ୍ୟାଣ ସିଂହପୁର ବ୍ଲକ ପଶୁ ଚିକିତ୍ସକ ଡ଼ଃ ସୁଶୀଲ କୁମାର ସେଠୀ ସମ୍ମାନୀୟ ଅତିଥି ଭାବେ ମଞ୍ଚାସିନ ରହିଥିଲେ। ଏହାକୁ ଅତିରିକ୍ତ ଜିଲ୍ଲା କୃଷି ଅଧିକାରୀ ଉତ୍ତମ କୁମାର ଦାସ ମଞ୍ଚ ପରିଚାଳନା ଓ ଅତିଥିଙ୍କ ସ୍ୱାଗତ କରିଥିବା ବେଳେ ହିନ୍ଦୁସ୍ଥାନି ଓଡିଶୀ ସଂଗୀତ ଓ ନୃତ୍ୟ ଶିକ୍ଷକ ପ୍ରକାଶ ଚନ୍ଦ୍ର ମୁଦୁଲି ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ। ଏଥିରେ ୮ଜଣ ଚାଷୀ ଗୋପାଳନ ପାଇ ରାଙ୍ଗନା ଦୋରା, ମାଛ ଚାଷ ରେ ଧନସିଂ ତିମାକା, ମେଣ୍ଢା ପାଳନ ରେ ଯମୁନା ସାହୁକାର, ପୋଖରୀରେ ମାଛ ଚାଷ ପାଇଁ ଆଲମତି ମହିଳା ସ୍ୱୟଂ ସହାୟକ ଗୋଷ୍ଠି, କୁକୁଡ଼ା ପାଳନ ପାଇଁ କନ୍ୟାଆମା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ସିମେଣ୍ଟ କୁଣ୍ଡରେ ମାଛ ଚାଷ କରି କଞ୍ଜାକା କ୍ରିଷ୍ଣା, କୁକୁଡ଼ା ପାଳନ ସରାଜ କୁମାର ଲାକଡା, ମାଛ ଚାଷରେ ସୂର୍ଯ୍ୟ ନାରାୟଣ କାଣ୍ଟୁ ଓ ପ୍ରକାଶ ଚନ୍ଦ୍ର ମୁଦୁଲି ଙ୍କୁ ପ୍ରମାଣ ପତ୍ର ସହ ଏକ ହଜାର ଟଙ୍କା ଲେଖାଏଁ ଅତିଥିଙ୍କ ଦ୍ୱାରା ପୁରସ୍କୃତ କରାଯାଇଛି। ଏଥିରେ ୧୪ଟି ପଞ୍ଚାୟତ ରୁ ୨୮୦ଜଣ ଚାଷୀ ନାମ ପଞ୍ଚିକରଣ କରିଥିଲେ। ସରକାର ଙ୍କ ପ୍ରତ୍ୟେକ ଯୋଜନା ଗୁଡିକ ଗ୍ରାମାଞ୍ଚଳରେ କିପରି ପହଞ୍ଚି ବିକଶିତ ହୋଇପାରିବ ଏହାର ମୂଳଲକ୍ଷ୍ୟ ବୋଲି ଅତିଥି ମାନେ କହିଥିଲେ। ଶେଷରେ ଗୋଷ୍ଠି ପଶୁ ଚିକିତ୍ସକ ସୁଶୀଲ କୁମାର ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ।





