ଯୁରାବନ୍ଧ ଠାରେ ବ୍ଲକ ସ୍ତରୀୟ ତିନି ଦିନିଆ ଖେଳ କୁଦ ପ୍ରତିଯୋଗିତା ଶୁଭାରମ୍ଭ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର: ମାଇଁ ଭାରତ ବଲାଙ୍ଗୀର ଓ କପିଳେଶ୍ଵର ଯୁବକ ସଂଘ ଆନୁକୂଲ୍ୟରେ ବ୍ଳକ ସ୍ତରୀୟ ୩ ଦିନିଆ ଖେଳ କୁଦ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଯାଇଛି। ମୂଖ୍ୟ ଅତିଥି ଯୁରାବନ୍ଧ ସରପଞ୍ଚଙ୍କ ପ୍ରତିନିଧି ନରେଶ ସଗ୍ରିଆ ଉପସ୍ଥିତ ରହି ଉଦ୍ଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ଓ୍ବାଡ ମେମ୍ବର ରସିକ ପୋଡ଼, ଖଗିନ୍ଦ୍ର ସଗ୍ରିଆ, ତପି ସଗ୍ରିଆ ଉପସ୍ଥିତ ଥିଲେ। ପ୍ରଥମ ଦିନରେ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇ ଥିଲା। ପ୍ରଥମ ମ୍ୟାଚ୍ ବଡଗମଡା ଓ ତେତେଲପଡା ମଧ୍ୟରେ ହୋଇଥିଲା ଏଥିରେ ବଡଗମଡା ଦଲ ୧-୦ ରେ ବିଜୟୀ ହେଇଥିଲା। ଦ୍ବିତୀୟ ମ୍ୟାଚ ନାରେନ ଓ ଚାନ୍ଦୋତରା ମଧ୍ୟରେ ହୋଇଥିଲା ଏଥିରେ ନାରେନ ୧-୦ ରେ ବିଜୟୀ ହେଇଥିଲା। ପ୍ରଥମ ସେମିଫାଇନାଲ ବଡଗମଡା ଓ ନାରେନ ମଧ୍ୟରେ ହୋଇଥିଲା ପ୍ଲାଣ୍ଟିକ ସୁଟ ଆଉଟ ରେ ବଡଗମଡା ବିଜୟୀ ହୋଇ ଫାଇନାଲ ରେ ପହଞ୍ଚିଛି। ଆଗାମୀ ଦୁଇଦିନ ପର୍ଯ୍ୟନ୍ତ ଫୁଟବଲ, ଭଲିବଳ, ଟେନିସ, ୧୦୦ ମି ଦୈଡ, ୨୦୦ ମି ଦୈଡ, ସ୍ଲୋ ସାଇକିଲ ପ୍ରତିଯୋଗିତା ଅନୁଷ୍ଠିତ ହେବ।ସଂଘ ର ସଭାପତି ଲିଙ୍ଗରାଜ ପୋଡ଼, ସଂପାଦକ ତୁଲାଚନ୍ଦ୍ର ପୋଡ଼, କୋଷାଧ୍ୟକ୍ଷ ରଞ୍ଜନ ଭାଟି ଓ ସମସ୍ତ ସଦସ୍ୟ ମାନେ ଉପସ୍ଥିତ ଥିଲେ। ରେଫରି ଦୁଷ୍ମନ୍ତ ସାହୁ, ଲାଇନ ମ୍ୟାଚ ଡିସେମ୍ବର ଭୋଇ, ବୁଲୁ ମାଝୀ ଓ ଦୁଷ୍ମନ୍ତ ବେହେରା ଖେଳ ପରିଚାଳନା କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.