ହ୍ୟୁମାନ ସାଗରଙ୍କ ମୃତ୍ୟୁ ଘଟଣା; ୨ ମ୍ୟାନେଜରଙ୍କ ନାଁରେ ଏତଲା ଦେଲା କୋଶଲ ମୁକ୍ତି ମୋର୍ଚ୍ଚା

ଓଡ଼ିଆ ବାର୍ତ୍ତା/ ସଇଁତଲା (ଗୋକୁଳାନନ୍ଦ ବଗର୍ତ୍ତୀ): କଣ୍ଠଶିଳ୍ପୀ ହ୍ୟୁମାନ ସାଗର ମୃତ୍ୟୁ ଘଟଣାକୁ ନେଇ ଆଜି ବଲାଙ୍ଗୀର ଜିଲ୍ଲା ସଇଁତଲା ଥାନାରେ ହ୍ୟୁମାନ ସାଗରଙ୍କ ଦୁଇ ମ୍ୟାନେଜର ପ୍ରଶାନ୍ତ ବେହେରା ଓ ଦିନେଶ ବେହେରା ନାମରେ ଏଫଆଇଆର ଦେଇଛନ୍ତି କୋଶଲ ମୁକ୍ତି ମୋର୍ଚ୍ଚା। ଏହି ସମୟରେ ଦିବଂଗତ ହ୍ୟୁମାନଙ୍କ ପରିବାର ଲୋକେ ମଧ୍ୟ ଉପସ୍ଥିତ ଥିଲେ। ଏହାସହ ହ୍ୟୁମାନ ସାଗରଙ୍କ ମାଁଙ୍କୁ ଦୁର୍ବବହାର ନେଇ ମଧ୍ୟ ମାମଲା ହୋଇଛି। ଦେହ ଖରାପ ସତ୍ବେ ହ୍ୟୁମାନଙ୍କ ବିଭିନ୍ନ ଷ୍ଟେଜ ଶୋ କରାଉଥିଲେ। ଯାହାର ତାଙ୍କ ମୃତ୍ୟୁର କାରଣ ବୋଲି ଏତଲାରେ ଉଲ୍ଲେଖ କରାଯାଇଛି। ଏହାସହ କଣ୍ଠଶିଳ୍ପୀଙ୍କ ମୃତ୍ୟୁ ପରେ ମଧ୍ୟ ତାଙ୍କ ମାଁଙ୍କୁ ଅଶୋଭନୀୟ ଭାଷା ପ୍ରୟୋଗ କରିଥିଲେ। ଯାହା ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଜଣେ ସୁନାମଧନ୍ୟ କଣ୍ଠଶିଳ୍ପୀଙ୍କ ମାକୁ ଏଭଳି ଭାଷାରେ ଗାଳି ଦେବାକୁ ନେଇ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛି କୋଶଲ ମୁକ୍ତି ମୋର୍ଚ୍ଚା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.