ରାୟଗଡ଼ାରେ ଜିଲ୍ଲାସ୍ତରୀୟ ବିଶ୍ବ ମତ୍ସ୍ୟ ଦିବସ-୨୦୨୫ ପାଳିତ

ଓଡ଼ିଆ ବାର୍ତ୍ତା/ ରାୟଗଡ଼ା (ପଦ୍ମନ ଭତ୍ରା): ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ଜଳଛାୟାଙ୍କ ସମ୍ମିଳନୀ କକ୍ଷଠାରେ ଜିଲ୍ଲା ସ୍ତରୀୟ ବିଶ୍ବ ମତ୍ସ୍ୟ ଦିବସ-୨୦୨୫ ମହା ସମାରୋହରେ ପାଳିତ ହୋଇଯାଇଛି। ୫୦ ରୁ ଉର୍ଦ୍ଧ୍ବ ମତ୍ସ୍ୟ ଚାଷୀ ତଥା ମହିଳା ସ୍ଵୟଂ ସହାୟକ ଗୋଷ୍ଠୀର ମାଁ ମାନେ ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ। କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଶ୍ରୀ ମୃଣ୍ମୟ ପଣ୍ଡା, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ ଏସ୍.କେ.ଏହେସାନ, ଜିଲ୍ଲା ମତ୍ସ୍ୟ ଅଧିକାରୀ‌ ଶ୍ରୀ ସୁଶାନ୍ତ କୁମାର ଗଉଡ,ମିଶନ ଶକ୍ତି ଶ୍ରୀ ଶଙ୍କର ଚାଲାଣ, ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ମୃତ୍ତିକା ସଂରକ୍ଷଣ ଏବଂ ଜଳଛାୟା ବିଭାଗର ଶ୍ରୀ ସମ୍ପଦ ସ୍ଵରୂପ ସାମଲ, ପ୍ରକଳ୍ପ ସଂଯୋଜକ ଯୋଗ ଦେଇଥିଲେ । ଏହି ଅବସରରେ ସଫଳ ମତ୍ସ୍ୟଚାଷୀ ଏବଂ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଜିଲ୍ଲାର ମତ୍ସ୍ୟ ବିକାଶ କ୍ଷେତ୍ରରେ କାର୍ଯ୍ୟଧାରା ଉପରେ ଜିଲ୍ଲା ମତ୍ସ୍ୟ ଅଧିକାରୀ ନିଜର ଅଭିଭାଷଣ ରଖିଥିଲେ। ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ସହକାରୀ ମତ୍ସ୍ୟ ଅଧିକାରୀ ମୁଖ୍ୟାଳୟ ସୁଶ୍ରୀ ପ୍ରୀତିଶନନ୍ଦା ପଟ୍ଟନାୟକ ଆଲୋଚନା କରିଥିଲେ। ଏହା ସହିତ ମତ୍ସ୍ୟ ସମ୍ପଦର ସୁରକ୍ଷା, ଜଳ ସମ୍ପଦର ଦାୟିତ୍ଵପୂର୍ଣ୍ଣ ପରିଚାଳନାର ଦିଗ, ମତ୍ସ୍ୟ ଉତ୍ପାଦନ ବୃଦ୍ଧି କରିବା ସହ ତୃଣମୂଳ ସ୍ତରରେ ଗ୍ରାମୀଣ ଅର୍ଥ ନୀତିର ବିକାଶ ପାଈଁ ପ୍ରାଣୀ ପାଳନ, କୁକୁଡ଼ା ପାଳନ, ମତ୍ସ୍ୟ ଚାଷ କିପରି ସହାୟକ ହେଇପାରିବ ସେ ସମ୍ପର୍କରେ ବିଶେଷଭାବେ ଅତିଥିମାନେ ମତ୍ସ୍ୟ ଚାଷୀଙ୍କୁ ଦୃଷ୍ଟିଆକର୍ଷଣ କରଥିଲେ । ମତ୍ସ୍ୟ ଚାଷ ମାଧ୍ୟମରେ ସ୍ବାବଲମ୍ବୀ ଚାଷୀ ତଥା ଉଦ୍ୟୋଗୀ ସ୍ରୁଷ୍ଟି କରିବା ଏବଂ ପ୍ରାଣୀ ସମ୍ପଦକୁ ନିରୋଗ ଏବଂ ନିରାମୟ ରଖିବା ସହ ରାୟଗଡ଼ା ଜିଲ୍ଲା କିପରି ମାଛ ଉତ୍ପାଦନରେ ସ୍ୱାବଲମ୍ବୀ ହୋଇପାରିବ ସେ ବିଷୟରେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ନିଜର ମତବ୍ୟକ୍ତ କରିଥିଲେ l ଏହି କାର୍ଯ୍ୟକ୍ରମକୁ ସୁଚାରୁରୂପେ ଆୟୋଜନ କରିବାରେ ମତ୍ସ୍ୟ ବିଭାଗର ସମସ୍ତ ଅଧିକାରୀ ଏବଂ କର୍ମଚାରୀ ସହାୟତା କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.