ସଇଁତଳାରେ ବ୍ଲକ ଯାଦବ ଭବନ ପ୍ରତିଷ୍ଠା ପାଇଁ ପ୍ରସ୍ତୁତି ବୈଠକ

ଓଡ଼ିଆ ବାର୍ତ୍ତା/ ସଇଁତଳା (ଗୋକୁଳାନନ୍ଦ ବଗର୍ତ୍ତୀ): ବଲାଙ୍ଗୀର ଜିଲ୍ଲା ସଇଁତଳା ଠାରେ ନବନିର୍ମିତ ବ୍ଲକ ଯାଦବ ଭଵନ ପ୍ରତିଷ୍ଠା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି | ବ୍ଲକ ଯାଦବ ମହାସଭା ସଭାପତି ମନୋହର ବାଗଙ୍କ ସଭାପତିତ୍ବରେ ବୈଠକ ଅନୁଷ୍ଠିତ ହୋଇଥିଲା | ବ୍ଲକର ସମସ୍ତ ପଞ୍ଚାୟତରୁ କର୍ମକର୍ତ୍ତା ଏଥିରେ ସାମିଲ ହୋଇ ମତାମତ ଉପସ୍ଥାପନ କରିଥିଲେ | ସୁନୀଲ କୁମାର ଗହୀର, ବିଜୟ କୁମାର ଜାଲ, ମୋହନ ଭୋଇ, ଶେଷଦେବ ମହାକୁର, ରାଜକିଶୋର ବାଗ, ଦାମୋଦର ଥପା, କ୍ଷେତ୍ରପତି ଜାଲ, ଅନ୍ତର୍ଯ୍ୟାମୀ ରାଜପଲିଆ, ହରିଶ୍ଚନ୍ଦ୍ର ବଗର୍ତ୍ତୀ, ମଦନ ମୋହନ ବାଗ, ବିନୋଦ ବଗର୍ତ୍ତୀ, ନିତେଇ ମହାକୁର, ବିଷ୍ଣୁ ଭୋଇ, ପ୍ରଶାନ୍ତ ବଗର୍ତ୍ତୀ, ପୁରୁଷୋତ୍ତମ ଭୋଇ, ଇନ୍ଦ୍ରମଣି ମହାକୁର, ଗୁଣନିଧି ଭୋଇ ପ୍ରମୁଖ ଉପସ୍ଥିତ ରହିଥିଲେ | ଭବନ ପ୍ରତିଷ୍ଠା ଅବସରରେ ଫେବୃଆରୀ ୨୩ରୁ ୧୬ ପ୍ରହର ନାମଯଜ୍ଞ ଆୟୋଜନ ନେଇ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା | ଶେଷରେ ବ୍ଲକ ସମ୍ପାଦକ ବିନୟ ଭୋଇ ଧନ୍ୟବାଦ ଦେଇଥିଲେ |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.