ବିମ୍ବୋଷ୍ଠୀ ଧଙ୍ଗଡାମାଝୀଙ୍କ ପରଲୋକ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅନ୍ତର୍ଗତ ବୁଢ଼ୀପଦର ଗ୍ରାମର ଧର୍ମପରାୟଣା ବିମ୍ବୋଷ୍ଠୀ ଧଙ୍ଗଡାମାଝୀଙ୍କ ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୭ବର୍ଷ ବୟସ ହୋଇଥିଲା। ସଂସ୍କୃତିବିତ୍ ସ୍ବର୍ଗତ ବେଣୁଧର ଧଙ୍ଗଡାମାଝୀଙ୍କ ଧର୍ମପତ୍ନୀ ବିମ୍ବୋଷ୍ଠୀ ଦେବୀ ଦେବଗିରି ମଠର ନବୀକରଣ କାର୍ଯ୍ୟର ପୁରୋଧା ଥିଲେ। ତାଙ୍କ ଦ୍ବାରା ୯୦ ଦଶକରେ ଦେବଗିରି ମଠ ର ମାଟି ଗାଦି ଯାଗାରେ ସୁଦୃଶ୍ୟ ସିଂହାସନ ନିର୍ମିତ ହେବା ସହ ଅନ୍ୟାନ୍ୟ କାର୍ଯ୍ୟ ସଂପାଦିତ ହୋଇଥିଲା। ତାଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ରବିବାର ନିଜସ୍ଵ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ସାନପୁଅ ଅଶୋକ ଓ ବଡ଼ ନାତି ସୁନୀଲ ମୁଖାଗ୍ନୀ ଦେଇଥିଲେ। ମୃତ୍ୟୁ ଶଯ୍ୟା ନିକଟରେ ବୋହୁ ପ୍ରତିମା ଓ ସରୋଜିନୀ, ନାତୁଣୀ ଜ୍ୟୋତ୍ସ୍ନା ଓ ରଶ୍ମି, ନାତି ସୁଧିର, ସଲିଲ, ସୁମିତ, ପଣନାତି ରଞ୍ଜନ, ସୋଭିତ, ସମର୍ପିତ ଓ ସମ୍ଭବଙ୍କ ସମେତ ଜ୍ଞାତି କୁଟୁମ୍ବ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.