ଭବାନୀପାଟଣାରେ ଲକ୍ଷ୍ମୀ ବିକାଶର ସପ୍ତମ ବାର୍ଷିକୋତ୍ସବ “ହାର୍ଭେଷ୍ଟ ୨୦୨୫” 

ଓଡ଼ିଆ ବାର୍ତ୍ତା/ ଜୁନାଗଡ଼ (ସ୍ବାସ୍ତିଦୀପ ଆଦିତ୍ୟ): ଲକ୍ଷ୍ମୀ ବିକାଶ ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁସନ,ଭବାନୀପାଟଣାର ସପ୍ତମ ବାର୍ଷିକ ଉତ୍ସବ “ହାର୍ଭେଷ୍ଟ ୨୦୨୫” ଗରିମାମୟ ପରିବେଶରେ ପାଳିତ ହୋଇଯାଇଛି । ଧର୍ମଗଡ ମାନ୍ୟବର ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ। ଉତ୍ସବରେ ସମ୍ମାନିତ ଅତିଥି ଭାବେ କଳାହାଣ୍ଡି ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶୁଭ୍ରାଂଶୁ ଶେଖର ମିଶ୍ର,ଅତିରିକ୍ତ ଜିଲ୍ଲାପାଳ ତନ୍ମୟ ଦରୱାନ,ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ,ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ଅଫ୍ ପୋଲିସ ମୁକ୍ତି କୁମାର କୁଲୁ ଉପସ୍ଥିତ ଥିଲେ।ସମ୍ବର୍ଦ୍ଧିତ ମଞ୍ଚକୁ ଶୋଭାଇଥିବା ଅନ୍ୟାନ୍ୟ ଅତିଥିମାନଙ୍କ ମଧ୍ୟରେ ଲକ୍ଷ୍ମୀ ବିକାଶ ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁସନ ଓଡିଶାର ଚେୟାରମ୍ୟାନ ଡି ନାଗେଶ୍ଵର ରାଓ,ବିଦ୍ୟା ବିକାଶ ଗ୍ରୁପ୍ର ଚେୟାରମ୍ୟାନ କମ୍ ମେନେଜିଂ ଡାଇରେକ୍ଟର ଜି ଭାସ୍କର ରାଓ,ପରିଚାଳନା ସଦସ୍ୟ ଡି ପ୍ରତାପ,ଡି ଶ୍ୟାମ,ଡି ରାମ କୁମାର,ଶିକ୍ଷା ପ୍ରଭାରୀ ଡି ବିଜୟା,ପରିଚାଳନା ସଦସ୍ୟା ଡି ପଦ୍ମିନୀ, ଡିନମାନେ ପିତାମ୍ବର ଦାସ ଓ ଏସ୍ ଭି କ୍ରିଷ୍ଣା ଉପସ୍ଥିତ ଥିଲେ। ଶିକ୍ଷା ପ୍ରଭାରୀ ଡି ବିଜୟା ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ପରେ ବିଭିନ୍ନ ବିଭାଗର ଅଧ୍ୟକ୍ଷମାନେ ବାର୍ଷିକ ବିବରଣୀ ପ୍ରସ୍ତୁତ କଲେ। ଚେୟାରମ୍ୟାନ ଡି ନାଗେଶ୍ଵର ରାଓ ଓ ନିର୍ଦ୍ଦେଶକ ଡି ଶ୍ୟାମ ଲକ୍ଷ୍ମୀ ବିକାଶ ଗ୍ରୁପ୍ କଳାହାଣ୍ଡିରେ ଶିକ୍ଷାର ଭିତି କିପରି ଦୃଢ କରିଛି ତାହା ଉଲ୍ଲେଖ କଲେ। ମୁଖ୍ୟ ଅତିଥି ସୁଧୀର ପଟଯୋଶୀ ଗୋଟିଏ ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ଭାବେ ବିକାଶ ଗ୍ରୁପର ଅଭିବୃଦ୍ଧିକୁ ସ୍ତୁତି କରିଥିଲେ। ନିର୍ଦ୍ଦେଶକ ଡି ରାମ କୁମାର ଧନ୍ୟବାଦ୍ ଜଣାଇ କାର୍ଯ୍ୟକ୍ରମ ଶେଷ କଲେ।ଏବର୍ଷ ଉତ୍ସବର ଥିମ୍ “ରଙ୍ଗ ଦର୍ପଣ – କେଲୋଡୋସ୍କୋପି ଅଫ ଓଡିଶା” ଉପରେ ଆଧାରିତ ସାଂସ୍କୃତିକ ଅନୁଷ୍ଠାନ ଦର୍ଶକମାନଙ୍କୁ ମୋହିତ କଲା। ପ୍ରାୟ ୧,୫୦୦ରୁ ଅଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିବାବେଳେ ୭,୦୦୦ରୁ ଅଧିକ ଦର୍ଶକ କାର୍ଯ୍ୟକ୍ରମର ଆନନ୍ଦ ଉଠାଇଲେ। କଳାହାଣ୍ଡି, ନୂଆପଡ଼ା,ବଳାଙ୍ଗୀର ଓ ନବରଙ୍ଗପୁରର ବିଶିଷ୍ଟ ବ୍ୟକ୍ତିବିଶେଷ ଓ ବିଭିନ୍ନ ମିଡିଆ କର୍ମୀ ଉପସ୍ଥିତ ଥିଲେ। ଅନୁଷ୍ଠାନକୁ ସଫଳ କରିବାରେ ସମସ୍ତ କର୍ମଚାରୀଙ୍କ ସଂଘଟିତ ପ୍ରୟାସ ଲୋକ ପ୍ରଶଂସା ପାଇଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.