ପ୍ରଶାନ୍ତ ଦାସଙ୍କ କବିତା ପୁସ୍ତକ ‘ପ୍ରଚ୍ଛଦ କବିତା’ର ପ୍ରଚ୍ଛଦ କବିତା ପର୍ବ ଆୟୋଜିତ

କବିଟିଏ ମାନବ ସମାଜ ପାଇଁ ବୌଦ୍ଧିକ ବିଚାର ସାଇତି ରଖିଯାଏ, କହିଲେ ଅତିଥି

ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): ଓଡ଼ିଆ ସାହିତ୍ୟର କବିତା ଜଗତରେ ଭିନ୍ନ ଏକ ଶୈଳୀରେ ରଚନା ହୋଇଥିବା ପ୍ରଶାନ୍ତ ଦାସଙ୍କ କବିତା ପୁସ୍ତକ ‘ପ୍ରଚ୍ଛଦ କବିତା’ର ଏକ ନୂତନ ରୁଚିରେ ଆୟୋଜିତ ‘ପ୍ରଚ୍ଛଦ କବିତା ପର୍ବ’ ସ୍ଥାନୀୟ ଆତିଥ୍ୟ ସମ୍ମିଳନୀ କକ୍ଷରେ ଆଜି ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି। ବାଲେଶ୍ଵର ଜିଲ୍ଲାର ୨୬ ଜଣ ଲେଖକଙ୍କ ପ୍ରକାଶିତ ପୁସ୍ତକ ଓ ପ୍ରଚ୍ଛଦକୁ ନେଇ ଲିଖିତ କବିତା ସଙ୍କଳନ ‘ପ୍ରଚ୍ଛଦ କବିତା’ର ‘ପ୍ରଚ୍ଛଦ କବିତା ପର୍ବ’କୁ ପାଠକ ଓ ବୈଜ୍ଞାନିକ ପି.ଏକ୍ସ.ଇ.ର ଆସୋସିଏଟ୍ ଡାଇରେକ୍ଟର ଡକ୍ଟର ହିମାଂଶୁ ପଣ୍ଡା ଉଦ୍‌ଘାଟନ କରି ନିଜ ବକ୍ତବ୍ୟରେ କହିଲେ ଯେ କବିଟିଏ ନିଜ କବିତାକୁ ଏକାଧିକବାର ପଢ଼ିଥାଏ ଓ ଲେଖୁଥାଏ। କବିମାନେ ହିଁ ମାନବ ସମାଜ ପାଇଁ ବୌଦ୍ଧିକ ବିଚାର ସାଇତି ରଖିଥାନ୍ତି। ‘ପ୍ରଚ୍ଛଦ କବିତା’ ପୁସ୍ତକ ପ୍ରକାଶନ କ୍ଷେତ୍ରରେ ନୂଆ ଏକ ବାର୍ତ୍ତା ପ୍ରଦାନ କରିଛି । ଏଥିରେ ଅନ୍ୟତମ ଅତିଥି ଭାବରେ ସନ୍ତୋଷ ଦାସ ଯୋଗ ଦେଇ ଲେଖକମାନେ ଏବେ ସମାଜରେ ଚିକିତ୍ସକ ଭାବେ ପରିଗଣିତ ହେଉଥିବା କଥା କହିଥିଲେ।

Omkar Vasthu
Omkar Vasthu

କବି ଓ କଥାକାର ଗଙ୍ଗାଧର ବିଶ୍ଵାଳ ନିଜର ଅଭିମତ ରଖି କହିଲେ ଯେ ପ୍ରଶାନ୍ତଙ୍କ ‘ପ୍ରଚ୍ଛଦ କବିତା’ କବିଙ୍କ କଳ୍ପନା ଓ ଭାବନାର ଏକ ସୁନ୍ଦର ପରିପ୍ରକାଶ । କାରଣ କବିଟିଏ ଚିରକାଳ କଳ୍ପନାବିଳାସୀ । ପ୍ରିୟ ପାଠକ ଶଶିରଂଜନ ମଲ୍ଲିକ ଯୋଗଦାନ କରି କହିଲେ ଯେ ପାଠକମାନେ ହିଁ କବିଙ୍କ ସୃଷ୍ଟିର ନିରପେକ୍ଷ ବିଚାରକ। ତେଣୁ ଜଣେ ପାଠକ ଭାବେ ମୁଁ ଅନୁଭବ କରିଛି ଯେ କବିତାଗୁଡ଼ିକ ନିଶ୍ଚୟ ପାଠକଙ୍କୁ ଛୁଇଁବ ।

Pearl dental clinic
Near Ashish Medical Store, Bhawanipatna

ଲେଖକୀୟ ବକ୍ତବ୍ୟରେ କବି ଦାସ କହିଲେ ଯେ ଲେଖକମାନଙ୍କର ପ୍ରକାଶିତ ପୁସ୍ତକ ଓ ପ୍ରଚ୍ଛଦ ମୋତେ ପ୍ରେମମୟ ଆଲିଙ୍ଗନ କରିଲା ବୋଲି ତ ମୁଁ ‘ପ୍ରଚ୍ଛଦ କବିତା’ ପୁସ୍ତକ ରଚନା କଲି ଓ ପ୍ରକାଶ କଲି ଓ ଏହି କବିତାପୁସ୍ତକ ପାଠକମାନଙ୍କ ହାତରେ ଅର୍ପଣ କରୁଅଛି ।

Udyog Nursery
Udyogi Nursery

ଏହି ଉତ୍ସବରେ କବି ଦାସଙ୍କ ପ୍ରଥମ କବିତା ପୁସ୍ତକ ‘ଜରି ଗୋଟାଇବା ଝିଅ’ ଓ ଗଳ୍ପ ପୁସ୍ତକ ‘ନୀଳ ମଣିଷ’ର ପ୍ରଚ୍ଛଦ ଶିଳ୍ପୀ କେଶୁ ଦାସଙ୍କୁ ଶ୍ରୀ ଦାସଙ୍କ ତରଫରୁ ‘ ପ୍ରଚ୍ଛଦ କବିତା ସମ୍ମାନ’ ପ୍ରଦାନ କରାଯାଇଥିଲା। ଶିଳ୍ପୀ ଶ୍ରୀ ଦାସ ସମ୍ବର୍ଦ୍ଧନା ଗ୍ରହଣ କରି କବିଙ୍କର ଏହି ନୂତନ ସୃଜନକୁ ପ୍ରଶଂସା କରିଥିଲେ । ‘ପ୍ରଚ୍ଛଦ କବିତା’ ପୁସ୍ତକରେ ସ୍ଥାନୀତ କବିତାଗୁଡ଼ିକ ଦୀପ୍ତି ଦାସ, ଗଙ୍ଗାଧର ବିଶ୍ଵାଳ, କୃଷ୍ଣ କୁମାର ମହାନ୍ତି, ଶ୍ରୀଦେବ, ଡକ୍ଟର ରାଧାରଂଜନ ପଟ୍ଟନାୟକ, ଉଦୟ ନାରାୟଣ ଦାସ, ସୈରିନ୍ଧ୍ରୀ ସାହୁ, ନିବାରଣ ଜେନା, ସିତାଂଶୁ ଲେଙ୍କା, ଅଭୟ ଦାସ, ରଂଜନ ବାଗ, ଡ. ଦେବାଶିଷ ପାତ୍ର, ଉତ୍ପଳ ମହାନ୍ତି, ଜ୍ୟୋତ୍ସ୍ନା ବିଶ୍ଵାଳ, ସତ୍ୟ ସାହୁ, ଶୁଭେନ୍ଦୁ ଦାସ, କ୍ଷୀରୋଦ ବିହାରୀ ବିଶ୍ଵାଳ, ଡ. ସନ୍ତୋଷ ନାୟକ, ସଂଜୟ ପଣ୍ଡା, ପ୍ରିୟଙ୍କା ପ୍ରିୟଦର୍ଶନୀ ଦାସ ଓ ପ୍ରଶାନ୍ତ ଦାସଙ୍କ ପ୍ରକାଶିତ ପୁସ୍ତକ ଓ ପ୍ରଚ୍ଛଦ ଉପରେ କବି ଦାସଙ୍କ ଦ୍ୱାରା ଲେଖା ହୋଇଛି । ପ୍ରାରମ୍ଭରେ ଆବାହକ ବିପ୍ଳବ ଦାସ ମହାପାତ୍ର ଓ ରାଜେଶ ଗିରି ଉତ୍ସବ କଥା ରଖିଥ‌ିବା ବେଳେ କବି ମଧୁସୂଦନ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । କବିତାଗୁଡ଼ିକର ପ୍ରିୟ ପାଠକ ଡ. ଜଗନ୍ନାଥ ଖଟୁଆ କବିତା ସଂପର୍କରେ ନିଜର ଅନୁଭବ ଓ ସୂଚନା ପ୍ରଦାନ କରିଥିଲେ ।

ଶେଷରେ ଏକ କବିତାମୟ ପରିବେଶ ଭିତରେ ନିଜ ପୁସ୍ତକ ଉପରେ ଲିଖିତ କବିତାକୁ ଉପସ୍ଥିତ ଲେଖକମାନେ ‘ପ୍ରଚ୍ଛଦ କବିତା ପର୍ବ’ରେ ପାଠ କରିଥିଲେ । ଏହି ଉତ୍ସବରେ ବିଭିନ୍ନ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସମେତ ସାହିତ୍ୟପ୍ରେମୀ ବ୍ୟକ୍ତିବିଶେଷ ଯୋଗଦାନ କରି ଉତ୍ସବକୁ ସଫଳ କରାଇଥିଲେ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.