ବାଲେଶ୍ୱର ଲୋକ ମହୋତ୍ସବର ଚତୁର୍ଥ ସନ୍ଧ୍ୟା

ଛୋଟ ମହୋତ୍ସବ ବିରାଟ ବଟ ବୃକ୍ଷ ହେଉ, କହିଲେ ଅତିଥି

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ବାଲେଶ୍ୱର ଆଇଟିଆଇ ପଡ଼ିଆରେ ଆୟୋଜିତ ବାଲେଶ୍ୱର ଲୋକ ମହୋତ୍ସବର ଚତୁର୍ଥ ସନ୍ଧ୍ୟାରେ ଗତକାଲି ଆୟୋଜିତ ସଭାରେ ମହୋତ୍ସବ କମିଟିର ସଭାପତି ଅସିତ୍ ଦାସ ସଭାପତିତ୍ବ କରିଥିଲେ। ଏଥିରେ ମୁଖ୍ୟ ଅତିଥି ଭାବରେ ବଡ଼ସାହି ବିଧାୟକ ସନାତନ ବିଜୁଳି ଉପସ୍ଥିତ ରହି କଳା, ସଂସ୍କୃତି, ଐତିହ୍ୟର ମାଟି ବାଲେଶ୍ଵରରେ ଏକତା ବଜାଇ ରଖିବା ପାଇଁ ଏଭଳି ଏକ କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ। ଏଥି ସହିତ ଏହି ମହୋତ୍ସବ ଯେମିତି ବିରାଟ ବଟ ବୃକ୍ଷରେ ପରିଣତ ହେବ ସେଥି ପାଇଁ ଆଶା ବ୍ୟକ୍ତ କରିଥିଲେ। ସମ୍ମାନିତ ଅତିଥି ଭାବରେ ଭୁବନେଶ୍ୱର ଆଇଏମ୍ଏମଟି ବୈଜ୍ଞାନିକ ଡ. ଶିଶିର ମନ୍ତ୍ରୀ, କବି ପ୍ରଶାନ୍ତ ଦାସ, ଜିଲ୍ଲାମୁଖ୍ୟ ଚିକିତ୍ସାଳୟ ରକ୍ତ ଭଣ୍ଡାର ଡାକ୍ତର ବସନ୍ତ ଉପାଧ୍ୟାୟ, ଦୌଡ ଧାବିକା ଦ୍ୟୁତି ଚାନ୍ଦ, ଯୁବ ଉଦ୍ୟୋଗୀ ଉତ୍ପଳ କର ଉପସ୍ଥିତ ଥିଲେ। ଉପାଧ୍ୟକ୍ଷ ବିକାଶ ପାଢ଼ୀ ମଞ୍ଚ ଆବାହାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କାର୍ଯ୍ୟକାରୀ ସଭାପତି ଶ୍ରୀମାନ ଶ୍ରୀଚନ୍ଦନ, କୋଷାଧ୍ୟକ୍ଷ ନିଶୀଥ ବାରିକ, ସାଂଗଠନିକ ସମ୍ପାଦକ ସମ୍ବିତ ଶ୍ରବଣ ବିଶ୍ୱାଳ, ସଦସ୍ୟ ନିରଞ୍ଜନ ମହାନ୍ତି, ଝାଡେଶ୍ୱର ଜେନା,ଉପେନ୍ଦ୍ର ବେହେରା ପ୍ରମୁଖ ମଞ୍ଚରେ ଉପସ୍ଥିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ସାଧାରଣ ସମ୍ପାଦକ ସଞ୍ଜୟ ସାମନ୍ତ ଉପସଭାପତି ସିମନ ଦାସ ମହାପାତ୍ର, ସୌଭାଗ୍ୟ ମାନସ ନାୟକ, ସମ୍ପାଦକ ତାପସ ପାଣିଗ୍ରାହୀ, ସତ୍ୟ ପ୍ରକାଶ ପତି, ହ୍ରିତିକ ନାୟକ,ସିଲାବ ସତ୍ୟକମ୍, ସମ୍ୟ ରଞ୍ଜନ ଯାଦବ, ଜିତେନ୍ଦ୍ର ମହାଳିକ,ଅନୁପମ ମିଶ୍ର ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ଏହି ମହୋତ୍ସବରେ ରାଜ୍ୟ ଏବଂ ରାଜ୍ୟ ବାହାରୁ ବିଭିନ୍ନ ଅଞ୍ଚଳରୁ ବ୍ୟବସାୟୀମାନେ ଆସି ପାଖାପାଖି ୩୦୦ରୁ ଅଧିକ ଷ୍ଟଲ ଖୋଲିଛନ୍ତି। ଏହି ସହିତ ମିନବଜାର, ରମଦୋଳି, ଜଳପରୀ ବିଶେଷ ଆକର୍ଷଣ ସାଜିଛି। ଚତୁର୍ଥ ସନ୍ଧ୍ୟାରେ କଣ୍ଠଶିଳ୍ପୀ ଶଶାଙ୍କ ଶେଖର ସଙ୍ଗୀତ ପରିବେଷଣ କରିଥିଲେ। ଏହି ଲୋକ ମହୋତ୍ସବ ଆସନ୍ତା ନଭେମ୍ବର ୨୮ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି କମିଟି ପକ୍ଷରୁ ସୂଚନା ମିଳିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.