ଶିକ୍ଷକ ଓ ସିଆରସିସି-୧୧ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ୍ ମ୍ୟାଚ୍

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ଗୋଷ୍ଠୀ ଶିକ୍ଷା ବିଭାଗ ଅଧିନ ଦର୍ଲିପଡା କ୍ଳଷ୍ଟର ଶିକ୍ଷକ ଓ କୋକସରା ସିଆରସିସି ଇଲେଭେନ୍ ମଧ୍ୟରେ ରବିବାର ଏକ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ୍ ମ୍ୟାଚ୍ ଅନୁଷ୍ଠିତ ହୋଇଛି। ଏଥିରେ ସିଆରସିସି ଇଲେଭେନ୍ କୁ ହରାଇ ଦର୍ଲିପଡା କ୍ଳଷ୍ଟର ଶିକ୍ଷକ ଟିମ୍ ବିଜୟ ହୋଇଛି। ପ୍ରଥମେ ଟସ୍ ଜିଣି ଶିକ୍ଷକ ଟିମ୍ ନିର୍ଦ୍ଧାରିତ ୧୦ ଓଭରରେ ୮ ଉଇକେଟ ବିନିମୟରେ ୧୧୭ ରନ୍ ସଂଗ୍ରହ କରିଥିଲା। ଜବାବରେ ସିଆରସିସି ଇଲେଭେନ୍ ସମସ୍ତ ଓଭର ଖେଲି ୪ ଉଇକେଟ ହରାଇ ୧୦୮ ରନ୍ ସଂଗ୍ରହ କରିପାରିଥିଲା। ତେବେ ଶିକ୍ଷକ ଟିମ୍ ୮ ରନ୍ ରେ ବିଜୟ ହାସଲ କରିଥିଲା। ମ୍ୟାଚ୍ ରେ ସଂଗ୍ରାମ କିଶୋରୀ ସାମଲ ୫୩ ରନ୍ କରି ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହେଇଥିଲେ। ତେବେ ସିଆରସିସି ଟିମ୍ ରୁ ପ୍ରଶାନ୍ତ ଶବର ୩୦ ଟି ବଲ ଖେଲି ୪୫ ରନ୍ ସଂଗ୍ରହ କରିଥିଲେ ମଧ୍ୟ ନିଜ ଦଳକୁ ବିଜୟ କରି ପାରି ନଥିଲେ। ସିଆରସିସି ୧୧ର କ୍ୟାପଟେନ୍ ବୈକୁଣ୍ଠ ଜାଲ ଓ ଶିକ୍ଷକ ଟିମ୍ ର ଶରତ ପୁଝାରୀ କହିଛନ୍ତି ଖେଲରେ ହାରିବା ଜିତିବା ରହିଥାଏ, କିନ୍ତୁ ଏଭହି ମ୍ୟାଚ୍ ଦ୍ବାରା ଶିକ୍ଷକ ଓ ସିଆରସିସି ମାନଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ସୃଷ୍ଟି ହେବବୋଲି କହିଛନ୍ତି। ଅମ୍ପାୟାର ଭାବରେ ଶିକ୍ଷକ ମାର୍ଗୁନିଆ ନାଗ ଓ କମଲ ଖମାରୀ ଖେଲ ପରିଚାଳନା କରିଥିବାବେଳେ ସ୍କୋରର ଭାବେ ଦେବାଶିଷ ବେହେରା ଦାୟିତ୍ଵ ନିର୍ବାହ କରିଥିଲେ। ବାସୁଦେବ ରୋଥି, ପ୍ରଭାକର ସାହୁ, ଖଗେଶ୍ବର ମାଝୀ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.