ଅଧପନ୍ତରିଆ ଲାଞ୍ଜିଗଡ଼ ପଞ୍ଚାୟତ କାର୍ଯ୍ୟାଳୟର ନୂତନ କୋଠା; ବର୍ଷେ ହେଲା କାମ ବନ୍ଦ, ପାଲଟିଛି ଅସାମାଜିକ ଲୋକଙ୍କ ଆଡ୍ଡାସ୍ଥଳୀ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ୍ ଲାଞ୍ଜିଗଡ଼ ପଞ୍ଚାୟତର ୧୯୫୭ ରେ ଆରମ୍ଭ ହୋଇଥିବା ବେଳେ ନିଜସ୍ବ ପଞ୍ଚାୟତ ଗୃହ ନଥିଲା। ଅସ୍ଥାୟୀ ଭାବେ ଏକ ଭଡାଘର ନେଇ ପଞ୍ଚାୟତ କାର୍ଯ୍ୟାଳୟ ଚାଲି ଆସୁଥିଲା। ଏନେଇ ଲୋକଙ୍କ ବାରମ୍ବାର ଅଭିଯୋଗ ପରେ ୬୮ ବର୍ଷ ପରେ ପଞ୍ଚାୟତର ନିଜସ୍ଵ ଗୃହ ନିର୍ମାଣ ଆରମ୍ଭ ହୋଇଥିଲା। କିନ୍ତୁ ଏକ ବର୍ଷ ହେଲା ବନ୍ଦ ପଡିଥିବା ଦେଖିବାକୁ ମିଳିଛି। ଯାହା ଫଳରେ ଅଫିସ କାମ ସମେତ ହିତାଧିକାରୀମାନେ ନାହିଁ ନଥିବା ଅସୁବିଧାର ସମୁଖୀନ ହେଉଛନ୍ତି। ସୂଚନା ଅନୁସାରେ ୧୯୫୬ ମସିହା ଜୁନ ୩୦ ତାରିଖରେ ଏହି ପଞ୍ଚାୟତ କାର୍ଯ୍ୟାଳୟକୁ ଲାଞ୍ଜିଗଡ଼ ବାସୀ ଲାଞ୍ଜିଗଡ଼ ସମବାୟ ସମିତିର ଏକ ଘର ଭଡାରେ ନେଇ ଅସ୍ଥାୟୀ ରୂପେ ପଞ୍ଚାୟତ କାର୍ଯ୍ୟ କରି ଆସୁଥିଲେ। ଏହି ୬୮ ବର୍ଷ ମଧ୍ୟରେ ୨୫ ଗୋଟି ସରପଞ୍ଚ ନିଜ ନିଜ କାର୍ଯ୍ୟ ତୂଲାଇ ସାରିଲେଣି। କିନ୍ତୁ ଲାଞ୍ଜିଗଡବାସୀ ସ୍ଥାୟୀ ଗୃହ ନିର୍ମାଣ ପାଇଁ ବାରମ୍ବାର ବ୍ଳକ ତଥା ଜିଲ୍ଲା ପ୍ରଶାସନ ସ୍ତରରେ ଅଭିଯୋଗ କରିଆସୁଥିଲେ ମଧ୍ୟ କୌଣସି ସୁଫଳ ମିଳୁନଥିଲା।ରାଜ୍ୟ ସରକାର ଜିଲ୍ଲାର ବିଭିନ୍ନ ସ୍ଥାନରେ ପଞ୍ଚାୟତ ଅଫିସ ପାଇଁ ନୂତନ କୋଠା ନିର୍ମାଣ କରୁଥିଲେ ମଧ୍ୟ ଲାଞ୍ଜିଗଡ଼ ପ୍ରତି ଅଣଦେଖା କରୁଛନ୍ତି ବୋଲି ଲୋକେ ନାପସନ୍ଦ କରିଥିଲେ।ନିଜସ୍ୱ କାର୍ଯ୍ୟାଳୟ ନଥିବା ଯୋଗୁଁ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟରେ ବାଧା ସୃଷ୍ଟି ହେଉଥିଲା। ଏଣୁ ରାଜାରାଜୁଡା ଅମଳରୁ ଭଙ୍ଗାଦଦରା ଭଡା ଘରେ ଚାଲିଥିବା ପଞ୍ଚାୟତ କାର୍ଯ୍ୟାଳୟରେ ରେକର୍ଡ ପତ୍ର ସୁରକ୍ଷିତ ନଥିବା ବେଳେ ଅତିଶୀଘ୍ର ଏହାର ସ୍ଥାୟୀ ସମାଧାନ ପାଇଁ ଗ୍ରାମବାସୀ ଅଭିଯୋଗ କରିଥିଲେ।ଲୋକଙ୍କ ବାରମ୍ବାର ଅଭିଯୋଗ ପରେ ୬୮ ବର୍ଷ ପରେ ୨୦୨୪ ମାର୍ଚ୍ଚ ୧୧ ତାରିଖରେ ନିଜସ୍ବ ପଞ୍ଚାୟତ କାର୍ଯ୍ୟାଳୟ ପାଇଁ ଲାଞ୍ଜିଗଡ଼ ସାପ୍ତାହିକ ହାଟ ପ୍ରାଙ୍ଗଣରେ ନୂତନ ଗୃହ ପାଇଁ ଭୂମି ପୂଜନ ହୋଇଥିଲା। ଏହାପରେ କୋଠାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। କିନ୍ତୁ ମନ୍ଥର ଗତିରେ କାମ ଚାଲିଥିବା ବେଳେ ନିମ୍ନ ମାନର ଦେଉଥିବା ଲୋକେ ଅଭିଯୋଗ କରିଥିଲେ। ସୂଚନା ଫଳକ ନଥିବା ଯୋଗୁଁ କେତେ ଅଟକଳ ମୂଲ୍ୟରେ ଗୃହ ନିର୍ମାଣ ହେଉଛି ଓ ଏହାର ସମୟସୀମା କେତେଦିନ ରହିଛି ବୋଲି ଲୋକେ ବାରମ୍ବାର ପଚାରିଥିଲେ ଉତ୍ତର ମିଳିନଥିଲା। ଏହା ବ୍ୟତୀତ ତଦାରଖ ଦାଇତ୍ଵରେ ଥିବା ବ୍ଳକ କନିଷ୍ଠ ଯନ୍ତ୍ରୀର ଅନୁପସ୍ଥିତି ଯୋଗୁଁ ଲାଞ୍ଜିଗଡ଼ବାସୀ ବ୍ଳକ ପ୍ରଶାସନ ନିକଟରେ କାମ ଭଲଭାବରେ ଓ ଶୀଘ୍ର କରିବା ପାଇଁ ଦାବି କରିଥିଲେ। କିନ୍ତୁ ଆରମ୍ଭ ହୋଇ ମାତ୍ର ୫/୬ମାସ କାମ ପରେ ଆଜିକୁ ୧ ବର୍ଷ ହେଲା ବନ୍ଦ ଗୃହ ନିର୍ମାଣ କାମ ପଡିଥିବା ଦେଖିବାକୁ ମିଳିଛି। ଯାହା ଫଳରେ ନିର୍ମାଣଧିନ ଅଧ୍ୟପନ୍ତରିଆ କୋଠାରେ ଦିନ ରାତି ମଦୁଆ ଓ ଅସାମାଜିକ ଲୋକଙ୍କ ଆଡାସ୍ଥଳୀ ପାଲଟିଛି।ଅନ୍ୟପକ୍ଷରେ ନିଜସ୍ଵ ପଞ୍ଚାୟତ ଗୃହ ନଥିବା ଯୋଗୁଁ ପଞ୍ଚାୟତର ଉନ୍ନତି ମୂଳକ କାର୍ଯ୍ୟରେ ବାଧ୍ୟ ସୃଷ୍ଟି ହେଉଥିବା ବେଳେ ପଞ୍ଚାୟତ ଅଧୀନରେ ଥିବା ସାତ ଗୋଟି ଗ୍ରାମର ୬ ହରାରରୁ ଉର୍ଦ୍ଧ୍ବ ହିତାଧିକାରୀ ନାହିଁନଥିବା ଅସୁବିଧାର ସମୁଖୀନ ହେଉଛନ୍ତି।ଏନେଇ ଲାଞ୍ଜିଗଡ଼ ସରପଞ୍ଚ ସରସ୍ୱତୀ ମୁଣ୍ଡାଙ୍କୁ ପଚାରିବାରୁ ଜଣେ ଲୋକଙ୍କୁ ଦେଖାରେଖା କରିବା ପାଇଁ ଦାଇତ୍ଵ ଦିଆ ଯାଇଥିଲା। କିନ୍ତୁ ବିଳମ୍ବ ଯୋଗୁଁ ଆମେ ପଞ୍ଚାୟତ ପକ୍ଷରୁ କାମ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି ବୋଲି ପ୍ରକାଶ କରିଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.