ପ୍ରଗତି ଶିକ୍ଷାନୁଷ୍ଠାନରେ ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ପ୍ରଗତି ଶିକ୍ଷାନୁଷ୍ଠାନ ଦ୍ୱାରା ଗତକାଲି ବାର୍ଷିକ କ୍ରୀଡା ଉତ୍ସବ ସ୍ପାର୍କ-୨୦୨୫ ଉଦଯାପିତ ହୋଇଯାଇଛି । ଦୁଇ ଦିନ ଧରି ଅନୁଷ୍ଠିତ ହୋଇଥିବା ଏହ କ୍ରୀଡା ଉତ୍ସବର ଉଦଘାଟନ ଦିବସରେ ମୁଖ୍ୟ ଅତିଥି ଭାବରେ ନର୍ଲା ବ୍ଲକ ଉନ୍ନୟନ ଅଧିକାରୀ ବିପିନ ବିହାରୀ ଦୀପ ଯୋଗଦାନ କରିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ପ୍ରଗତି ଅନୁଷ୍ଠାନର ମୁଖ୍ୟ ଅଜୟ କୁମାର ପଣ୍ଡା, ଚେୟାରପରସନ ସଂଗୀତା ପଣ୍ଡା, ପ୍ରଶାସନିକ ଅଧିକାରୀ ପ୍ରଣବ କୁମାର ପଣ୍ଡା, ପରିଚାଳନା କମିଟିର ସଦସ୍ୟ ଲକ୍ଷ୍ମୀକାନ୍ତ ବେହେରା, ଅଧ୍ୟକ୍ଷ ଶେଷଦେଵ ମୁଣ୍ଡ, ଚିନ୍ମୟ ଗୁରୁ, ତାପସ ପରିମାଣିକ, ଲୋକନାଥ ଖଡ଼ିକାର, ଆର୍ଶୀଆ ସାଏଲା, ରାଜଶ୍ରୀ ନାଏକ ପ୍ରମୂଖ ଯୋଗଦାନ କରିଥିଲେ । ସର୍ବପ୍ରଥମେ ଦ୍ବୀପ ପ୍ରଜ୍ଜ୍ବଳନ ପୂର୍ବକ କାର୍ଯ୍ୟକ୍ରମ ଶୁଭାରମ୍ଭ କରାଯାଇଥିଲା । ପରବର୍ତ୍ତୀ ସମୟରେ ମଶାଲ ଆଗମନ, ପ୍ୟାରେଡ଼ ପ୍ରଦର୍ଶନ ଓ ଶପଥ ଗ୍ରହଣ ପରେ ମୁଖ୍ୟ ଅତିଥି ଶ୍ରୀ ଦୀପ କ୍ରୀଡା ଉତ୍ସବ ଆରମ୍ଭ କରିବା ପାଇଁ ଘୋଷଣା କରିଥିଲେ । ଏହି ଅବସରରେ ଏକ ସୁସ୍ଥ ଜୀବନ ଗଠନ କରିବାରେ କ୍ରୀଡ଼ାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ମୁଖ୍ୟ ଅତିଥି ଛାତ୍ରଛାତ୍ରୀମାନଙ୍କୁ ଉଦବୋଧନ ଦେଇଥିଲେ । ସେହିଭଳି ଦ୍ଵିତୀୟ ଦିବସର ଉଦଯାପନୀ ସନ୍ଧ୍ୟାରେ କୃତି ପ୍ରତିଯୋଗୀମାନଙ୍କୁ ମେଡାଲ ଓ ଟ୍ରଫି ପ୍ରଦାନ କରାଯାଇଥିଲା । ଏହି କ୍ରୀଡା ଉତ୍ସବକୁ ଖେଳ ଶିକ୍ଷକ ଶଶୀଭୂଷଣ ଦାସ ଓ ସନ୍ତୋଷ କୁମାର ପରିଚାଳନା କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.