୧୨୫ତମ ଜନ୍ମ ଜୟନ୍ତୀ ଅବସରରେ ପ୍ରକାଶ ପାଇବ ସ୍ମରଣୀକା

ଓଡିଆ ବାର୍ତ୍ତା/ ଭୂତିଆରବାହାଲ (ପଞ୍ଚାନନ ଭୋଇ): ବଲାଙ୍ଗୀର ସଦର ବ୍ଲକ ଅନ୍ତର୍ଗତ ଭୁତିଆରବାହାଲ ଗ୍ରାମ ର ସରକାରୀ ପ୍ରାଥମିକ ବିଦ୍ୟାଳୟ ର ୧୨୫ତମ ଜନ୍ମ ଜୟନ୍ତୀ ମହୋତ୍ସବ ଆସନ୍ତା ଜାନୁଆରୀ ମାସରେ ଆୟୋଜିତ ହେଉଛି। ଏହି ଅବସରରେ ଏକ ସ୍ମରଣୀକା ପ୍ରକାଶ ପାଇବ। ସରକାରୀ ପ୍ରାଥମିକ ବିଦ୍ୟାଳୟ ଭୁତିଆରବାହାଲ ର ପୁରାତନ ଛାତ୍ରଛାତ୍ରୀ, ପ୍ରାକ୍ତନ ଶିକ୍ଷକ ଶିକ୍ଷୟିତ୍ରୀ ବିଦ୍ୟାଳୟ ସମ୍ପର୍କିତ ଅନୁଭୁତି, ଅଭିଜ୍ଞତା, ସ୍ମୃତି, ସମ୍ପର୍କିତ ଫଟୋ ଆଦି ଆହ୍ବାନ କରାଯାଇଛି। ଲେଖାଗୁଡିକ ଆସନ୍ତା ଡ଼ିସେମ୍ବର ପାଞ୍ଚ ତାରିଖ ସୁଦ୍ଧା ବିଦ୍ୟାଳୟ କାର୍ଯ୍ୟାଳୟ ଠାରେ ଦେବା ପାଇଁ ଅନୁରୋଧ କରାଯାଇଛି। ବିଦ୍ୟାଳୟକୁ ନେଇ ଯଦି କିଛି ବିରଳ ଫଟୋଚିତ୍ର ତାଙ୍କ ପାଖରେ ଥାଏ, ତେବେ ଏହାକୁ ମଧ୍ୟ ପଠାଇବାକୁ ଅନୁରୋଧ କରାଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.