ଓଡ଼ିଆ ବାର୍ତ୍ତା/ ଧର୍ମଗଡ (ଲବଣୀ ରାଉତ): ଧର୍ମଗଡ ସ୍ଥିତ ସ୍ନାତକ ମହିଳା ମହାବିଦ୍ୟାଲୟରେ ବାର୍ଷିକ କ୍ରୀଡା ୨୦୨୫-୨୬ ଅନୁଷ୍ଟିତ ହୋଇଯାଇଛି। ଏନେଇ ଆୟୋଜିତ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ପଞ୍ଚାୟତ ମହାବିଦ୍ୟାଳୟର ଅଧ୍ୟକ୍ଷ ଜଗନ୍ନାଥ ରାଓ। ପଞ୍ଚାୟତ ମହାବିଦ୍ୟାଳୟର ଇଂରାଜୀ ବିଭାଗ ଅଧ୍ୟାପକ ଲିଙ୍ଗରାଜ ପାତ୍ର, ମହିଳା ମହାିଦ୍ୟାଳୟର ଅଧ୍ୟକ୍ଷା ମୂର୍ତ୍ତି ମଞ୍ଜୁରୀ ପଣ୍ଡା, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷା ସବିତା ପାଇକରାୟ ପ୍ରମୁଖ ଅତିଥି ଭାବେ ଉପସ୍ଥିତ ଥିଲେ। ଅଧ୍ୟାପକ ବଙ୍କିମ ମୁଣ୍ଡ ସଭା ସଂଯୋଜନା କରିଥିବାବେଳେ ଅଧ୍ୟାପକ ସଞ୍ଜିବ ମୁଣ୍ଡ ସହଯୋଗ କରିଥିଲେ। ପରେପରେ ଛାତ୍ରୀମାନଙ୍କ ମଧ୍ୟରେ ବିଭିନ୍ନ ପ୍ରିତିଯୋଗିତା ଅନୁଷ୍ଟିତ ହୋଇଥିଲା। ଖେଳ ଶିକ୍ଷକ ସୋଦନ ନାଏକ କ୍ରୀଡ଼ା ପରିଚାଳନା କରିଥିବାବେଳେ ଅଧ୍ୟାପିକା ଜୟନ୍ତୀ କୁମାରୀ ମୁଦୁଲି, ସରୋଜ କୁମାର ମେହେର, ସୁଜାତା ମହାନ୍ତି, ପଦ୍ମାଳୟା ଦଣ୍ଡସେନା, ଝରଣା ପ୍ରଧନୀ, ସନ୍ଧ୍ୟା ବାରିକ, କୁମୁଦିନୀ ନାଏକ, ରୋଜାଲିନ ଚିନାରା ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ। ରଜନୀ ନାଏକ, ଶ୍ରବଣ ବାଗ, ମମତା ଲହଜାଲ ସହଯୋଗ କରିଥିଲେ। ଏଥିରେ ମହାବିଦ୍ୟାଳୟର ଶତାଧିକ ଛାତ୍ରୀ ଅଂଶ ଗ୍ରହଣ କରିଥିଲେ। ଶେଷରେ ଓଡିଆ ଅଧ୍ୟାପକ ଜୟଦ୍ରଥ ସୁନା ଧନ୍ୟବାଦ ଅର୍ପଣ କରିଥିଲେ।





