ଦାମୋଦର ଉଚ୍ଚ ବିଦ୍ୟାଳୟ ତୁଳପଡାରେ କୌଶଳୀ ରିଫ୍ରେସର ଟ୍ରେନିଙ୍ଗ ଅନୁଷ୍ଠିତ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କୌଶଳୀ ଆକାଂକ୍ଷୀ ପାଠ୍ୟକ୍ରମର ରିଫ୍ରେସର ଟ୍ରେନିଙ୍ଗ କାର୍ଯ୍ୟକ୍ରମ ଦାମୋଦର ସରକାରୀ ଉଚ୍ଚ ବିଦ୍ୟାଳୟ ତୁଳାପଡା ଠାରେ ସଫଳତାର ସହିତ ଆୟୋଜିତ ହୋଇଛି। ଏହି ପ୍ରଶିକ୍ଷଣର ଉଦ୍ଦେଶ୍ୟ ଥିଲା ଶିକ୍ଷକମାନଙ୍କୁ କୌଶଳୀ ଆକାଂକ୍ଷୀ ପାଠ୍ୟକ୍ରମ ର ରୁପରେଖ, ତାହାର ଉପକାରିତା ଓ କ୍ଲାସରୁମ୍­ ରେ ପ୍ରୟୋଗ ବିଷୟରେ ସୁଦୃଢ଼ ଧାରଣା ଦେବା। ଏହି କାର୍ଯ୍ୟକ୍ରମର ଆୟୋଜନ ସଚିବ ଭାବେ ବିଦ୍ୟାଳୟର ମୁଖ୍ୟ ଶିକ୍ଷକ ଉପେନ୍ଦ୍ର ସୁନାନୀ ନେତୃତ୍ୱ ଦେଇଥିଲେ। କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ ପୁରସ୍କାରପ୍ରାପ୍ତ ଶିକ୍ଷକ ସନ୍ତୋଷ କର, ଏବଂ କ୍ୟୁୱେଷ୍ଟ ଆଲାୟାନ୍ସ ର ରାଜ୍ୟ ସଂଯୋଜକ ଦଳର ପ୍ରତିନିଧି ଶୁଭମ କୁମାର ଦାଶ ଓ ରଜନ୍ତ କୁମାର ନାଏକ ଯୋଗଦେଇଥିଲେ। ଏହାସହିତ ମେଣ୍ଟର ଭାବେ ବିବେକାନନ୍ଦ ସାହୁ ଓ କୋ-ମେଣ୍ଟର ଭାବେ ଜି. ସ୍ୱାତୀ ପ୍ରଶିକ୍ଷଣର ବିଭିନ୍ନ ସେସନ ସଞ୍ଚାଳନ କରିଥିଲେ।ନର୍ଲା ବ୍ଲକର ଭିନ୍ନ-ଭିନ୍ନ ବିଦ୍ୟାଳୟରୁ ମୋଟ ୨୯ ଜଣ ଶିକ୍ଷକ ଏହି ପ୍ରଶିକ୍ଷଣରେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ।ପ୍ରଶିକ୍ଷଣ ସମୟରେ କୌଶଳୀ କାର୍ଯ୍ୟକ୍ରମର ମୂଳ ଅଂଶ, ଏହାର ଛାତ୍ରଛାତ୍ରୀଙ୍କ ପାଇଁ ଉପକାରିତା, ପ୍ରାକୃତିକ ଜୀବନ ସମସ୍ୟାଗୁଡ଼ିକ ସହିତ ଏହାର ସମ୍ପର୍କ, ଏବଂ ଆଲୋଚନାତ୍ମକ ଚିନ୍ତନର ମାଧ୍ୟମରେ ସମସ୍ୟା ସମାଧାନ ପ୍ରକ୍ରିୟା ବିଷୟରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଶିକ୍ଷକମାନେ ମତପ୍ରକାଶ କରିଥିଲେ ଯେ, ଏହି ପ୍ରଶିକ୍ଷଣ ସେମାନଙ୍କ ଶିକ୍ଷଣ ପ୍ରକ୍ରିୟାକୁ ଅଧିକ ସୁଦୃଢ଼ କରିଛି ଓ ସୃଜନଶୀଳ ପାଠ୍ୟଦାନ ପ୍ରତି ସେମାନଙ୍କୁ ପ୍ରେରିତ କରିଛି।କାର୍ଯ୍ୟକ୍ରମ ଶେଷରେ ଧନ୍ୟବାଦ ଜଣାଇ ସହଯୋଗୀ ସମସ୍ତଙ୍କୁ ସ୍ତୁତିତ କରାଗଲା ଏବଂ ବ୍ଲକରେ କୌଶଳୀ ଆଧାରିତ ଶିକ୍ଷାକୁ ଆଉ ଅଧିକ ମଜବୁତ କରିବା ପାଇଁ ନୂଆ ସଂକଳ୍ପ ଗ୍ରହଣ କରାଗଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.