ହ୍ୟୁମାନ ସାଗରଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଭବାନୀପାଟଣା ଗାନ୍ଧୀ ଛକରେ ଓଡ଼ିଶା ସଂଗୀତ ଜଗତର ବିଶିଷ୍ଟ କଣ୍ଠଶିଳ୍ପୀ ସ୍ୱର୍ଗତ ହ୍ୟୁମାନ ସାଗରଙ୍କୁ ଏକ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା।

ଏହି ଶ୍ରଦ୍ଧାଞ୍ଜଳି ସଭାରେ ଅନେକ କଳାକାର, କଳାପ୍ରେମୀ ଏବଂ ବୁଦ୍ଧିଜୀବୀ ଯୋଗ ଦେଇ ସ୍ୱର୍ଗତ ହ୍ୟୁମାନ ସାଗରଙ୍କ ବିୟୋଗରେ ମର୍ମାହତ ହୋଇ ଅତ୍ୟନ୍ତ ଦୁଃଖ ପ୍ରକାଶ କରି ବିଦାୟ କାଳୀନ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।

ଏହି ସଭା AOSCF ଏବଂ କଳାହାଣ୍ଡି କଳାକାର ସଂଘ ଦ୍ୱାରା ଆୟୋଜିତ ହୋଇଥିଲା।

ଏହି ସଭାରେ AOSCF ର ସଭାପତି ବସନ୍ତ ନାଏକ, ସମ୍ପାଦକ ବିଭୀଷଣ ନାଏକ, ବରିଷ୍ଠ କଳାକାର କାଦିର ଖାନ, ଦେବରାଜ ଛତ୍ରିଆ, ପ୍ରଦୀପ ଧଙ୍ଗଡ଼ା ମାଝୀ, ଯଯାତି ନାଏକ, କଣ୍ଠଶିଳ୍ପୀ ନୀଳାଞ୍ଜନ ପାନ, ଋଷିସୂଦନ ଛତ୍ରପାଲ, ଦେବେନ୍ଦ୍ର ଗହୀର, ହୃଷିକେଶ ଗାନ୍ଧୀ, ସତ୍ୟ ଛତ୍ରିଆ, ଚନ୍ଦନ ନାଏକ, ଅଗଷ୍ଟ ନାଏକ, ଦେବେନ୍ଦ୍ର ନାଏକ, ପ୍ରେମଲାଲ ନାଏକ, ରଜନୀକାନ୍ତ ସମର୍ଲିଆ, ଅନିଲ କୁମାର ନାଏକ, ସୋମରେନ୍ଦ୍ର ନାଏକ, ନନ୍ଦ ନାଏକ, ରାମ ନାଏକ, ଗଜମନ ନାଏକ, ଜଗଜୀବନ କୁମାର, ରାକେଶ ନାଏକ ପ୍ରମୁଖ ଯୋଗଦାନ କରି ସ୍ୱର୍ଗତ ହ୍ୟୁମାନ ସାଗରଙ୍କ ଅମର ଆତ୍ମାର ସଦ୍ଗତି ନିମନ୍ତେ ଶୋକ ପ୍ରାର୍ଥନା କରିଥିଲେ।

ସ୍ୱର୍ଗତ ହ୍ୟୁମାନ ସାଗରଙ୍କ ବିୟୋଗରେ ସମସ୍ତେ ମର୍ମାହତ। ସମସ୍ତ କଳାକାର ଓ ବୁଦ୍ଧିଜୀବୀ ଦୁଃଖ ପ୍ରକାଶ କରି କହିଥିଲେ ଯେ, ସେ ସବୁଦିନ ପାଇଁ ଆମ ହୃଦୟରେ ରହିବେ ଏବଂ ଅମର ହୋଇ ରହିବେ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.